ରେଳ ମନ୍ତ୍ରଣାଳୟ

‘ଅକ୍ସିଜେନ ଏକ୍ସପ୍ରେସ’ ଦ୍ୱାରା ଦେଶବ୍ୟାପୀ ୮୭୦୦ ମେଟ୍ରିକ ଟନ୍ ତରଳ ଡାକ୍ତରୀ ଅମ୍ଳଜାନ ଯୋଗାଣ

କେରଳ ଅଭିମୁଖେ ଯାଉଛି ୧୧୮ ମେଟ୍ରିକ ଟନ୍ ଅମ୍ଳଜାନବାହୀ ଏକ ‘ଅକ୍ସିଜେନ ଏକ୍ସପ୍ରେସ’

ଏଯାବତ୍ ୧୩୯ ଅକ୍ସିଜେନ ଏକ୍ସପ୍ରେସ ନିଜର ଯାତ୍ରା ସମ୍ପୂର୍ଣ୍ଣ କରିସାରିଛନ୍ତି

ଅକ୍ସିଜେନ ଏକ୍ସପ୍ରେସ ଦ୍ୱାରା ଏବେ ଦୈନିକ ଦେଶର ବିଭିନ୍ନ ସ୍ଥାନକୁ ୮୦୦ମେଟ୍ରିକ ଟନ୍ ଡାକ୍ତରୀ ଅମ୍ଳଜାନ ଯୋଗାଇ ଦିଆଯାଉଛି

ଶନିବାର ଆନ୍ଧ୍ରପ୍ରଦେଶରେ ପହଞ୍ଚିଲା ୪୦ ମେଟ୍ରିକଟନ୍ ଅମ୍ଳଜାନବାହୀ ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ

ଅକ୍ସିଜେନ ଏକ୍ସପ୍ରେସ ଦ୍ୱାରା ୧୩ଟି ରାଜ୍ୟ-ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ହରିୟାଣା, ତେଲଙ୍ଗାନା, ପଞ୍ଜାବ, କେରଳ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ଅମ୍ଳଜାନ ସହାୟତା ପାଇଲେଣି

ଏପର୍ଯ୍ୟନ୍ତ ମହାରାଷ୍ଟ୍ରର ୫୨୧ ମେଟ୍ରିକଟନ୍‌, ଉତ୍ତରପ୍ରଦେଶରେ ପ୍ରାୟ ୨୩୫୦, ମଧ୍ୟପ୍ରଦେଶରେ ୪୩୦, ହରିୟାଣାରେ ୧୨୨୮, ତେଲଙ୍ଗାନାରେ ୩୦୮, ରାଜସ୍ଥାନରେ ୪୦, କର୍ଣ୍ଣାଟକରେ ୩୬୧, ଉତ୍ତରାଖଣ୍ଡରେ ୨୦୦, ତାମିଲନାଡୁରେ ୧୧୧, ଆନ୍ଧ୍ରରେ ୪୦ ଏବଂ ଦିଲ୍ଲୀରେ ୩୦୮୯ ମେଟ୍ରିକ ଟନ୍ ଅମ୍ଳଜାନ ପହଞ୍ଚିସାରିଲାଣି

Posted On: 15 MAY 2021 6:05PM by PIB Bhubaneshwar

   ମହାମାରୀ ସମୟରେ ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ମେଡିକାଲ ଅମ୍ଳଜାନ ଅଭାବ ଜନିତ ପରିସ୍ଥିତିର ମୁକାବିଲା କରିବାରେ ଭାରତୀୟ ରେଳବାଇ ସବୁ ବାଧାବିଘ୍ନକୁ ଅତିକ୍ରମ କରି କାମରେ ଲାଗି ପଡିଛି । ଏଯାବତ୍ ଭାରତୀୟ ରେଳବାଇ ୫୪୦ରୁ ଅଧିକ ଟ୍ୟାଙ୍କର ଯୋଗେ ଦେଶର ବିଭିନ୍ନ ରାଜ୍ୟକୁ ୮୭୦୦ ମେଟ୍ରିକ ଟନ୍‌ରୁ ଅଧିକ ଡାକ୍ତରୀ ତରଳ ଅମ୍ଳଜାନ ଯୋଗାଇବାରେ ସଫଳ ହୋଇଛି ।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏଯାଏ ଦେଶରେ ୧୩୯ଟି ଅକ୍ସିଜେନ ଏକ୍ସପ୍ରେସ ସେମାନଙ୍କର ଯାତ୍ରା ଶେଷ କରି ଗନ୍ତବ୍ୟସ୍ଥଳରେ ଅମ୍ଳଜାନ ପହଞ୍ଚାଇବାର ସଫଳ ହୋଇଛନ୍ତି । ଏହି ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଛଅ’ଟି ଅକ୍ସିଜେନ ଏକ୍ସପ୍ରେସ ୩୫ଟି ଟ୍ୟାଙ୍କରରେ ୪୭୫ମେଟ୍ରିକ୍ ଟନ୍‌ରୁ ଅଧିକ ତରଳ ଡାକ୍ତରୀ ଅମ୍ଳଜାନ ନେଇ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଛନ୍ତି । 

