ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଟିକାକରଣର ତୃତୀୟ ପର୍ଯ୍ୟାୟ ପାଇଁ କୋୱିନରେ ୨.୪୫ କୋଟିରୁ ଅଧିକ ହିତାଧିକାରୀ ନାମ ପଞ୍ଜୀକରଣ କରିଛନ୍ତି (ଆଜି ସକାଳ ୯ଟା ୩୦ ସୁଦ୍ଧା)

ଭାରତରେ କୋଭିଡ ଟିକାକରଣ ୧୫.୨୨ କୋଟିକୁ ଅତିକ୍ରମ କରିଯାଇଛି

ଗୋଟିଏ ଦିନରେ ସର୍ବାଧିକ: ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଲକ୍ଷରୁ ଅଧିକ ପରୀକ୍ଷା କରାଯାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩ ଲକ୍ଷ ସୁସ୍ଥ ହୋଇଛନ୍ତି

Posted On: 30 APR 2021 11:09AM by PIB Bhubaneshwar

୨୦୨୧ ଏପ୍ରିଲ ୨୮ ତାରିଖରୁ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ କୋ-ୱିନ ଡିଜିଟାଲ ପ୍ଲାଟଫର୍ମରେ (ଆଜି ସକାଳ ୯ଟା ୩୦ ସୁଦ୍ଧା) ୨.୪୫ କୋଟିରୁ ଅଧିକ ହିତାଧିକାରୀ ନିଜ ନାମ ପଞ୍ଜୀକରଣ କରିଛନ୍ତି । ୨୦୨୧ ଏପ୍ରିଲ ୨୮ ତାରିଖରେ ୧.୩୭ କୋଟିରୁ ଅଧିକ ନାମ ପଞ୍ଜୀକରଣ କରିଥିବାବେଳେ ୨୦୨୧ ଏପ୍ରିଲ ୨୯ ଶେଷସୁଦ୍ଧା ୧.୦୪ କୋଟି ନାମ ପଞ୍ଜୀକରଣ କରିଥିଲେ ।

ଅପରପକ୍ଷରେ ଆଜି ସୁଦ୍ଧା ଦେଶରେ କୋଭିଡ-୧୯ ଟିକାକରଣ ୧୫.୨୨ କୋଟିକୁ ଅତିକ୍ରମ କରିଯାଇଛି ।

ଆଜି ସକାଳ ୭ଟା ସୁଦ୍ଧା ୨୨,୪୩,୦୯୭ ସେସନରେ ୧୫,୨୨,୪୫,୧୭୯ ଡୋଜ୍‌ ଟିକା ଦିଆଯାଇଛି । ଏହାମଧ୍ୟରେ, ୯୩,୮୬,୯୦୪ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୬୧,୯୧,୧୧୮ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟଡୋଜ୍‌, ୧,୨୪,୧୯,୯୬୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୬୭,୦୭,୮୬୨ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟଡୋଜ୍‌, ୬୦ ବର୍ଷରୁ ଅଧିକ ବୟସର ୫,୧୯,୦୧,୨୧୮ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୧,୦୪,୪୧,୩୫୯ ଜଣଙ୍କୁ ଦ୍ୱିତୀୟଡୋଜ୍‌, ୪୫ ବର୍ଷରୁ ୬୦ ବର୍ଷମଧ୍ୟରେ ୫,୧୭,୭୮,୮୪୨ ଜଣଙ୍କୁ ପ୍ରଥମ ଡୋଜ୍‌ ଏବଂ ୩୪,୧୭,୯୧୧ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ଟିକା ପ୍ରଦାନ କରାଯାଇଛି ।

ଦେଶରେ ହୋଇଥିବା ମୋଟ ଟିକାକରଣର ୬୭.୦୮% ଟିକା ଦଶଟି ରାଜ୍ୟରେ ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଲକ୍ଷରୁ ଅଧିକ ଡୋଜ୍‌ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୧୦୪ ତମ ଦିବସ(୨୯ ଏପ୍ରିଲ ୨୦୨୧)ରେ ୨୨,୨୪, ୫୪୮ ଡୋଜ୍‌ଟିକା ଦିଆଯାଇଛି । ୨୧,୮୧୦ ସେସନରେ ୧୨,୭୪,୮୦୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌ ଏବଂ ୯,୪୯,୭୪୫ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।   

