ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ ପରିଚାଳନାରେ ସେନାର ପଦକ୍ଷେପ ଓ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

Posted On: 29 APR 2021 1:24PM by PIB Bhubaneshwar

ସେନାମୁଖ୍ୟ ଜେନେରାଲ ଏମ. ଏମ. ନରଭଣେ  ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

କୋଭିଡ ପରିଚାଳନାରେ ସେନା ନେଉଥିବା ପଦକ୍ଷେପ ନେଇ ସେମାନେ ଆଲୋଚନା କରିଥିଲେ ।

ଜେନେରୋଲ ଏମ.ଏମ. ନରଭଣେ ସେନାର ମେଡିକାଲ ଷ୍ଟାଫ ବିଭିନ୍ନ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରୁଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେନା ଦେଶର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ହସ୍‌ପିଟାଲ ମାନ ସ୍ଥାପନ କରୁଥିବା ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ଜନସାଧାରଣ ସେମାନଙ୍କ ନିକଟବର୍ତ୍ତୀ ସେନା ହସ୍‌ପିଟାଲ ସହ ଯୋଗାଯୋଗ କରିପାରିବେ ବୋଲି ସେ ସୂଚନା ଦେଇଥିଲେ ।

 

ବାହାରୁ ଆମଦାନୀ ହୋଇ ଆସୁଥିବା ଅମ୍ଳଜାନ ସିଲିଣ୍ଡର ଓ ଯାନବାହନ ପରିବହନ ପାଇଁ ଯେଉଁଠି ସ୍ୱତନ୍ତ୍ର କୌଶଳ ଅବଲମ୍ବନ ଆବଶ୍ୟକ ସେଠାରେ ସେନା ନିଜ କର୍ମଚାରୀ ମୁତୟନ କରି ସାହାଯ୍ୟ କରୁଥିବା ଜେନେରାଲ ନରଭଣେ ପ୍ରଧାନମନ୍ତ୍ରୀଙ୍କୁ  ଅବଗତ କରାଇଥିଲେ ।

*****

SM/SLP



(Release ID: 1714869) Visitor Counter : 237