ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ୮୧ ଦିନ ପରେ ଦୈନିକ ନୂଆ ସଂକ୍ରମଣ ୬୦ ହଜାର ତଳେ, ଗତ ୨୪ ଘଣ୍ଟାରେ ୫୮,୪୧୯ ମାମଲା ଚିହ୍ନଟ

ଭାରତରେ ସକ୍ରିୟ କରୋନା ମାମଲା ଏବେ ୭,୨୯,୨୪୩ ରହିଛି

ଗତ ୩୮ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ମାମଲାକୁ ପଛରେ ପକାଇଛି

ସୁସ୍ଥତା ହାର ୯୬.୨୭%କୁ ବୃଦ୍ଧି

ଦୈନିକ ପଜିଟିଭିଟି ହାର ୩.୨୨%କୁ ହ୍ରାସ, ଗତ ୧୩ ଦିନ ଧରି ଏହା ୫% ତଳେ ରହିଛି

Posted On: 20 JUN 2021 10:11AM by PIB Bhubaneshwar

ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ଭାରତରେ ୮୧ ଦିନ ପରେ ଦୈନିକ ନୂଆ କରୋନା ମାମଲା ୬୦ ହଜାର ତଳେ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮,୪୧୯ ନୂଆ ମାମଲା ଆସିଛି । ଭାରତରେ ଦୈନିକ କୋଭିଡ-୧୯ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି ।

ଗତ ୧୩ ଦିନ ଧରି ଦୈନିକ ନୂଆ ସଂକ୍ରମଣ ୧ ଲକ୍ଷରୁ ତଳେ ରହିଛି । କେନ୍ଦ୍ର ସରକାରଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ।

https://static.pib.gov.in/WriteReadData/userfiles/image/image001ZJ0X.jpg

ସକ୍ରିୟ କରୋନା ମାମଲା ମଧ୍ୟ ଭାରତରେ କ୍ରମାଗତ ହ୍ରାସ ପାଇ ଚାଲିଛି । ଦେଶରେ ଆଜି ସକ୍ରିୟ ମାମଲା ରହିଛି ୭,୨୯,୨୪୩ ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୩୦,୭୭୬ ହ୍ରାସ ହୋଇଛି ଏବଂ ଏବେ ସକ୍ରିୟ ମାମଲା ଦେଶର ମୋଟ ପଜିଟିଭ ମାମଲାର ୨.୪୪% ରହିଛି ।

https://static.pib.gov.in/WriteReadData/userfiles/image/image002HLJN.jpg

ଦେଶରେ ଦୈନିକ ଅଧିକରୁ ଅଧିକ ଲୋକ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହେଉଥିବାରୁ ଗତ ୩୮ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୭,୬୧୯ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଆସିଥିବା ନୂଆ କରୋନା ମାମଲା ତୁଳନାରେ ୨୯ ହଜାର(୨୯,୨୦୦)ରୁ ଅଧିକ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image003E8SZ.jpg

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୨,୮୭,୬୬,୦୦୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୮୭,୬୧୯ ଜଣ ସୁସ୍ଥ ହୋଇଛନ୍ତି । ଏହା ଯୋଗୁ ଦେଶରେ ସୁସ୍ଥତା ହାର ୯୬.୨୭%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ମଧ୍ୟ ପାଉଛି ।

https://static.pib.gov.in/WriteReadData/userfiles/image/image00444NT.jpg

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୮,୧୧,୪୪୬ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୯.୧୦ କୋଟି (୩୯,୧୦,୧୯,୦୮୩)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର ହା୍ରସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୩.୪୩% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୩.୨୨% । ଗତ ୧୩ ଦିନ ଧରି ଦୈନିକ ପଜିଟିଭିଟି ହାର ୫% ତଳେ ରହିଛି ।

https://static.pib.gov.in/WriteReadData/userfiles/image/image005P0D8.jpg

ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ଦେଶରେ ୩୭,୯୧,୬୮୬ ସେସନରେ ମୋଟ ୨୭,୬୬,୯୩,୫୭୨ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୩୮,୧୦,୫୫୪ ଡୋଜ୍ ଟିକା ଦିଆଯାଇଛି ।

HCWs

1st Dose

1,01,19,241

2nd Dose

70,65,889

FLWs

1st Dose

1,71,08,593

2nd Dose

90,32,813

Age Group 18-44 years

1st Dose

5,42,21,110

2nd Dose

12,27,088

Age Group 45-59 years

1st Dose

7,98,16,559

2nd Dose

1,26,54,117

Over 60 years

1st Dose

6,44,21,583

2nd Dose

2,10,26,579

Total

27,66,93,572

 

****

SR



(Release ID: 1728880) Visitor Counter : 233