ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

ପୋଷ୍ଟ କରାଯିବା ଦିନାଙ୍କ: 23 JUN 2021 9:14AM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ ଭାରତରେ 54.24 ଲକ୍ଷ ଟିକା ଡୋଜ ବିନିଯୋଗ ହୋଇଛି

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ ମୋଟ 29.46 କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି ।

ଗତ 24 ଘଣ୍ଟା ମଧ୍ୟରେ ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା 50,848 ରହିଛି

ଭାରତର ମୋଟ ସକ୍ରିୟ କରୋନା ମାମଲା ସଂଖ୍ୟା 6,43,194କୁ ହ୍ରାସ ପାଇଛି; 82 ଦିନରେ ଏହା ସର୍ବନିମ୍ନ ।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,89,94,855 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 68,817 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

କ୍ରମାଗତ 41 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।

ସୁସ୍ଥତା ହାର 96.56 ପ୍ରତିଶତକୁ ବୃଦ୍ଧି ପାଇଛି ।

ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା 3.12 ପ୍ରତିଶତରେ ରହିଛି ।

ଦୈନିକ ପଜିଟିଭିଟି ହାର 2.67 ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ 16 ଦିନ ମଧ୍ୟରେ 5 ପ୍ରତିଶତରୁ କମ୍ ରହିଛି ।

ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 39.59 କୋଟି ପରୀକ୍ଷା କରାଯାଇଛି ।

 

**********

TRP/

 


(ରିଲିଜ ଆଡି: 1729855) ପରିଦର୍ଶକ କାଉଣ୍ଟର : 159