ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଆନ୍ତର୍ଜାତିକ ଫିଲ୍ମ ନିର୍ମାତାମାନଙ୍କ ନିମନ୍ତେ ଭାରତରେ ଖୋଲିଲା ସୁବିଧାକରଣ କାର୍ଯ୍ୟାଳୟ

ଏକାଥରକେ ପ୍ରଦାନ କରାଯିବ ସମସ୍ତ ପ୍ରକାର ମଞ୍ଜୁରୀ: ଶ୍ରୀ ପ୍ରକାଶ ଜାଭଡ଼େକର

୭୪ତମ କାନ୍ସ୍ଚ‍ ଚଳଚ୍ଚିତ୍ର ମହୋତ୍ସବର ‘ଭାରତ ପାଭିଲିଅନ’କୁ ଭର୍ଚୁଆଲ ମୋଡ଼ରେ ଉଦ୍ଘାରଟନ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ

କାନସ୍‍ ଠାରେ ଭର୍ଚୁଆଲ ଫିଲ୍ମ ମାର୍କେଟରେ ୫୨ତମ ଆଇଏଫଏଫଆଇ ପୋଷ୍ଟର ଏବଂ ନିୟାମକ ପୁସ୍ତିକା ଉନ୍ମୋଚନ କଲେ ଅମିତ ଖାରେ

Posted On: 06 JUL 2021 4:37PM by PIB Bhubaneshwar

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଆଜି ୭୪ତମ କାନସ୍‍ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ପାଭିଲିଅନକୁ ଭର୍ଚୁଆଲ ମୋଡ଼ରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ନିଜର ବକ୍ତବ୍ୟରେ ଶ୍ରୀ ଜାଭଡ଼େକର ଆଶା ପୋଷଣ କରିଛନ୍ତି ଯେ ବିଶ୍ୱ ଖୁବ୍‍ ଶୀଘ୍ର କରୋନା ମହାମାରୀମୁକ୍ତ ହେବ ଏବଂ ଲୋକମାନେ ପୁଣି ଥରେ ଥିଏଟର୍ସକୁ ଚଳଚ୍ଚିତ୍ର ଦେଖିବା ଲାଗି ଫେରିପାରିବେ ।  ୭୪ତମ କାନସ୍‍ ଚଳଚ୍ଚିତ୍ର ମହୋତ୍ସବ ଅବସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଫିକି ପକ୍ଷରୁ ମିଳିତ ଭାବେ ଆୟୋଜିତ ଭର୍ଚୁଆଲ୍‍  ଭାରତ ପାଭିଲିଅନକୁ ଉଦ୍ଘାଟନ କରି ଶ୍ରୀ ଜାଭଡ଼େକର କହିଲେ ଯେ ଲଗାତାର ଭାବେ ଦ୍ୱିତୀୟ ବର୍ଷ ପାଇଁ ଏହି ପାଭିଲିଅନ ଭର୍ଚୁଆଲ୍‍ ମୋଡ଼ରେ ଆୟୋଜନ କରାଯାଉଛି ସତ କିନ୍ତ ଏଥିରେ ବାସ୍ତବ ବ୍ୟବସାୟ ସଂପାଦନ କରାଯାଉଛି । ଏଥିରେ ସୃଜନଶୀଳତା, ପ୍ରଜ୍ଞା ଓ ପ୍ରଯୁକ୍ତି ସାମିଲ ରହିଛି ଏବଂ ଭାରତ ଏସବୁ ଦେବାରେ ସଦାବେଳେ ଶ୍ରେଷ୍ଠ । ତେଣୁ ଭର୍ଚୁଆଲ୍‍ ପାଭିଲିଅନ୍‍ ସିନେମା ଦୁନିଆର ହସ୍ତୀମାନଙ୍କ ସକାଶେ ଏହା କେବଳ ମିଳନ ସ୍ଥଳ ନୁହେଁ ଆଲୋଚନାର ଫୋରମ୍‍ ହୋଇପାରିବବୋଲି ସେ କହିଥିଲେ ।

ମନ୍ତ୍ରୀ ଶ୍ରୀ ଜାଭଡ଼େକର କହିଲେ ଯେ ଏବେ ଭାରତରେ ଅନେକ ଆନ୍ତର୍ଜାତିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି ଏବଂ ସେଥିପାଇଁ ୫୦୦ରୁ ଉର୍ଦ୍ଧ୍ୱ ସାଇଟ୍‍ ଉପଲବ୍ଧ ରହିଛି । ଅଧିକରୁ ଅଧିକ ଆନ୍ତର୍ଜାତିକ ଚଳଚ୍ଚିତ୍ରକୁ ଭାରତକୁ ଆକୃଷ୍ଟ କରିବା ସକାଶେ ଭାରତ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ଆମେ ଭାରତରେ ଏବେ ସେଥିପାଇଁ ଗୋଟିଏ ଫାସିଲିଟେସନ୍‍ କାର୍ଯ୍ୟାଳୟ ଖୋଲିଛୁ ଯାହା ମାଧ୍ୟମରେ ମାତ୍ର ଥରକରେ ସକଳ ପ୍ରକାର ଅନୁମତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।

ଶ୍ରୀ ଜାଭଡ଼େକର ସୂଚାଇଥିଲେ ଯେ ଅନେକ ଗୁଡ଼ିଏ ହଲିଉଡ଼ ଚଳଚ୍ଚିତ୍ର ସେମାନଙ୍କର  ଠୠଢ ଆନିମେସନ୍‍ ଏବେ ଭାରତରେ ହିଁ କରାଉଛନ୍ତି ଏବଂ ବିଶ୍ୱ ଚଳଚ୍ଚିତ୍ର ଜଗତକୁ ଭାରତର ଅବଦାନ ବୃଦ୍ଧି ପାଇବାରେ ଲାଗିଛି । କାନସ୍‍ ଚଳଚ୍ଚିତ୍ର ମହୋତ୍ସବ ସୃଜନଶୀଳତା ଓ ପ୍ରଜ୍ଞାର ଏକ ଉତ୍ସବସ୍ଥଳୀ  ଯେଉଁଠାରେ ଏକାଦିକ୍ରମେ ଏହାର ବ୍ୟବସାୟ ମଧ୍ୟ ହୋଇଥାଏ । ଏହା ବିଶ୍ୱର ବଡ଼ ବଡ଼ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଚଳଚ୍ଚିତ୍ର ନିର୍ମାଣର ନୂଆ ନୂଆ ସୁଯୋଗ ପ୍ରଦାନ କରିଥାଏ । କରୋନା ମହାମାରୀ ପରେ ଚଳଚ୍ଚିତ୍ର ବ୍ୟବସାୟ ପ୍ରଚୁର ଆର୍ଥିକ ଉପାର୍ଜନ କରିବ ଏବଂ ଏବେ ଓଟିଟି ପ୍ଲାଟଫର୍ମ ନିମନ୍ତେ ଚଳଚ୍ଚିତ୍ରମାନ ମଧ୍ୟ ନିର୍ମାଣ କରାଯାଉଛିବୋଲି ସେ ସୂଚାଇଥିଲେ ।

ଫ୍ରାନ୍ସରେ ତଥା ମୋନାକୋ ପ୍ରିନ୍ସପାଲିଟିରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଜାବେଦ୍‍ ଅସ୍ରଫ୍‍ ଏହି ଅବସରରେ ସୂଚନା ଦେଇ କହିଲେ ଯେ କାନସ୍‍ ଚଳଚ୍ଚିତ୍ର ମହୋତ୍ସବ ଭାରତୀୟ ସିନେମା ବିଶ୍ୱ ଦରବାରରେ ପହଞ୍ôଚବାର ଏକ ବୃହତ୍‍ ଗବାକ୍ଷ ଭାବେ କାର୍ଯ୍ୟ କରୁଛି । କୋଭିଡ଼ ମହାମାରୀ ଯୋଗୁ ଏହି ମହୋତ୍ସବରେ ଏବେ ବ୍ୟାଘାତ ସୃଷ୍ଟି ହୋଇଥିଲେ ସୁଦ୍ଧା ଖୁବ୍‍ ଶୀଘ୍ର ବିଶ୍ୱ ଚଳଚ୍ଚିତ୍ର ସମୁଦାୟ ପୁଣି ପରସ୍ପର ସହ ଯୋଡ଼ ିହୋଇପାରିବେ । ଭାରତ ଏବେ ବିଶ୍ୱ ସିନେମା ସୁଟିଂର ଏକ ପେଣ୍ଠସ୍ଥଳରେ ପରିଣତ ହେଉଛି ଏବଂ ଓଟିଟି ଡ଼ିଜିଟାଲ ପ୍ଲାଟଫର୍ମ ସ୍ଥାନୀୟ ସିନେବା ଶିଳ୍ପ ଉପରେ ପ୍ରଭାବ ପକାଇଛି । ଭାରତୀୟ ସିନେମା ଆମର ବିବିଧତା, ଐତିହ୍ୟ ଓ ମୁକ୍ତ ସମାଜକୁ ପ୍ରତିଫଳିତ କରେ ଏବଂ ସିନେମା ଆମକୁ ଯେତିକି ମାତ୍ରାରେ ପରସ୍ପର ସହିତ ଯୋଡ଼େ ତାହା ଅନ୍ୟ କେହି କରନ୍ତିନାହିଁ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ ଖାରେ ଏହି କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ କହିଲେ ଯେ କରୋନା ମହାମାରୀ ଯୋଗୁ ସକଳ ପ୍ରକାର ଚାଲେଞ୍ଚ ସତ୍ତ୍ୱେ ଆମେ ଆମର ସାଂସ୍କୃତିକ ଓ ସିନେମାଟିକ୍‍ ଐତିହ୍ୟକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ କରିବାରେ ସକ୍ଷମ ହୋଇପାରିଛୁ । ଚଳିତ ବର୍ଷ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ସହ ଆମେ ମହାନ୍‍ ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ମଧ୍ୟ ପାଳନ କରୁଛୁ ବୋଲି ସେ ସୂଚାଇଥିଲେ । ଏହି ଅବସରରେ ସେ ଏକ ନିୟାମକ ପୁସ୍ତିକା ତଥା ଭାରତ ଅନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବର ୫୨ତମ ସଂସ୍କରଣ ପୋଷ୍ଟରର ଉନ୍ମୋଚନ କରିଥିଲେ ।

Cinema has united us in these very difficult times of the pandemic. India Pavilion at @Festival_Cannes offers the opportunity to the Indian film makers to share the best of Indian talent and contents to the world: Ms Neerja Sekhar, Additional Secretary, @MIB_India pic.twitter.com/NypLrRavVA

— PIB India (@PIB_India) July 6, 2021

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସୁଶ୍ରୀ ନୀରଜା ଶେଖର କହିଲେ ଯେ କରୋନା ମହାମାରୀ କାଳରେ ସିନେମା ଆମ ସମସ୍ତଙ୍କୁ ପରସ୍ପର ସହିତ ଏକତ୍ର କରାଇପାରିଛି । ଏହି ମହୋତ୍ସବ ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସେମାନଙ୍କର ଶ୍ରେଷ୍ଠତ୍ୱ ବିଶ୍ୱ ଦରବାରରେ ଉପସ୍ଥାପିତ କରିବାର ସୁଯୋଗ ପ୍ରଦାନ କରିଛି ବୋଲି ସେ କହିଥିଲେ ।

ସିବିଏଫସିର ଅଧ୍ୟକ୍ଷ ତଥା ଲେଖକ ଓ କବି ଶ୍ରୀ ପ୍ରସୂନ ଯୋଶୀ ତାଙ୍କର ବକ୍ତବ୍ୟ ରଖି କହିଥିଲେ ଯେ ଭାରତୀୟ ସିନେମା ଓ ଫିଲ୍ମ ନିର୍ମାତାମାନେ ଏବେ ଉଚିତ ଦିଶାରେ ଆଗକୁ ଅଗ୍ରସର ହେଉଛନ୍ତି ଏବଂ ସେମାନେ ଆଞ୍ଚଳିକ ସିନେମା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ।

ମୁକ୍ତା ଆର୍ଟସ୍‍ ଲିମିଟେଡ଼ର ଅଧ୍ୟକ୍ଷ ତଥା ଫିଲ୍ମ ନିର୍ମାତା ତଥା ଶିକ୍ଷାବିତ୍‍ ଶ୍ରୀ ସୁଭାଷ ଘାଇ ତାଙ୍କର ଭାଷଣରେ କହିଲେ ଯେ ଭାରତୀୟ ଲୋକମାନଙ୍କର ପ୍ରଥମ ପ୍ରିୟ ପସନ୍ଦ ହେଉଛି ସିନେମା । କାରଣ ଏହା ସେମାନଙ୍କୁ ଯେତିକି ମନୋରଞ୍ଜନର ଖୋରାକ ଯୋଗାଇଥାଏ ସେତିକି ମାତ୍ରାରେ ସେମାନଙ୍କୁ ପ୍ରଶିକ୍ଷିତ କରିଥାଏ । ଏହା ସେମାନଙ୍କ ଜୀବନର ପ୍ରତିଫଳିତ ଛବି ବୋଲି ସେ ଉଲ୍ଲେଖ କରିଥିଲେ ।

ବାଲାଜୀ ଟେଲିଫିଲ୍ମସ୍‍ର ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ ଏକତା କପୁର କହିଲେ ଯେ ଭାରତ ଏକ କଣ୍ଟେଣ୍ଟ ସୃଷ୍ଟିକାରୀ ରାଷ୍ଟ୍ର ଭାବେ ସୁପରିଚିତ ଏବଂ ଭାରତୀୟ କାହାଣୀ ପରମ୍ପରାରେ ଅନେକ ସ୍ଥାନୀୟ ରସ ଭରି ରହିଛି ଯାହାକୁ ଆମେ ଅନ୍ତରାଷ୍ଟ୍ରୀୟ ସ୍ତରରେ ସିନେମା ମାଧ୍ୟମରେ ପହଞ୍ଚାଇପାରିବା ।

ଫିକି ଫିଲ୍ମ ଫୋରମ୍‍ର ସହ- ଅଧ୍ୟକ୍ଷ ତଥା ଏମପିଏ- ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଉଦୟ ସିଂହ ଏହି କାର୍ଯ୍ୟକ୍ରମକୁ ସଞ୍ଚଳନ କରିଥିଲେ । କରୋନା ମହାମାରୀ ପ୍ରଭାବ ଯୋଗୁ କାନସ୍‍ ଚଳଚ୍ଚିତ୍ର ମହୋତ୍ସବ ୨୦୨୧ ଚଳିତ ବର୍ଷ ଭର୍ଚୁଆଲ୍‍ ମୋଡ଼ରେ ଆୟୋଜିତ ହୋଇଛି । ଭାରତ ମଧ୍ୟ ଭର୍ଚୁଆଲ୍‍ ମୋଡ଼ରେ ଏଥିରେ ଅଂଶଗ୍ରହଣ କରିଛି । 

 

*****

SS

 

 

 



(Release ID: 1733282) Visitor Counter : 197