ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ-୧୯ ଟିକାକରଣ ୩୩.୨୮ କୋଟିକୁ ବୃଦ୍ଧି

ଭାରତରେ ଗତ ୨୪ ଘଣ୍ଟାରେ ୪୫,୯୫୧ ନୂଆ ମାମଲା ଚିହ୍ନଟ, ସକ୍ରିୟ ମାମଲା (୫,୩୭,୦୬୪) ମୋଟ ମାମଲାର ମାତ୍ର ୧.୭୭%

ଗତ ତିନି ଦିନ ଧରି ଦୈନିକ ନୂଆ ମାମଲା ୫୦ ହଜାର ତଳେ

ଦୈନିକ ପଜିଟିଭିଟି ହାର (୨.୩୪%) କ୍ରମାଗତ ୨୩ ଦିନ ଧରି ୫% ତଳେ ରହିଛି

Posted On: 30 JUN 2021 10:39AM by PIB Bhubaneshwar

ଭାରତରେ ମୋଟ କୋଭିଡ ଟିକାକରଣ ଗତକାଲି ୩୩ କୋଟିକୁ ଅତିକ୍ରମ କରିଯାଇଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୪,୩୩,୮୫୩ ସେସନରେ ମୋଟ ୩୩,୨୮,୫୪,୫୨୭ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୧,୯୮୩ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

1,02,08,162

2nd Dose

72,43,081

FLWs

1st Dose

1,74,84,539

2nd Dose

94,80,633

Age Group 18-44 years

1st Dose

9,00,61,716

2nd Dose

20,87,331

Age Group 45-59 years

1st Dose

8,82,70,464

2nd Dose

1,59,11,279

Over 60 years

1st Dose

6,79,88,719

2nd Dose

2,41,18,603

Total

33,28,54,527

୨୦୨୧ ଜୁନ୍ ୨୧ ତାରିଖରେ କୋଭିଡ-୧୯ ଟିକାକରଣର ନୂତନ ସରଳୀକରଣ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫,୯୫୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ତିନି ଦିନ ଧରି କ୍ରମାଗତ ଭାବେ ଦୈନିକ ନୂଆ ମାମଲା ୫୦ ହଜାର ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାର ଫଳ ।

https://static.pib.gov.in/WriteReadData/userfiles/image/image00184E6.jpg

ଭାରତରେ କ୍ରମାଗତ ଭାବେ ସକ୍ରିୟ କରୋନା ମାମଲା ମଧ୍ୟ ହ୍ରାସ ପାଉଛି । ଆଜି ଦେଶରେ ସକ୍ରିୟ ମାମଲା ରହିଛି ୫,୩୭,୦୬୪ ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୧୫,୫୯୫ ହ୍ରାସ ହୋଇଛି ଏବଂ ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧.୭୭% ରହିଛି ସକ୍ରିୟ ମାମଲା ।

https://static.pib.gov.in/WriteReadData/userfiles/image/image002Z10D.jpg

ଦୈନିକ ଅଧିକରୁ ଅଧିକ ଲୋକ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହେଉଥିବାରୁ ଗତ ୪୮ ଦିନ ହେଲା ଭାରତରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣକୁ ପଛରେ ପକାଇଛି । ଗତ ୨୪ ଘଣ୍ଟାରେ ୬୦,୭୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ୧୪ ହଜାର (୧୪,୭୭୮)ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image003IGF1.jpg

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୨,୯୪,୨୭,୩୩୦ ଜଣ ଲୋକ ସୁସ୍ଥ ହେଲେଣି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୬୦,୭୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ମୋଟ ସୁସ୍ଥତା ହାର ୯୬.୯୨% ରହିଛି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି ।

https://static.pib.gov.in/WriteReadData/userfiles/image/image00429TC.jpg

ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ଦେଶରେ ଗତ ୨୪ ଘଣ୍ଟାରେ ୧୯,୬୦,୭୫୭ ଟେଷ୍ଟ କରାଯାଇଛି । ଭାରତରେ ମୋଟ ୪୧.୦୧ କୋଟି (୪୧,୦୧,୦୦,୦୪୪)ରୁ ଅଧିକ ଟେଷ୍ଟ କରାଯାଇଛି ।

ଦେଶରେ ଏକ ପକ୍ଷରେ ଟେଷ୍ଟିଂ ବୃଦ୍ଧି ହୋଇଥିବା ବେଳେ ଅପରପକ୍ଷରେ ସାପ୍ତାହିକ ପଜିଟିଭିଟି ହାରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୨.୬୯% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୩୪% । ଦୈନିକ ପଜିଟିଭିଟି ହାର କ୍ରମାଗତ ଭାବେ ୨୩ ଦିନ ଧରି ୫% ତଳେ ରହିଛି ।

https://static.pib.gov.in/WriteReadData/userfiles/image/image0058WFO.jpg

SR



(Release ID: 1731419) Visitor Counter : 255