ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତରେ କୋଭିଡ-୧୯ ଟିକାକରଣ ୩୪.୪୬ କୋଟିକୁ ବୃଦ୍ଧି
କ୍ରମାଗତ ଷଷ୍ଠ ଦିନରେ ଦୈନିକ ନୂଆ ସଂକ୍ରମଣ ୫୦ ହଜାର ତଳେ
ଭାରତରେ ୯୭ ଦିନ ପରେ ସକ୍ରିୟ କରୋନା ମାମଲା ୫ ଲକ୍ଷ ତଳେ
କ୍ରମାଗତ ୨୬ ଦିନ ଧରି ଦୈନିକ ପଜିଟିଭିଟି ହାର (୨.୩୫%) ୫% ତଳେ ରହିଛି
Posted On:
03 JUL 2021 10:38AM by PIB Bhubaneshwar
ଭାରତର ମୋଟ କୋଭିଡ-୧୯ ଟିକାକରଣ ଗତକାଲି ୩୪ କୋଟିର ମାଇଲଖୁଣ୍ଟକୁ ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୫,୬୦,୦୮୮ ସେସନରେ ମୋଟ ୩୪,୪୬,୧୧,୨୯୧ ଡୋଜ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩,୯୯,୨୯୮ ଡୋଜ୍ ଟିକା ଦିଆଯାଇଛି ।
୨୦୨୧ ଜୁନ୍ ୨୧ ତାରିଖରେ କୋଭିଡ-୧୯ ଟିକାକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । କୋଭିଡ-୧୯ ଟିକାକରଣକୁ ଦେଶବ୍ୟାପୀ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।
ଗତ ୨୪ ଘଣ୍ଟାରେ ଭାରତରେ ୪୪,୧୧୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।
ଗତ ଛଅ ଦିନ ଧରି ଦେଶରେ ଦୈନିକ ନୂଆ ସଂକ୍ରମଣ ୫୦ ହଜାର ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ମିଳିତ ପ୍ରଚେଷ୍ଟାର ଫଳ ।
ଭାରତରେ ସକ୍ରିୟ କରୋନା ମାମଲା ମଧ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଦେଶରେ ଆଜି ସକ୍ରିୟ ମାମଲା ରହିଛି ୪,୯୫,୫୩୩, ଯାହାକି ୯୭ ଦିନ ପରେ ୫ ଲକ୍ଷ ତଳେ ରହିଛି ।
ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୧୪,୧୦୪ ହ୍ରାସ ହୋଇଛି ଏବଂ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧.୬୨% ରହିଛି ସକ୍ରିୟ ମାମଲା ।
କୋଭିଡ-୧୯ ସଂକ୍ରମଣରୁ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ, ଗତ ୫୧ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭,୪୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ୧୩,୦୦୦(୧୩,୩୬୬)ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଦେଶରେ ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୨,୯୬,୦୫,୭୭୯ ଜଣ କରୋନାରୁ ସୁସ୍ଥ ହେଲେଣି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୫୭,୪୭୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ସୁସ୍ଥତା ହାର ରହିଛି ୯୭.୦୬% ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି ।
ଦେଶରେ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୭୬,୦୩୬ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୪୧.୬୪ କୋଟି (୪୧,୬୪,୧୬,୪୬୩)ରୁ ଅଧିକ ଟେଷ୍ଟ କରାଯାଇଛି ।
ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ହୋଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ଅପରପକ୍ଷରେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୨.୫୦% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୩୫% । ଗତ ୨୬ ଦିନ ଧରି ଦୈନିକ ପଜିଟିଭିଟି ହାର ୫% ତଳେ ରହିଛି ।
SR
(Release ID: 1732573)
Visitor Counter : 297
Read this release in:
English
,
Urdu
,
Hindi
,
Marathi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam
,
Malayalam