ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ଭାରତୀୟ ରାଜମାର୍ଗ ପ୍ରାଧିକରଣ ପ୍ରତ୍ୟେକ ଜାତୀୟ ରାଜମାର୍ଗ ପ୍ରକଳ୍ପ କାର୍ଯ୍ୟ ପାଇଁ ଡ୍ରୋନ୍‍ ସର୍ଭେକୁ କଲେ ବାଧ୍ୟତାମୂଳକ

प्रविष्टि तिथि: 16 JUN 2021 3:46PM by PIB Bhubaneshwar

 

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ଉତ୍ତମ ପାରଦର୍ଶିତା, ଏକରୂପତା ଏବଂ ନୂତନ ପ୍ରଯୁକ୍ତିର ଫାଇଦା ଉଠାଇବା ନିମନ୍ତେ ବିକାଶ, ନିର୍ମାଣ, ସଂଚାଳନ ଏବଂ ରକ୍ଷଣାବେକ୍ଷଣର ସମସ୍ତ ପର୍ଯ୍ୟାୟ ସମୟରେ ରାଷ୍ଟ୍ରୀୟ ରାଜପଥ ପରିଯୋଜନାଗୁଡ଼ିକର ମାସିକ ଭିଡ଼ିଓ ରେକଡ଼ିଂ ଲାଗି ଡ୍ରୋନର ଉପଯୋଗକୁ ବାଧ୍ୟତାମୂଳକ କରାଯାଇଛି ।

କଣ୍ଟ୍ରାକ୍ଟର ଏବଂ କଂସେସିୟନାର, ପର୍ଯ୍ୟବେକ୍ଷଣ ଉପଦେଷ୍ଟାଙ୍କ ଟିମ୍‍ ଲିଡ଼ରଙ୍କ ଉପସ୍ଥିତିରେ ଡ୍ରୋନ୍‍ ଭିଡ଼ିଓର ରେକଡ଼ିଂ କରାଯିବ ଏବଂ ଚଳିତ ଓ ବିଗତ ମାସର ତୁଳନାତ୍ମକ ପ୍ରକଳ୍ପ ଭିଡ଼ିଓକୁ ଏନଏଚଏଆଇର ପୋର୍ଟାଲ ‘ଡାଟା ଲେକ୍‍’ରେ ଅପଲୋଡ଼ କରାଯିବ । ଏଥିରେ ଚଳିତ ମାସ ମଧ୍ୟରେ ବିଭିନ୍ନ ପରିଯୋଜନା ସମ୍ବନ୍ଧିତ ବିକାଶକୁ ଅଧିକୃତ କରାଯିବ । ପର୍ଯ୍ୟବେକ୍ଷଣ ଉପଦେଷ୍ଟା ଏହି ଭିଡ଼ିଓର ବିଶ୍ଳେଷଣ କରିବେ ଏବଂ ପରିଯୋଜନା ବିକାଶର ବିଭିନ୍ନ ପ୍ରସଙ୍ଗକୁ ସାମିଲ କରି ଡିଜିଟାଲ ମାସିକ ପ୍ରଗତି ରିପୋର୍ଟ ଉପରେ ନିଜର ମନ୍ତବ୍ୟ ପ୍ରଦାନ କରିବେ । ଏହି ଭିଡ଼ିଓର ଉପଯୋଗ ଏନଏଚଏଆଇର ଅଧିକାରୀ ପରିଯୋଜାନାଗୁଡ଼ିକ ବାସ୍ତବ ନିରୀକ୍ଷଣ ସମୟରେ ପୂର୍ବ ପର୍ଯ୍ୟବେକ୍ଷଣ ଆଧାର ଉପରେ କରାଯାଇଥିବା ବିଲକ୍ଷଣମାନ ଏବଂ ସୁଧାରର ଯାଞ୍ଚ ମଧ୍ୟ କରାଯିବ ।

ଏହା ବ୍ୟତୀତ, ଏନଏଚଏଆଇର ପରିଯୋଜନା ନିର୍ଦ୍ଦେଶକ ସ୍ୱାକ୍ଷରିତ ଚୁକ୍ତିନାମା ଉପରେ ସ୍ୱାକ୍ଷର କରିବାର ତାରିଖ ଠାରୁ ପ୍ରକଳ୍ପ ସ୍ଥାନରେ ପରିଯୋଜନାର ନିର୍ମାଣର ଆରମ୍ଭ ପର୍ଯ୍ୟନ୍ତ ଏବଂ ପରିଯୋଜନା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ମାସିକ ଡ୍ରୋନ ସର୍ଭେ କରିବେ । ଏନଏଚଏଆଇ ଏହି ସମସ୍ତ ବିକଶିତ ପରିଯୋଜନାଗୁଡ଼ିକରେ ବାସିକ ଡ୍ରୋନ ସର୍ବେକ୍ଷଣ ମଧ୍ୟ କରିବେ ଯେଉଁଠାରେ ସଂଚାଳନ ଓ ରକ୍ଷଣାବେକ୍ଷଣ ନିମନ୍ତେ ଏନଏଚଏଆଇ ସ୍ୱୟଂ ଦାୟବଦ୍ଧ ରହିଥିବେ । 

ଯେହେତୁ ଏହି ଭିଡ଼ିଓକୁ ସ୍ଥାୟୀ ଭାବେ ‘ଡାଟା ଲେକ’ରେ ସଂଗୃହୀତ କରି ରଖାଯିବ, ସେଥି ନିମନ୍ତେ ବିବାଦ ସମାଧାନ ପ୍ରକ୍ରିୟା ଅବସରରେ ମଧ୍ୟସ୍ଥ ନ୍ୟାୟାଧୀକରଣ ଏବଂ ନ୍ୟାୟାଳୟଙ୍କ ନିକଟରେ ଏହାକୁ ପ୍ରମାଣ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ ।

ଏହା ବ୍ୟତୀତ, ଗୁଣବତ୍ତା ବୃଦ୍ଧି ନିମନ୍ତେ ଜାତୀୟ ରାଜପଥମାନଙ୍କର ସ୍ଥିତିର ସର୍ବେକ୍ଷଣ ନିମନ୍ତେ ନେଟୱାର୍କ ସର୍ବେକ୍ଷଣ ବାହନ (ଏନଏସଭି)କୁ ଅନିବାର୍ଯ୍ୟ ଭାବେ ଲାଗୁ କରାଯିିବା ଦ୍ୱାରା ରାଜପଥର ସାମଗ୍ରିକ ଗୁଣବତ୍ତାରେ ବୃଦ୍ଧି ଘଟିବ । ଏଥିପାଇଁ ଏନଏସଭି ଅତ୍ୟାଧୁନିକ ସର୍ବେକ୍ଷଣ ପ୍ରଯୁକ୍ତି ଭଳି ୩୬୦ ଡିଗ୍ରୀ ଇମେଜେରୀ ସକାଶେ ହାଇ ରିଜୋଲ୍ୟୁସନ୍‍ ଡିଜିଟାଲ କ୍ୟାମେରା, ଲେଜର ରୋଡ଼ ପ୍ରୋଫିଲୋମିଟର ଏବଂ ସଡ଼କର ସମସ୍ତ ପ୍ରକାର କ୍ଷୟକ୍ଷତିକୁ ମାପିବା ନିମନ୍ତେ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତିର ମଧ୍ୟ ଉପଯୋଗ କରିପାରିବେ ।

*****

ss


(रिलीज़ आईडी: 1727768) आगंतुक पटल : 288
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Punjabi , Tamil , Kannada , Malayalam