ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ-୧୯ ଟିକାକରଣ ୩୫ କୋଟିକୁ ଅତିକ୍ରମ କଲା

ବିଗତ ଏକ ସପ୍ତାହ ଧରି ଦୈନିକ ସଂକ୍ରମଣ ୫୦ ହଜାର ତଳେ ରହିଛି

ଭାରତରେ ସକ୍ରିୟ କରୋନା ମାମଲା ୪,୮୫,୩୫୦କୁ ହ୍ରାସ, ମୋଟ ମାମଲାର ମାତ୍ର ୧.୫୯% ରହିଛି ସକ୍ରିୟ ମାମଲା

ଦୈନିକ ପଜିଟିଭିଟି ହାର (୨.୩୪%) ଗତ ୨୭ ଦିନ ଧରି ୫% ତଳେ ରହିଛି

Posted On: 04 JUL 2021 9:48AM by PIB Bhubaneshwar

ଭାରତରେ କୋଭିଡ-୧୯ ଟିକାକରଣ ଗତକାଲି ୩୫ କୋଟିର ମାଇଲଖୁଣ୍ଟକୁ ଅତିକ୍ରମ କରିଛନ୍ତି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁୁସାରେ ୪୬,୦୪,୯୨୫ ସେସନରେ ମୋଟ ୩୫,୧୨,୨୧,୩୦୬ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩,୮୭,୮୪୯ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

1,02,27,957

2nd Dose

73,08,968

FLWs

1st Dose

1,75,81,755

2nd Dose

96,55,149

Age Group 18-44 years

1st Dose

9,98,28,219

2nd Dose

27,26,338

Age Group 45-59 years

1st Dose

9,05,89,022

2nd Dose

1,86,76,107

Over 60 years

1st Dose

6,89,10,208

2nd Dose

2,57,17,583

Total

35,12,21,306

୨୦୨୧ ଜୁନ୍ ୨୧ ତାରିଖରୁ ଦେଶରେ କୋଭିଡ-୧୯ ଟିକାକରଣର ନୂତନ ବୈଶ୍ୱିକରଣ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୩,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କ୍ରମାଗତ ସାତ ଦିନ ଧରି ଦୈନିକ ୫୦ ହଜାରରୁ କମ୍ ନୂଆ ମାମଲା ଚିହ୍ନଟ ହେଉଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ମିଳିତ ପ୍ରଚେଷ୍ଟାର ଫଳ ।

https://static.pib.gov.in/WriteReadData/userfiles/image/image001EEAN.jpg

ଭାରତରେ ସକ୍ରିୟ କରୋନା ମାମଲା ମଧ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଦେଶରେ ଆଜି ୪,୮୫,୩୫୦ ସକ୍ରିୟ ମାମଲା ରହିଛି ।

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୧୦,୧୮୩ ହ୍ରାସ ହୋଇଛି ଏବଂ ଏବେ ଦେଶର ମୋଟ ପଜିଟିଭ ମାମଲାର ମାତ୍ର ୧.୫୯% ରହିଛି ସକ୍ରିିୟ ମାମଲା ।

https://static.pib.gov.in/WriteReadData/userfiles/image/image002BWUD.jpg

ଦୈନିକ ଅଧିକରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବାରୁ ଗତ ୫୨ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ଆସୁଥିବା ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟାରେ ୫୨,୨୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ୯ ହଜାର (୯,୨୨୮)ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image003Q04Y.jpg

ମହାମାରୀ ଆରମ୍ଭ  ହେବା ପରଠାରୁ ଏ ପର୍ଯ୍ୟନ୍ତ ୨,୯୬,୫୮,୦୭୮ ଜଣ କୋଭିଡ-୧୯ରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୫୨,୨୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ମୋଟ ସୁସ୍ଥତା ହାର ୯୭.୦୯% ରହିଛି ଏବଂ ଏହା କ୍ରମେ ବୃଦ୍ଧି ପାଉଛି ।

https://static.pib.gov.in/WriteReadData/userfiles/image/image00468DG.jpg

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୮,୩୮,୪୯୦ ଟେଷ୍ଟ କରାଯାଇଛି । ଭାରତରେ ମୋଟ ୪୧.୮୨ କୋଟି(୪୧,୮୨,୫୪,୯୫୩)ରୁ ଅଧିକ ଟେଷ୍ଟ କରାଯାଇଛି ।

ଦେଶରେ ଏକ ପକ୍ଷରେ ଟେଷ୍ଟିଙ୍ଗ ବୃଦ୍ଧି ପାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୨.୪୪% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୩୪% । ଗତ ୨୭ ଦିନ ଧରି ଦୈନିକ ପଜିଟିଭିଟି ହାର ୫%ରୁ ତଳେ ରହିଛି ।

https://static.pib.gov.in/WriteReadData/userfiles/image/image005CBX6.jpg

SR



(Release ID: 1732628) Visitor Counter : 272