ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦୈନିକ ସଂକ୍ରମଣ ନିମ୍ନମୁଖୀ ଥିବା ବେଳେ ଭାରତରେ ଏହା ୧.୬୫ ଲକ୍ଷକୁ ହ୍ରାସ ପାଇଛି

ଦୈନିକ ସଂକ୍ରମଣ ୪୬ ଦିନରେ ସର୍ବନିମ୍ନ

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲା ୧,୧୪,୨୧୬ ହ୍ରାସ ପାଇ ୨୧,୧୪,୫୦୮ ହୋଇଛି

କ୍ରମାଗତ ୧୭ ଦିନରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି

ସୁସ୍ଥତା ହାର ୯୧.୨୫%କୁ ବୃଦ୍ଧି

ଦୈନିକ ପଜିଟିଭିଟି ହାର ୮.୦୨% ରହିଛି, ଯାହାକି କ୍ରମାଗତ ଛଅ ଦିନ ଧରି ୧୦%ରୁ କମ୍

ଟେଷ୍ଟିଂ କ୍ଷମତା ବୃଦ୍ଧି ହୋଇଥିବା ବେଳେ ମୋଟ ୩୪.୩ କୋଟି ଟେଷ୍ଟ କରାଯାଇଛି

ଗତ ୨୪ ଘଣ୍ଟାରେ ୩୦.୩୫ ଲକ୍ଷ (୩୦,୩୫,୭୪୯)ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି

Posted On: 30 MAY 2021 10:28AM by PIB Bhubaneshwar

ଭାରତରେ ସକ୍ରିୟ କରୋନା ମାମଲା କ୍ରମାଗତ ହ୍ରାସ ପାଇ ଚାଲିଛି । ସକ୍ରିୟ କରୋନା ମାମଲା ପୁଣି ହ୍ରାସ ପାଇ ଆଜି ୨୧,୧୪,୫୦୮ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ର୍ରିୟ ମାମଲାରେ ୧,୧୪,୨୧୬ ହ୍ରାସ ପାଇଛି ଏବଂ ଏହା ଦେଶର ମୋଟ ପଜିଟିଭ୍ ମାମଲାର ୭.୫୮% ।

https://static.pib.gov.in/WriteReadData/userfiles/image/image001YSEL.jpg

ଦେଶରେ ଦୈନିକ ସଂକ୍ରମଣ କ୍ରମାଗତ ହ୍ରାସ ପାଉଥିବା ବେଳେ କ୍ରମାଗତ ତୃତୀୟ ଦିନରେ ମଧ୍ୟ ଏହା ୨ଲକ୍ଷ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୬୫,୫୫୩ ନୂଆ ମାମଲା ଚିହ୍ନଟ ହୋଇଛି ।

https://static.pib.gov.in/WriteReadData/userfiles/image/image0021QRA.jpg

କ୍ରମାଗତ ୧୭ ଦିନ ଧରି ଭାରତରେ ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୭୬,୩୦୯ ଜଣ ସୁସ୍ଥ ହୋଇଛନ୍ତି ।

ଦୈନିକ ନୂଆ ସଂକ୍ରମଣ ତୁଳନାରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୧୦,୭୫୬ ଜଣ ଅଧିକ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image003UZQA.jpg

ଦେଶରେ କୋଭିଡ-୧୯ ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ମୋଟ ୨,୫୪,୫୪,୩୨୦ ଜଣ କରୋନାରୁ ସୁସ୍ଥ ହେଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୨,୭୬,୩୦୯ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥତା ହାର ରହିଛି ୯୧.୨୫% ।

https://static.pib.gov.in/WriteReadData/userfiles/image/image004BQN2.jpg

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୨୦,୬୩,୮୩୯ ଟେଷ୍ଟ କରାଯାଇଛି । ଏ ପର୍ଯ୍ୟନ୍ତ ଦେଶରେ ମୋଟ ୩୪.୩୧ କୋଟି ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶରେ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହକି ପଜିଟିଭିଟି ହାର ୯.୩୬% ଥିବା ବେଳେ ଆଜି ଦୈନିକ ପଜିଟିଭିଟି ହାର ରହିଛି ୮.୦୨% । କ୍ରମାଗତ ଷଷ୍ଠ ଦିନ ପାଇଁ ଦୈନିକ ପଜିଟିଭିଟି ହାର ୧୦%ରୁ କମ୍ ରହିଛି ।

https://static.pib.gov.in/WriteReadData/userfiles/image/image005GM2Z.jpg

ଦେଶବ୍ୟାପୀ କୋଭିଡ-୧୯ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ମୋଟ ଟିକାକରଣ ୨୧.୨୦ କୋଟିକୁ ଅତିକ୍ରମ କରିଯାଇଛି ।

ଆଜି ସକାଳ ୭ଟା ସୁଦ୍ଧା ମୋଟ ୩୦,୦୭,୮୩୧ ସେସନରେ ମୋଟ ୨୧,୨୦,୬୬,୬୧୪ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୦.୩୫ ଲକ୍ଷ (୩୦,୩୫,୭୪୯)ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

98,62,777

2nd Dose

67,72,792

FLWs

1st Dose

1,55,59,932

2nd Dose

84,89,241

Age Group 18-44 years

1st Dose

1,83,43,505

2nd Dose

9,429

Age Group 45 to 60 years

1st Dose

6,54,11,045

2nd Dose

1,05,27,297

Over 60 years

1st Dose

5,84,40,218

2nd Dose

1,86,50,378

Total

21,20,66,614

 


SR



(Release ID: 1722881) Visitor Counter : 202