ରସାୟନ ଓ ସାର ମନ୍ତ୍ରଣାଳୟ

ଭାରତ ୪ଲକ୍ଷ ୫୦,୦୦୦ ଭାଏଲ ରେମଡିସିଭିର ଆମଦାନୀ କରିବ

ଆଜି ପ୍ରଥମ ଦଫାରେ ପହଞ୍ଚିବ ୭୫, ୦୦୦ ଭାଏଲ

Posted On: 30 APR 2021 11:56AM by PIB Bhubaneshwar

ଦେଶରେ ରେମଡିସିଭିର ଅଭାବ ଦୂର କରିବା ପାଇଁ ଭାରତ ସରକାର ଅନ୍ୟଦେଶରୁ ଏହାର ଆମଦାନୀ କରିବା ଆରମ୍ଭ କରିଛନ୍ତି । ଏହାର ପ୍ରଥମ ପର୍ଯ୍ୟାୟ ସାମଗ୍ରୀ ଆଜି ଭାରତରେ ପହଞ୍ଚିବ

ଭାରତ ସରକାରଙ୍କ HLL ଲାଇଫ କେୟାର ଲିମିଟେଡ ଯୁକ୍ତରାଷ୍ଟ୍ର ଆମେରିକାର ଜିଲେଡ ସାଇନ୍‌ସ  ଓ ଇଜିପ୍ଟ ଫାର୍ମା କମ୍ପାନୀ ଇଭା ଫାର୍ମାକୁ ୪,୫୦,୦୦୦ ଭାଏଲ ରେମଡିସିଭିର ଯୋଗାଇବା ପାଇଁ ଅର୍ଡର କରିଛି । ଯୁକ୍ତରାଷ୍ଟ୍ର ଆମେରିକାର କମ୍ପାନୀ ଜିଲେଡ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ୭୫ହଜାରରୁ ଏକଲକ୍ଷ ପର୍ଯ୍ୟନ୍ତ ଭାଏଲ ପଠାଇବା ଆଶା କରାଯାଉଛି । ଆଉ ଅଧିକ ଏକ ଲକ୍ଷ ଭାଏଲ ମେ୧୫ତାରିଖ ସୁଦ୍ଧା ଯୋଗାଇ ଦିଆଯିବ । ଇଭା ଫାର୍ମା ପ୍ରଥମେ ପାଖାପାଖି ଦଶ ହଜାର ଓ ପ୍ରତି ପନ୍ଦର ଦିନରେ ଜୁଲାଇ ମାସ ମଧ୍ୟରେ ଆଉ ୫୦ ହଜାର ଲେଖାଏଁ ଭାଏଲ ପଠାଇବ ।

ଦେଶ ମଧ୍ୟରେ ମଧ୍ୟ ସରକାର ରେମଡିସିଭିରର ଉତ୍ପାଦନ ସାମର୍ଥ୍ୟ ବୃଦ୍ଧି କରିଛନ୍ତି । ଦେଶର ଲାଇସେନ୍ସପ୍ରାପ୍ତ ସାତଟି ପ୍ରସ୍ତୁତକର୍ତ୍ତା ୨୭,୪,୨୦୨୧ ସୁଦ୍ଧା ମାସିକ ୩୮ଲକ୍ଷ ଭାଏଲ ଉତ୍ପାଦନ କରୁଥିବାବେଳେ ଏହାକୁ ୧.୦୩କୋଟିକୁ ବୃଦ୍ଧି କରିଛନ୍ତି । (୨୧ରୁ ୨୮ ଏପ୍ରିଲ ୨୦୨୧) ଗତଦିନ ସାତଦିନ ମଧ୍ୟରେ  ଔଷଧ କମ୍ପାନୀଗୁଡିକ ଦେଶକୁ ୧୩.୭୩ ଲକ୍ଷ ଭାଏଲ ଯୋଗାଇ ଦେଇଛନ୍ତି । ଏପ୍ରିଲ ୧୧ ତାରିଖ ଦିନ ଏହାର ଦୈନିକ ଯୋଗାଣ ୬୭, ୯୦୦ ଭାଏଲ ଥିବାବେଳେ ଏପ୍ରିଲ ୨୮ ବେଳକୁ ଏହା ୨.୦୯ଲକ୍ଷକୁ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ରେମଡିସିଭିର ଯୋଗାଣ ସୁବ୍ୟବସ୍ଥିତ କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ଦେଶରେ ରେମଡିସିଭିର ଉପଲବ୍ଧତାକୁ ଦୃଷ୍ଟିରେ ରଖି ସରକାର ଏହାର ରପ୍ତାନୀ ମଧ୍ୟ ନିଷିଦ୍ଧ କରିଛନ୍ତି । ଏହି ଇଞ୍ଜେକସନ ଯେପରି ଜନସାଧାରଣ ସୁବିଧାରେ ପାଇପାରିବେ ସେଥିପାଇଁ ଏନପିପିଏ ଏପ୍ରିଲ ୧୭, ୨୦୨୧  ଦିନ ଏହାର ସର୍ବାଧିକ ଖୁଚୁରା ମୂଲ୍ୟ ମଧ୍ୟ ଧାର୍ଯ୍ୟ କରିଛନ୍ତି । ଏହାର ସର୍ବାଧିକ ମୂଲ୍ୟ ଭାଏଲ ପିଛା ୩୫୦୦ ଟଙ୍କାରୁ କମ୍ ରଖାଯାଇଛି ।

ଦେଶରେ ରେମଡିସିଭିର ଉପଲବ୍ଧତା ଓ ଉତ୍ପାଦନ ବୃଦ୍ଧିକୁ ଆଖିଆଗରେ ରଖି ରାଜସ୍ୱ ବିଭାଗ ଏହାର ବିଜ୍ଞପ୍ତି ୨୭/୨୦୨୧ ଶୁଳ୍କ ତା ୨୦.୦୪,୨୦୨୧ ବଳରେ ରେମସିଡିଭୀର ଇଞ୍ଜେକସନ ଉପରୁ ସମସ୍ତ ଶୁଳ୍କ ଛାଡ କରିଛନ୍ତି । ଏହାର ଏପିଆଇ ଓ ବେଟା ସାଇକ୍ଲୋଡେସ୍କଟିନ (ଇଞ୍ଜେକସନ ପାଇଁ ବ୍ୟବହୃତ କଂଚାମାଲ) ଉପରୁ ଶୁଳ୍କ ୩୧ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଛାଡ କରିଛନ୍ତି ।

ବୟସ୍କ କୋଭିଡ-୧୯ରୋଗୀଙ୍କ ଉପଚାର ନିମନ୍ତେ ଜାତୀୟ ଉପଚାର ପ୍ରୋଟୋକଲ AIIMS/ ICMR- COVID-19 ଜାତୀୟ ଟାସ୍କାଫୋର୍ସ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଂଯୁକ୍ତ ନିରୀକ୍ଷଣ ଗ୍ରୁପ ଦ୍ୱାରା ଅଧୁନାତନ କରାଯାଇଛି ଏହି ଅଧୁନାତନ ପ୍ରୋଟୋକଲ ଔଷଧର ସାମୁଚିତ ବ୍ୟବହାର ଚାହିଦା ପ୍ରତି ଯତ୍ନବାନ ହେବ

*****

SM/SLP



(Release ID: 1715110) Visitor Counter : 238