ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବୀରଭଦ୍ର ସିଂ ଜୀଙ୍କ ବିୟୋଗରେ ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ

Posted On: 08 JUL 2021 9:37AM by PIB Bhubaneshwar

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବୀରଭଦ୍ର  ସିଂ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ବୀରଭଦ୍ର ସିଂଙ୍କର ଦୀର୍ଘ ରାଜନୈତିକ ଜୀବନରେ ପ୍ରଶାସନ ଏବଂ ଆଇନ ପ୍ରଣୟନରେ ବିଶେଷ ଅଭିଜ୍ଞତା ଥିଲା । ହିମାଚଳ ପ୍ରଦେଶର ବିକାଶରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ରାଜ୍ୟବାସୀଙ୍କ ସେବା କରିଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା । ଓମ୍  ଶାନ୍ତି” ।

 

**********

TRP/



(Release ID: 1733863) Visitor Counter : 136