ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ଏନଏଫଏସଏ ରାସନ କାର୍ଡ ଜାରି ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ଲାଗି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରର ମାର୍ଗଦର୍ଶିକା ଜାରି

Posted On: 03 JUN 2021 10:35AM by PIB Bhubaneshwar

  ସମ୍ପ୍ରତି କୋଭିଡ-୧୯ ମହାମାରୀ ପରିସ୍ଥିତିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଜନସଂଖ୍ୟାର ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀ ମଧ୍ୟରୁ ସମସ୍ତ ଯୋଗ୍ୟ ମନୋନୀତ ଲୋକଙ୍କ ସାମିଲକୁ ସୁନିଶ୍ଚିତ କରିବା ଜରୁରି ହୋଇପଡ଼ିଛି ।

 

ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଉଭୟ ସହର ଓ ଗ୍ରାମାଞ୍ଚଳରେ ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଚିହ୍ନଟ କରିବା ଏବଂ ଏନଏଫଏସଏ ରାସନ କାର୍ଡ ଜାରି ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ନିମନ୍ତେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ୨୦୨୧ ଜୁନ ୨ରେ ମାର୍ଗଦର୍ଶିକା ଜାରି କରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିଜ ନିଜ ଏନଏଫଏସଏ ସୀମା ଅଧୀନରେ ଉପଲବ୍ଧ କଭରେଜକୁ ବ୍ୟବହାର କରିବାକୁ କୁହାଯାଇଛି ।

 

ସମାଜର ଅସୁରକ୍ଷିତ ତଥା ଅତ୍ୟନ୍ତ ଦୁର୍ବଳ ଶ୍ରେଣୀର ଲୋକ ଯଥା ରାସ୍ତାକଡ଼ ବାସିନ୍ଦା, ଜରି ଗୋଟାଳି, ଫେରି ବାଲା, ରିକସା ଚାଳକ ଆଦିଙ୍କ ନିକଟରେ ପହଞ୍ଚିବା ଲାଗି ପଦକ୍ଷେପ ନେବାକୁ ବିଭାଗ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ଆହ୍ୱାନ ଦେଇଛି । ଏନଏଫଏସଏ ଅଧୀନରେ ଯୋଗ୍ୟ ବ୍ୟକ୍ତି/ପରିବାରଗୁଡ଼ିକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ରାସନ କାର୍ଡ ଜାରି କରିବାର ପରିଚାଳନାଗତ ଦାୟିତ୍ୱ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ରହିଛି ।

 

ଆଡଭାଇଜରି ପାଇଁ ଦୟାକରି ଏଠାରେ କ୍ଲିକ କରନ୍ତୁ

 

SR

 



(Release ID: 1724080) Visitor Counter : 234