ଅନ୍ୟ ଏକ ସଫଳତାରେ ଗତ ୨୪ ଘଣ୍ଟାରେ ୧୯ ଲକ୍ଷ (୧୯,୨୦,୧୦୭)ରୁ ଅଧିକଟେଷ୍ଟକରାଯାଇଛି, ଯାହାକିଗୋଟିଏ ଦିନରେ ଭାରତରେ ସର୍ବାଧିକ ।

ନିମ୍ନରେ ଦିଆଯାଇଥିବା ଗ୍ରାଫରେ ଭାରତର ଦୈନିକି ପଜିଟିଭିଟି ଏବଂ ଦୈନିକ ଟେଷ୍ଟ ସମ୍ପର୍କରେ ସୂଚନା ଦିଆଯାଇଛି।

ଭାରତରେ ଆଜି ପର୍ଯ୍ୟନ୍ତ ମୋଟ ୧,୫୩,୮୪,୪୧୮ ଜଣ ସୁସ୍ଥହୋଇଛନ୍ତି ।ଏବେଜାତୀୟସୁସ୍ଥତାହାରରହିଛି ୮୧.୯୯% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୭,୫୪୦ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୬.୬୧% ସୁସ୍ଥ ଆସିଛନ୍ତି ୧୦ ରାଜ୍ୟରୁ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୮୬,୪୫୨ ନୂଆ କରୋନା ମାମଲା ଆସିଛି ।

ଗତକାଲି ଆସିଥିବା ନୂଆ ମାମଲାରୁ ୭୩.୦୫% ମାମଲା ଆସିଛି ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂରାଜସ୍ଥାନ ଆଦି ଦଶଟିରାଜ୍ୟରୁ ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୬,୧୫୯ ନୂଆ ମାମଲା ଚିହ୍ନଟହୋଇଛି ।ଏହା ପଛକୁ କେରଳରେ ୩୮,୬୦୭ ଏବଂ ଉତ୍ତର ପ୍ରଦେଶରେ ୩୫,୧୦୪ ମାମଲା ଚିହ୍ନଟହୋଇଛି ।

ଭାରତରେ ମୋଟସକ୍ରିୟ କରୋନା ମାମଲାଏବେ ୩୧,୭୦,୨୨୮ରେ ପହଞ୍ଚିଛି । ଦେଶରମୋଟ ପଜିଟିଭର ଏହା ୧୬.୯୦% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୮୫,୪୧୪ ମାମଲା ବୃଦ୍ଧି ହୋଇଛି ।

ଦେଶର ମୋଟ ସକ୍ରିୟ ମାମଲାରେ ୭୮.୧୮% ମାମଲା ଅଛି ୧୧ ରାଜ୍ୟରେ ।

ଜାତୀୟ ମୃତ୍ୟୁହାର ଏବେ ହ୍ରାସ ପାଇ ୧.୧୧% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪୯୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

ନୂଆ ମୃତ୍ୟୁ ମଧ୍ୟରୁ ୭୭.୪୪% ମୃତ୍ୟୁ ହୋଇଛି ଦଶଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୭୭୧ ଜଣ ଏବଂ ଦିଲ୍ଲୀରେ ୩୯୫ ଜଣଙ୍କ ମୃତ୍ୟୁ ହୋଇଛି ।

ଚାରିଟିରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କୋଭିଡ-୧୯ ମୃତ୍ୟୁ ହୋଇନାହିଁ। ଏସବୁ ହେଲା ଦାମନ ଓ ଡିଉଏବଂ ଦାଦ୍ରା ଓ ନଗରହାବେଲି, ନାଗାଲାଣ୍ଡ, ତ୍ରିପୁରାଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ।

କେନ୍ଦ୍ରସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମେଣ୍ଟାଲ ହେଲଥ ଆଣ୍ଡ ନ୍ୟୁରୋ ସାଇନ୍ସେସ ପକ୍ଷରୁ ଏକ ଚବିଶ ଘଣ୍ଟିଆ ହେଲ୍ପଲାଇନ ନମ୍ବର(୦୮୦-୪୬୧୧-୦୦୦୭) ଖୋଲାଯାଇଛି । ମହାମାରୀ ସମୟରେ ମାନସିକଭାବେ ଅସୁସ୍ଥ କିମ୍ବା ବିଷାଦଗ୍ରସ୍ତ ହେଉଥିବା ଲୋକମାନଙ୍କୁଏହି ନମ୍ବର ଜରିଆରେ ଉପାଦେୟ ସହାୟତା ମିଳିପାରିବ ।

****

SR

 



(Release ID: 1715112) Visitor Counter : 178