ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ ସରକାର ଏ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ୧୭.୦୨ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ କରିସାରିଲେଣି

ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୯୪.୪୭ ଲକ୍ଷ ଡୋଜ ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ

ଏହାବ୍ୟତୀତ ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ୩୬ ଲକ୍ଷରୁ ଅଧିକ ଡୋଜ ଗ୍ରହଣ କରାଯିବ

Posted On: 05 MAY 2021 10:49AM by PIB Bhubaneshwar

ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ମିଶି କୋଭିଡ-୧୯ ମହାମାରୀ ବିରୋଧୀ ଲଢ଼େଇରେ ଅଗ୍ରଗାମୀ ରହିଛନ୍ତି । ମହାମାରୀର ନିୟନ୍ତ୍ରଣ ଏବଂ ମୁକାବିଲା ପାଇଁ ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ କୋଭିଡ କୈନ୍ଦ୍ରିକ ବ୍ୟବହାର ବ୍ୟତୀତ, ଏବେ ଟିକାକରଣ ଭାରତ ସରକାରଙ୍କ ପାଞ୍ଚ ସୂତ୍ରୀ ରଣନୀତିର ଏକ ଅଭିନ୍ନ ଉପାଦାନ ପାଲଟିଛି ।

 

୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର୍ଯ୍ୟାୟ ୩ ରଣନୀତିର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି । ଏପ୍ରିଲ ୨୮ ତାରିଖରୁ କୋଭିଡ ଟିକାକରଣ ପାଇଁ ନୂଆ ଯୋଗ୍ୟ ହିତାଧିକାରୀ ଗୋଷ୍ଠୀଙ୍କର ପଞ୍ଜୀକରଣ ଆରମ୍ଭ ହୋଇଛି । ହିତାଧିକାରୀମାନେ ସିଧାସଳଖ ଭାବେ କୋୱିନ ପୋର୍ଟାଲ ((cowin.gov.in)) ଅଥବା ଆରୋଗ୍ୟ ସେତୁ ଆପ ଜରିଆରେ ପଞ୍ଜୀକରଣ କରାଇ ପାରିବେ ।

 

ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ପାଖାପାଖି ୧୭.୦୨ କୋଟି ଟିକା ଡୋଜ ପ୍ରଦାନ କରିସାରିଲେଣି । ତନ୍ମଧ୍ୟରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ବ୍ୟବହୃତ ଡୋଜ ସଂଖ୍ୟା ୧୬,୦୭,୯୪,୭୯୬ ହୋଇଛି (ଆଜି ସକାଳ ୮ଟାରେ ଉପଲବ୍ଧ ତଥ୍ୟ ଅନୁସାରେ) ।

 

ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୯୪.୪୭ ଲକ୍ଷ କୋଭିଡ ଟିକା ଡୋଜ (୯୪,୪୭,୬୧୪) ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ ।

 

ଅଧିକନ୍ତୁ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ୩୬ ଲକ୍ଷରୁ ଅଧିକ (୩୬,୩୭,୦୩୦) ଅତିରିକ୍ତ ଟିକା ଡୋଜ ଗ୍ରହଣ କରାଯିବ ।

https://static.pib.gov.in/WriteReadData/userfiles/image/image0012LZ6.jpg

https://static.pib.gov.in/WriteReadData/userfiles/image/WhatsAppImage2021-05-05at11.08.47KV1B.jpeg

https://static.pib.gov.in/WriteReadData/userfiles/image/image001KPE2.jpg

https://static.pib.gov.in/WriteReadData/userfiles/image/image003LEWO.jpg

 

*****

SR



(Release ID: 1716348) Visitor Counter : 243