ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଗତ ୨୪ ଘଣ୍ଟାରେ ୪୦ ହଜାରରୁ କମ୍ କରୋନା ମାମଲା ଚିହ୍ନଟ ହୋଇଛି

ଦେଶରେ ସକ୍ରିୟ କରୋନା ମାମଲା ୪,୮୨,୦୭୧କୁ ହ୍ରାସ, ଯାହାକି ମୋଟ ମାମଲାର ୧.୫୮%

ଭାରତରେ କୋଭିଡ-୧୯ ଟିକାକରଣ ୩୫.୨୮ କୋଟିକୁ ଟପିଲା

ଦୈନିକ ପଜିଟିଭିଟି ହାର (୨.୬୧%) ଗତ ୨୮ ଦିନ ଧରି ୫% ତଳେ ରହିଛି

Posted On: 05 JUL 2021 11:53AM by PIB Bhubaneshwar

ଭାରତରେ ଗତ ୨୪ ଘଣ୍ଟାରେ ୪୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ଆଠ ଦିନ ଧରି ଦୈନିକ ସଂକ୍ରମଣ ୫୦ ହଜାରରୁ ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାର ଫଳ ।

https://static.pib.gov.in/WriteReadData/userfiles/image/image001JLL7.jpg

ଭାରତରେ ସକ୍ରିୟ କରୋନା ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେ ସକ୍ରିୟ ମାମଲା ରହିଛି ୪,୮୨,୦୭୧ ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୩,୨୭୯ ହ୍ରାସ ହୋଇଛି ଏବଂ ଏବେ ଦେଶରେ ଚିହ୍ନଟ ହୋଇଥିବା ମୋଟ ମାମଲାର ମାତ୍ର ୧.୫୮% ରହିଛି ସକ୍ରିୟ ମାମଲା ।

https://static.pib.gov.in/WriteReadData/userfiles/image/image00272F1.jpg

ଭାରତରେ ମୋଟ କୋଭିଡ-୧୯ ଟିକାକରଣ ଗତକାଲି ୩୫.୨୮ କୋଟିକୁ ଅତିକ୍ରମ କରିଯାଇଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୬,୩୪,୯୮୬ ସେସନରେ ମୋଟ ୩୫,୨୮,୯୨,୦୪୬ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୧୪,୮୧,୫୮୩ ଡୋଜ୍ ଟିକା ଦିଆଯାଇଛି ।

HCWs

1st Dose

1,02,29,388

2nd Dose

73,13,234

FLWs

1st Dose

1,75,86,200

2nd Dose

96,69,322

Age Group 18-44 years

1st Dose

10,07,24,211

2nd Dose

27,77,265

Age Group 45-59 years

1st Dose

9,07,90,116

2nd Dose

1,89,54,073

Over 60 years

1st Dose

6,89,93,767

2nd Dose

2,58,54,470

Total

35,28,92,046

୨୦୨୧ ଜୁନ୍ ୨୧ ତାରିଖରେ କୋଭିଡ-୧୯ ଟିକାକରଣର ବୈଶ୍ୱିକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଦେଶବ୍ୟାପୀ ଏହି ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

କୋଭିଡ-୧୯ ସଂକ୍ରମଣରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଗତ ୫୩ ଦିନ ହେଲା ଦେଶରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟାରେ ୪୨,୩୫୨ ଜଣ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image0032KBK.jpg

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ୨୦୦୦ (୨,୫୫୬)ରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image0049VHH.jpg

ଉହାମାରୀ ଆରମ୍ଭ ହେବା ଦିନରୁ ଏ ପର୍ଯ୍ୟନ୍ତ ଦେଶରେ ୨,୯୭,୦୦,୪୩୦ ଜଣ କୋଭିଡ-୧୯ରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୪୨,୩୫୨ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ମୋଟ ସୁସ୍ଥତା ହାର ୯୭.୧୧% ଥିବା ବେଳେ ଏହା କ୍ରମେ ବୃଦ୍ଧି ପାଇବାରେ ଲାଗିଛି ।

https://static.pib.gov.in/WriteReadData/userfiles/image/image005IR0F.jpg

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୫,୨୨,୫୦୪ ଟେଷ୍ଟ କରାଯାଇଛି । ଭାରତରେ ମୋଟ ୪୧.୯୭ କୋଟି (୪୧,୯୭,୭୭,୪୫୭)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ହୋଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୨.୪୦% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୬୧% । ଗତ ୨୮ ଦିନ ଧରି ଦୈନିକ ପଜିଟିଭିଟି ହାର ୫% ତଳେ ରହିଛି ।

https://static.pib.gov.in/WriteReadData/userfiles/image/image006V8KW.jpg

***

SR



(Release ID: 1732790) Visitor Counter : 221