ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଶ୍ରୀ ଅନୁରାଗ ଠାକୁର

Posted On: 08 JUL 2021 12:04PM by PIB Bhubaneshwar

ଶ୍ରୀ ଅନୁରାଗ ଠାକୁର ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ଉଦବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଗତ ୭ ବର୍ଷ ମଧ୍ୟରେ ଦେଶକୁ ବିକାଶ ପଥରେ ଆଗେଇ ନେବା ପାଇଁ ଜୋରଦାର ଉଦ୍ୟମ କରିଛନ୍ତି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଏହି ମିଶନକୁ ଆହୁରି ଆଗକୁ ନେବା ହେଉଛି ତାଙ୍କର ଦାୟିତ୍ୱ । ଶ୍ରୀ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାଙ୍କ ଉପରେ ନ୍ୟସ୍ତ ହୋଇଥିବା ଦାୟିତ୍ୱଗୁଡ଼ିକୁ ସୂଚାରୁ ରୂପେ ନିର୍ବାହ ପାଇଁ ସେ ସମସ୍ତ ପ୍ରଚେଷ୍ଟା କରିବେ ଏବଂ ଏହି ପରିପ୍ରେକ୍ଷୀରେ ସେ ଗଣମାଧ୍ୟମର ସହଯୋଗ ମଧ୍ୟ କାମନା କରିଥିଲେ ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ୍ ଖାରେ ମନ୍ତ୍ରୀ ଶ୍ରୀ ଠାକୁରଙ୍କୁ ତାଙ୍କ ପ୍ରକୋଷ୍ଠରେ ସ୍ୱାଗତ ଜଣାଇଛନ୍ତି । ବିଭିନ୍ନ ଗଣମାଧ୍ୟମ ବିଭାଗ ଓ ପ୍ରସାର ଭାରତୀର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଠାକୁର କହିଛନ୍ତି ଯେ ସମସ୍ତ ଗଣମାଧ୍ୟମ ମୁଖ୍ୟଙ୍କ ସହ ଏକ ଟିମ୍ ଭାବେ ସେ କାର୍ଯ୍ୟ କରିବାକୁ ପ୍ରୟାସ କରିବେ ।

SR



(Release ID: 1733673) Visitor Counter : 189