ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କଲ୍ୟାଣ ସିଂହ ଜୀଙ୍କ ଆଶୁ ଆରୋଗ୍ୟ ନିମନ୍ତେ ଅଗଣିତ ଲୋକଙ୍କ ପ୍ରାର୍ଥନାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 JUL 2021 10:13AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ କଲ୍ୟାଣ ସିଂହ ଜୀଙ୍କ ନାତିଙ୍କ ସହ କଥା ହୋଇ ଅସୁସ୍ଥ କଲ୍ୟାଣ ସିଂହ ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । କଲ୍ୟାଣ ସିଂହ ଜୀଙ୍କ ସହ ଥିବା ସମ୍ପର୍କକୁ ସ୍ମରଣ କରିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସହ କଥା ହେବା ସମୟରେ କିଛି ନା କିଛି ଶିଖିବାକୁ ମିଳୁଥିଲା ଏବଂ ନୂଆ ଅନୁଭୂତି ମଧ୍ୟ ମିଳୁଥିଲା ।
ଏ ସଂକ୍ରାନ୍ତରେ ଏକାଧିକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି:
‘‘ଦେଶବ୍ୟାପୀ ଅନେକ ଲୋକ କଲ୍ୟାଣ ସିଂହ ଜୀଙ୍କ ଦ୍ରୁତ ଆରୋଗ୍ୟ ଲାଭ ପାଇଁ ପ୍ରାର୍ଥନା କରୁଛନ୍ତି । ଗତକାଲି ଜେ ପି ନଡ୍ଡା ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ ଏବଂ ଅନ୍ୟ ଲୋକମାନେ ତାଙ୍କୁ ସାକ୍ଷାତ କରିବା ପାଇଁ ହସ୍ପିଟାଲ ଯାଇଥିଲେ । ମୁଁ ଏବେ ତାଙ୍କ ନାତିଙ୍କ ସହ କଥା ହୋଇଥିଲି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଥିଲି ।
ମୁଁ ଏହା ଜାଣି ଅଭିଭୁତ ହୋଇଯାଇଛି ଯେ ଜେ ପି ନଡ୍ଡାଙ୍କ ସହ କଥା ହେବା ସମୟରେ କଲ୍ୟାଣ ସିଂହ ଜୀ ମୋତେ ମନେ ପକାଇଥିଲେ । କଲ୍ୟାଣ ସିଂହ ଜୀଙ୍କ ସହ କଥାବାର୍ତ୍ତା ହେବା ସମୟର ଅନେକ ସ୍ମୃତି ମୋ ପାଖରେ ସାଇତା ରହିଛି । ସେହି ତମାମ ସ୍ମୃତି ସବୁ ଆଜି ପୁଣି ତାଜା ହୋଇଉଠିଛି । ତାଙ୍କ ସହ କଥା ହେବା ସମୟରେ ଅନେକ କିଛି ଶିକ୍ଷଣୀୟ ଅନୁଭୂତି ମିଳୁଥିଲା ।’’
SR
(ରିଲିଜ ଆଡି: 1734213)
ପରିଦର୍ଶକ କାଉଣ୍ଟର : 199
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada