କ୍ୟାବିନେଟ ସଚିବାଳୟ

ଏକ ନୂତନ ସମବାୟ ମନ୍ତ୍ରଣାଳୟ ଗଠନ କଲେ ମୋଦୀ ସରକାର

प्रविष्टि तिथि: 06 JUL 2021 10:22PM by PIB Bhubaneshwar

ସହଯୋଗ ଦ୍ୱାରା ସମୃଦ୍ଧିର ଦୃଷ୍ଟିକୋଣକୁ ହୃଦୟଙ୍ଗମ କରି ମୋଦୀ ସରକାରଙ୍କ ଦ୍ୱାରା ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଏକ ପୃଥକ୍ 'ସମବାୟ ମନ୍ତ୍ରଣାଳୟଗଠନ କରାଯାଇଛି

ଦେଶରେ ସମବାୟ ବିପ୍ଲବକୁ ମଜବୁତ କରିବା ପାଇଁ ଏହି ମନ୍ତ୍ରଣାଳୟ ଏକ ପୃଥକ୍ ପ୍ରଶାସନିକ, ନ୍ୟାୟିକ ଓ ନୀତିଗତ ଢାଞ୍ଚା ପ୍ରଦାନ କରିବ

ତୃଣମୂଳ ପର୍ଯ୍ୟନ୍ତ ପହଞ୍ଚିପାରୁଥିବା ଏକ ବାସ୍ତବ ଜନ କୈନ୍ଦ୍ରିକ ଆନ୍ଦୋଳନ ଭାବେ ସମବାୟଗୁଡ଼ିକୁ ମଜବୁତ କରିବା କ୍ଷେତ୍ରରେ ଏହା ସହାୟକ ହେବ

ଆମ ଦେଶରେ, ଏକ ସମବାୟ ଭିତ୍ତିକ ଅର୍ଥନୈତିକ ବିକାଶ ମଡେଲର ଅତ୍ୟନ୍ତ ପ୍ରାସଙ୍ଗିକତା ରହିଛି, ଯେଉଁଠି ପ୍ରତ୍ୟେକ ସଦସ୍ୟ ଦାୟିତ୍ୱବୋଧତାର ସହ କାର୍ଯ୍ୟ କରିଥାନ୍ତି

ସମବାୟ ସଂସ୍ଥାଗୁଡ଼ିକ ପାଇଁ ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ନିମନ୍ତେ ଉଦ୍ଦିଷ୍ଟ ପ୍ରକ୍ରିୟାଗୁଡ଼ିକୁ ସୁବ୍ୟବସ୍ଥିତ କରିବା ଏବଂ ବହୁ-ରାଜ୍ୟ ସମବାୟ ସମିତି (ଏମଏସସିଏସ୍)ର ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଉକ୍ତ ମନ୍ତ୍ରଣାଳୟ କାର୍ଯ୍ୟ କରିବ

କେନ୍ଦ୍ର ସରକାର ଗୋଷ୍ଠୀ ଆଧାରିତ ବିକାଶମୂଳକ ସହଯୋଗିତା ପାଇଁ ନିଜ ପ୍ରତିଶ୍ରୁତିବଦ୍ଧତାକୁ ଦୃଢ଼ କରିବା ଲାଗି ସଂକେତ ଦେଇଛନ୍ତି ସମବାୟ ପାଇଁ ଏକ ପୃଥକ୍ ମନ୍ତ୍ରଣାଳୟର ସୃଷ୍ଟି ମଧ୍ୟ ଅର୍ଥ ମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ବଜେଟ୍ ଘୋଷଣାକୁ ପୂରଣ କରୁଛି

SR


(रिलीज़ आईडी: 1733267) आगंतुक पटल : 460
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Punjabi , Telugu , Kannada , Malayalam