ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ସକ୍ରିୟ କରୋନା ମାମଲା ୮,୨୬,୭୪୦କୁ ହ୍ରାସ, ୭୧ ଦିନରେ ସର୍ବନିମ୍ନ

ଗତ ୨୪ ଘଣ୍ଟାରେ ଦେଶରେ ୬୭,୨୦୮ ନୂଆ ମାମଲା ଚିହ୍ନଟ

କ୍ରମାଗତ ୩୫ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି

ସୁସ୍ଥତା ହାର ୯୫.୯୩%କୁ ବୃଦ୍ଧି

ଦୈନିକ ପଜିଟିଭିଟି ହାର ଏବେ ଅଛି ୩.୪୮%, କ୍ରମାଗତ ୧୦ ଦିନ ଧରି ୫%ରୁ ତଳେ ରହିଛି

Posted On: 17 JUN 2021 10:31AM by PIB Bhubaneshwar

ଦୈନିକ ନୂଆ କରୋନା ମାମଲା ଭାରତରେ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭,୨୦୮ ନୂଆ ମାମଲା ଚିହ୍ନଟ ହୋଇଛି ।

ଗତ ୧୦ ଦିନ ଧରି କ୍ରମାଗତ ଭାବେ ଦୈନିକ ୧ ଲକ୍ଷରୁ କମ୍ ମାମଲା ଆସୁଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାରେ ସମ୍ଭବ ହୋଇପାରିଛି ।

https://static.pib.gov.in/WriteReadData/userfiles/image/image001TDE3.jpg

ଭାରତରେ ସକ୍ରିୟ କରୋନା ମାମଲା ମଧ୍ୟ କ୍ର୍ରମାଗତ ଭାବେ ହ୍ରାସ ପାଉଛି । ଦେଶରେ ଆଜି ସକ୍ରିୟ ମାମଲା ରହିଛି ୮,୨୬,୭୪୦ । ୭୧ ଦିନ ପରେ ସକ୍ରିୟ ମାମଲାରେ ଏହା ସର୍ବନିମ୍ନ ।

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୩୮,୬୯୨ ହ୍ରାସ ହୋଇଛି ଏବଂ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୨.୭୮% ରହିଛି ସକ୍ରିୟ ମାମଲା ।

https://static.pib.gov.in/WriteReadData/userfiles/image/image002PYXX.jpg

କୋଭିଡ-୧୯ ସଂକ୍ରମଣରୁ ପ୍ରତିଦିନ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଗତ ୩୫ ଦିନ ଧରି ଭାରତରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୦୩,୫୭୦ ଜଣ ସୁସ୍ଥ ହୋଇଛନ୍ତି ।

ଗତ କାଲି ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ୩୬ ହଜାର (୩୬,୩୬୨) ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image0031RO1.jpg

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ କୋଭିଡ-୧୯ ସଂକ୍ରମଣରୁ ୨,୮୪,୯୧,୬୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧,୦୩,୫୭୦ ଜଣ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ମୋଟ ଉପରେ ଦେଶରେ ସୁସ୍ଥତା ହାର ୯୫.୯୩% ରହିଛି ଏବଂ ଏହା କ୍ରମେ ବୃଦ୍ଧି ପାଉଛି ।

https://static.pib.gov.in/WriteReadData/userfiles/image/image004JKCA.jpg

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୯,୩୧,୨୪୯ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୮.୫୨ କୋଟି (୩୮,୫୨,୩୮,୨୨୦)ରୁ ଅଧିକ ଟେଷ୍ଟ କରାଯାଇଛି । 

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ଏବେ ୩.୯୯% ରହିଥିବା ବେଳେ ଦୈନିକ ପଜିଟିଭିଟି ରହିଛି ୩.୪୮% । କ୍ରମାଗତ ୧୦ ଦିନ ଧରି ଦୈନିକ ପଜିଟିଭିଟି ହାର ୫% ତଳେ ରହିଛି ।

https://static.pib.gov.in/WriteReadData/userfiles/image/image005ME3T.jpg

ଭାରତରେ ମୋଟ ୨୬.୫୫ କୋଟି ଡୋଜରୁ ଅଧିକ ଟିକା ଦିଆଗଲାଣି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୩୬,୫୮,୧୫୯ ସେସନରେ ମୋଟ ୨୬,୫୫,୧୯,୨୫୧ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪,୬୩,୯୬୧ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

1,00,88,081

2nd Dose

70,17,838

FLWs

1st Dose

1,69,56,515

2nd Dose

89,36,711

Age Group 18-44 years

1st Dose

4,73,43,608

2nd Dose

9,69,085

Age Group 45 to 60 years

1st Dose

7,79,22,224

2nd Dose

1,22,96,349

Over 60 years

1st Dose

6,35,37,652

2nd Dose

2,04,51,188

Total

26,55,19,251

 

****

SR



(Release ID: 1727941) Visitor Counter : 186