ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୁଣେର ଏକ କାରଖାନାରେ ଅଗ୍ନିକାଣ୍ଡ ଜନିତ ପ୍ରାଣହାନି ଯୋଗୁଁ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଅନୁକମ୍ପା ରାଶି ଘୋଷଣା

ପୋଷ୍ଟ କରାଯିବା ଦିନାଙ୍କ: 07 JUN 2021 8:53PM by PIB Bhubaneshwar

ମହାରାଷ୍ଟ୍ରର ପୁଣେସ୍ଥିତ ଏକ କାରଖାନାରେ ଘଟିଥିବା ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ଏଥିସହିତ ପ୍ରଧାନମନ୍ତ୍ରୀ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ମହାରାଷ୍ଟ୍ରର ପୁଣେସ୍ଥିତ ଏକ କାରଖାନାରେ ଘଟିଥିବା ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା କଷ୍ଟ ଦାୟକ ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ।

ମହାରାଷ୍ଟ୍ରରେ ପୁଣେର ଏକ ଶିଳ୍ପ ୟୁନିଟରେ ଘଟିଥିବା ଅଗ୍ନିକାଣ୍ଡ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ସେହିଭଳି ଗୁରୁତର ଆହତ ପ୍ରତ୍ୟେକ ବ୍ୟକ୍ତିମାନଙ୍କୁ 50 ହଜାର ଟଙ୍କା ପ୍ରଦାନ କରାଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି” ।

 

**********

TRP/

 


(ରିଲିଜ ଆଡି: 1725215) ପରିଦର୍ଶକ କାଉଣ୍ଟର : 204