ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଚିନ୍ତାଜନକ ଭାରିଆଣ୍ଟ ଭାବେ ବର୍ଗୀକୃତ B.1.617 ସହିତ “ଭାରତୀୟ ଭାରିଆଣ୍ଟ” ଶବ୍ଦ ଯୋଡ଼ି ନାହିଁ ଡବ୍ଲୁଏଚଓ

प्रविष्टि तिथि: 12 MAY 2021 12:57PM by PIB Bhubaneshwar

ବିଭିନ୍ନ ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ B.1.617କୁ ଏକ ବିଶ୍ୱସ୍ତରୀୟ ଚିନ୍ତାଜନକ ଭାରିଆଣ୍ଟ ଭାବେ ବର୍ଗୀକୃତ କରାଯାଇଛି। ଏଥିମଧ୍ୟରୁ କେତେକ ରିପୋର୍ଟରେ B.1.617 ଭାରିଆଣ୍ଟ ବିଷୟରେ ଉଲ୍ଲେଖ କରାଯାଇ ଏହାକୁ “ଭାରତୀୟ ଭାରିଆଣ୍ଟ” ଭାବେ ବର୍ଗୀକୃତ କରାଯାଇଛି।

ଏପରି ଗଣମାଧ୍ୟମ ରିପୋର୍ଟ ଭିତ୍ତିହୀନ ଏବଂ ଏହାର କୌଣସି ଆଧାର ନାହିଁ।

ଏଠାରେ ଏହା ସ୍ପଷ୍ଟ କରାଯାଉଛି ଯେ ଡବ୍ଲୁଏଚଓ ପକ୍ଷରୁ ପ୍ରକାଶିତ 32 ପୃଷ୍ଠା ବିଶିଷ୍ଟ ଦସ୍ତାବିଜରେ କରୋନା ଭୂତାଣୁର B.1.617 ଭାରିଆଣ୍ଟ ସହିତ “ଭାରତୀୟ ଭାରିଆଣ୍ଟ” ଶବ୍ଦ ଯୋଡ଼ା ଯାଇନାହିଁ।

ବାସ୍ତବରେ, ଏ ମାମଲା ସହ ଜଡ଼ିତ ରିପୋର୍ଟରେ “ଭାରତୀୟ” ଶବ୍ଦର ଉପଯୋଗ ସୁଦ୍ଧା କରାଯାଇନାହିଁ।

 

*********

P.S


(रिलीज़ आईडी: 1717971) आगंतुक पटल : 448
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Bengali , Punjabi , Tamil , Kannada , Malayalam