ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ୟୁକେ ଭର୍ଚୁଆଲ ସମ୍ମିଳନୀ (ମେ 04, 2021)

Posted On: 02 MAY 2021 11:00PM by PIB Bhubaneshwar

 

ମେ 04, 2021ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଏକ ଭର୍ଚୁଆଲ ସମ୍ମିଳନୀ କରିବେ । 

2004 ରୁ ଭାରତ ଏବଂ ବ୍ରିଟେନ ମଧ୍ୟରେ ଏକ ରଣନୈତିକ ଭାଗିଦାରୀ ଚାଲିଆସୁଛି । ଏହି ସମ୍ମିଳନୀ ନିୟମିତ ଉଚ୍ଚ ସ୍ତରୀୟ ବିନିମୟ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧିରେ ସହାୟକ ହେବ । ଆମର ବହୁମୁଖୀ ରଣନୈତିକ ସମ୍ପର୍କକୁ ବୃଦ୍ଧି କରିବା ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବିଶ୍ଵ ସ୍ତରୀୟ ପ୍ରସଙ୍ଗରେ ସହଯୋଗ ବୃଦ୍ଧି କରିବା ଦିଗରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ । ଉଭୟ ନେତା କୋଭିଡ-19 ସହଯୋଗ ଏବଂ ମହାମାରୀର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଉଦ୍ୟମ ଉପରେ ମଧ୍ୟ ଆଲୋଚନା କରିବେ । 

ଏହି ଶିଖର ସମ୍ମିଳନୀ ଅବସରରେ ଏକ ବିସ୍ତୃତ ରୋଡମ୍ୟାପ୍ 2030 ଆରମ୍ଭ ହେବ, ଯାହା ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କ ତଥା ବାଣିଜ୍ୟ ଓ ସମୃଦ୍ଧି, ପ୍ରତିରକ୍ଷା ଓ ସୁରକ୍ଷା, ଜଳବାୟୁ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ-ବ୍ରିଟେନ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ପଥ ପରିଷ୍କାର କରିବ । 

 

**********

TRP/



(Release ID: 1715803) Visitor Counter : 170