ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବୀରଭଦ୍ର ସିଂ ଜୀଙ୍କ ବିୟୋଗରେ ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 JUL 2021 9:37AM by PIB Bhubaneswar

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବୀରଭଦ୍ର  ସିଂ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ବୀରଭଦ୍ର ସିଂଙ୍କର ଦୀର୍ଘ ରାଜନୈତିକ ଜୀବନରେ ପ୍ରଶାସନ ଏବଂ ଆଇନ ପ୍ରଣୟନରେ ବିଶେଷ ଅଭିଜ୍ଞତା ଥିଲା । ହିମାଚଳ ପ୍ରଦେଶର ବିକାଶରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ରାଜ୍ୟବାସୀଙ୍କ ସେବା କରିଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା । ଓମ୍  ଶାନ୍ତି” ।

 

**********

TRP/


(ରିଲିଜ ଆଡି: 1733863) ପରିଦର୍ଶକ କାଉଣ୍ଟର : 238