ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା
Posted On:
29 JUN 2021 9:13AM by PIB Bhubaneshwar
102 ଦିନ ପରେ ଭାରତର ଦୈନିକ ନୂତନ କରୋନା ମାମଲା ସଂଖ୍ୟା 40,000 ତଳକୁ ହ୍ରାସ ପାଇଛି ।
ଗତ 24 ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା 37,566 ରହିଛି ।
ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା 5,52,659କୁ ହ୍ରାସ ପାଇଛି ।
ସକ୍ରିୟ ମାମଲା ମୋଟ ମାମଲାର 1.82 ପ୍ରତିଶତରେ ରହିଛି ।
ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,93,66,601 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ 56,994 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
କ୍ରମାଗତ 47 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।
ସୁସ୍ଥତା ହାର 96.87 ପ୍ରତିଶତକୁ ବୃଦ୍ଧି ପାଇଛି ।
ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା 2.74 ପ୍ରତିଶତରେ ରହିଛି ।
ଦୈନିକ ପଜିଟିଭିଟି ହାର 2.12 ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ 22 ଦିନ ମଧ୍ୟରେ 5 ପ୍ରତିଶତରୁ କମ୍ ରହିଛି ।
ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 40.81 କୋଟି ପରୀକ୍ଷା କରାଯାଇଛି ।
ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ 32.90 କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି ।
**********
TRP/
(Release ID: 1731274)
Visitor Counter : 231
Read this release in:
English
,
Urdu
,
Marathi
,
Hindi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam