ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତାକାଲି ବାରଣାସୀର ଡାକ୍ତର, ପାରାମେଡିକାଲ ଏବଂ ଅନ୍ୟାନ୍ୟ ସମ୍ମୁଖ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 MAY 2021 8:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ 21 ମେ, 2021 ସକାଳ 11 ଘଟିକା ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ବାରଣାସୀର ଡାକ୍ତର, ପାରାମେଡିକାଲ ଏବଂ ଅନ୍ୟାନ୍ୟ ସମ୍ମୁଖ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ମତ ବିନିମୟ କରିବେ । 

ଡିଆରଡିଓ ଏବଂ ଭାରତୀୟ ସେନାର ମିଳିତ ଉଦ୍ୟମରେ ନିକଟରେ କାର୍ଯ୍ୟକାରୀ ହୋଇଥିବା ପଣ୍ଡିତ ରାଜନ ମିଶ୍ର କୋଭିଡ ହସ୍ପିଟାଲ ସହିତ ବାରଣାସୀର ବିଭିନ୍ନ କୋଭିଡ ହସ୍ପିଟାଲଗୁଡିକର କାର୍ଯ୍ୟର ସମୀକ୍ଷା କରିବେ । ଜିଲ୍ଲାରେ ଥିବା ଅଣ-କୋଭିଡ ହସ୍ପିଟାଲଗୁଡ଼ିକର କାର୍ଯ୍ୟର ମଧ୍ୟ ସେ ସମୀକ୍ଷା କରିବେ ।

ବାରଣାସୀରେ କୋଭିଡର ଦ୍ୱିତୀୟ ତରଙ୍ଗର ମୁକାବିଲା ପାଇଁ ଚାଲିଥିବା ପ୍ରୟାସ ଏବଂ ଭବିଷ୍ୟତ ପ୍ରସ୍ତୁତି ବିଷୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋଚନା କରିବେ ।

 

**********

TRP/


(ରିଲିଜ ଆଡି: 1720545) ପରିଦର୍ଶକ କାଉଣ୍ଟର : 209