ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପିଏମ କେୟାର୍ସ ପାଣ୍ଠି ବିନିଯୋଗରେ ୧ଲକ୍ଷ ଅମ୍ଳଜାନ କଂସେଂଟ୍ରେଟର ତିଆରି କରାଯିବ

ପିଏମ କେୟାର୍ସ ପାଣ୍ଠି ବିନିଯୋଗରେ ଡିଆରଡିଓ ବୈଷୟିକ କୌଶଳ ପ୍ରୟୋଗ କରି ଅଧିକ ୫୦୦ଟି ପିଏସଏ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ ହେବ

ଅକ୍ସିଜେନ କଂସେଂଟ୍ରେଟର ଏବଂ ପିଏସଏ ପ୍ଲାଣ୍ଟ ଅକ୍ସିଜେନ ଚାହିଦା ଅଧିକ ଥିବା ସ୍ଥାନଗୁଡିକରେ ଆବଶ୍ୟକତା ପୂରଣ କରିବ

Posted On: 28 APR 2021 4:32PM by PIB Bhubaneshwar

ସହଜରେ ନେବା ଆଣିବା କରାଯାଇ ପାରୁଥିବା ୧ଲକ୍ଷ ଅକ୍ସିଜେନ କଂସେଂଟ୍ରେଟର କିଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କେୟାର୍ସ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଛନ୍ତି । କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ପାଇଁ ବ୍ୟବହାର କରାଯାଉଥିବା ତରଳ ଅକ୍ସିଜେନ ଆବଶ୍ୟକତା ସମ୍ପର୍କୀତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ଏହି ଅକ୍ସିଜେନ କଂସେଂଟ୍ରେଟର ସବୁକୁ ଯଥାଶୀଘ୍ର ଅକ୍ସିଜେନ ଅଧିକ ମାତ୍ରାରେ ଆବଶ୍ୟକ ପଡୁଥିବା ରାଜ୍ୟଗୁଡିକୁ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ପିଏମ କେୟାର୍ସ ପାଣ୍ଠି ବିନିଯୋଗରେ ୭୧୩ଟି ପିଏସ୍‌ଏ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏହି ପାଣ୍ଠିରୁ ଅର୍ଥମଞ୍ଜୁର କରାଯାଇଛି । ଏହାବାଦ ୫ଶହଟି ନୂଆ ପିଏସ୍‌ଏ ପ୍ଲାଣ୍ଟ ପାଇଁ ମଧ୍ୟ ଏହି ପାଣ୍ଠିରୁ ଅର୍ଥମଞ୍ଜୁର କରାଯାଇଛି ।

ପିଏସ୍‌ଏ ପ୍ଲାଣ୍ଟ ଗୁଡିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଦ୍ୱିତୀୟ ଶ୍ରେଣୀର ସହରଗୁଡିକରେ ଥିବା ଚିକିତ୍ସାଳୟକୁ ତରଳ ଅକ୍ସିଜେନ ଯୋଗାଇବ । ଡିଆରଡିଓ ଏବଂ ସି.ଏସ.ଆଇ.ଆର.ର ସ୍ୱଦେଶୀ ବୈଷୟିକ କୌଶଳ ପ୍ରୟୋଗ କରି ସ୍ୱଦେଶୀ ନିର୍ମିାଣକାରୀଙ୍କ ଦ୍ୱାରା ଏହି ପିଏସ୍‌ଏ ପ୍ଲାଣ୍ଟ ନିର୍ମାଣ କରାଯିବ । 

ପିଏସ୍‌ଏ ପ୍ଲାଣ୍ଟ ପ୍ରତିଷ୍ଠା ଦ୍ୱାରା ସହଜରେ ନେବା ଆଣିବା କରିପାରୁଥିବା କଂସେଂଟ୍ରେଟର ଅଧିକ ପରିମାଣରେ ଆବଶ୍ୟକ ହେଉଥିବା ସ୍ଥାନଗୁଡିକରେ ଅକ୍ସିଜେନ ପହଞ୍ଚାଇ ପାରିବ । ପ୍ଲାଣ୍ଟଠାରୁ ଡାକ୍ତରଖାନା ପର୍ଯ୍ୟନ୍ତ ଅକ୍ସିଜେନ ପହଂଚାଇବା କ୍ଷେତ୍ରରେ ଏହି ପାତ୍ରଗୁଡିକ ସହାୟକ ହେବ ।

*****

SSD/SLP



(Release ID: 1714715) Visitor Counter : 265