 ବିଗତ କେତେଦିନ ହେବ ଅକ୍ସିଜେନ ଏକ୍ସପ୍ରେସ ଦ୍ୱାରା ଦୈନିକ ଦେଶର ବିଭିନ୍ନ ରାଜ୍ୟକୁ ପ୍ରାୟ ୮୦୦ ମେଟ୍ରିକ ଟନ୍ ତରଳ ଡାକ୍ତରୀ ଅମ୍ଳଜାନ ଯୋଗାଇ ଦିଆଯାଉଛି । ଏହା ଭାରତୀୟ ରେଳବାଇର ଏକ ପ୍ରୟାସ ଏବଂ ଖୁବ୍ କମ୍ ସମୟ ମଧ୍ୟରେ ଅମ୍ଳଜାନ ଆବଶ୍ୟକ କରୁଥିବା ରାଜ୍ୟମାନଙ୍କୁ ଯେତେ ଅଧିକ ଅମ୍ଳଜାନ ଯୋଗାଇ ହେବ ସେଥିପାଇଁ କାର୍ଯ୍ୟ ଜୋରସୋର ଚାଲିଛି । ଆନ୍ଧ୍ରପ୍ରଦେଶରେ ଶନିବାର ପ୍ରଥମ ଅକ୍ସିଜେନ ଏକ୍ସପ୍ରେସପହଂଚିଛି । ୪୦ ମେଟ୍ରିକ ଟନ୍ ତରଳ ଡାକ୍ତରୀ ଅମ୍ଳଜାନ ରହିଛି ।

 ସେହିଭଳି ଆଉ ଏକ ଅକ୍ସିଜେନ କେରଳ ଅଭିମୁଖେ ଯାତ୍ରା କରୁଛି । ଏଥିରେ ୧୧୮ ମେଟ୍ରିକ ଟନ୍ ଅମ୍ଳଜାନ ଅଛି । ଏହା କେରଳରେ ଅମ୍ଳଜାନ ଯୋଗାଣ ବୁଦ୍ଧି ଦିଗରେ ସହାୟକ ହେବ ।

 ସେହିଭଳି ଆଉ ଏକ ଅକ୍ସିଜେନ ଏକ୍ସପ୍ରେସ କେରଳ ଅଭିମୁଖେ ଯାତ୍ରା କରୁଛି ।ଏଥିରେ ୧୧୮ ମେଟ୍ରିକ ଟନ୍ ଅମ୍ଳଜାନ ଅଛି । ଏହା କେରଳରେ ଅମ୍ଳଜାନ ଯୋଗ୍ୟତା ବୃଦ୍ଧି ଦିଗରେ ସହାୟକ ହେବ ।

 ଏହି ରିପୋର୍ଟ ଲେଖାହେବା ବେଳକୁ ମହାରାଷ୍ଟ୍ରରେ ୫୨୧ମେଟ୍ରିକ ଟନ୍‌, ଉତ୍ତରପ୍ରଦେଶରେ ପ୍ରାୟ ୨୩୫୦ ମେଟ୍ରିକ ଟନ୍‌, ଆନ୍ଧ୍ରପ୍ରଦେଶରେ ୪୩୦, ହରିୟାଣାରେ ୧୨୨୮, ତେଲଙ୍ଗାନାରେ ୩୦୮, ରାଜସ୍ଥାନରେ ୪୦, କର୍ଣ୍ଣାଟକରେ ୩୬୧, ଉତ୍ତରାଖଣ୍ଡରେ ୨୦୦, ତାମିଲନାଡୁରେ ୧୧୧, ଆନ୍ଧ୍ରରେ ୪୦ ଏବଂ ଦିଲ୍ଳୀରେ ୩୦୮୪ମେଟ୍ରିକ ଟନ୍ ତରଳ ଡାକ୍ତରୀ ଅମ୍ଳଜାନ ପହଞ୍ଚି ଟ୍ରେନରୁ ଖଲାସ ହୋଇସାରିଲାଣି । 

 ନୂଆ ଅମ୍ଳଜାନର ପରିବହନ ଏକ ଅତ୍ୟନ୍ତ ଗତିଶୀଳ କସରତ । ଏହାର ଆବଶ୍ୟକତାକୁ ବିଚାରକୁ ନେଇ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ରାଜ୍ୟକୁ ଅଧିକରୁ ଅଧିକ ଅମ୍ଳଜାନ ପଠାଇବାକୁ ପଡୁଛି ଓ ତାହାର ହିସାବ ରଖିବାକୁ ହେଉଛି । ଶନିବାର ରାତିରେ ଆହୁରି ଅଧିକ ଅକ୍ସିଜେନ ଏକ୍ସପ୍ରେସ ବିଭିନ୍ନ ରାଜ୍ୟକୁ ଯାତ୍ରା କରିବାର ସମ୍ଭାବନା ରହିଛି ।

 ଏହି ଟ୍ରେନଗୁଡିକୁ ପଠାଇବା ପାଇଁ ରେଳବାଇ ରୁଟ ବା ପଥର ସୁବନ୍ଦୋବସ୍ତ କରି ଗତିପଥ ନିର୍ଦ୍ଧାରଣ କରିଛି । କେଉଁ ଟ୍ରେନ କେଉଁଠାରେ କେଉଁ ସହର ଓ ଷ୍ଟେସନରେ ପହଞ୍ଚିବ ତାହା ସ୍ଥିର ହୋଇଛି । ରାଜ୍ୟମାନଙ୍କର ଜରୁରୀ ଅମ୍ଳଜାନ ଆବଶ୍ୟକତା ପୂରଣ କରିବାକୁ ରେଳବାଇ ପ୍ରସ୍ତୁତ । ଏହି ତରଳ ଡାକ୍ତରୀ ଅମ୍ଳଜାନ ପରିବହନ ପାଇଁ ରାଜ୍ୟମାନେ ରେଳବାଇକୁ ଟ୍ୟାଙ୍କର ଯୋଗାଇ ଦେଉଛନ୍ତି ।

*****

TKM



(Release ID: 1718959) Visitor Counter : 187