ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୂମିକମ୍ପ ବିଷୟରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ ଲାଗି ଆଶ୍ଵାସନା

प्रविष्टि तिथि: 28 APR 2021 9:38AM by PIB Bhubaneshwar

ରାଜ୍ୟର କେତେକାଂଶରେ ଦେଖାଦେଇଥିବା ଭୂମିକମ୍ପ ନେଇ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି:

“ଆସାମର କେତେକାଂଶରେ ଦେଖାଦେଇଥିବା ଭୂମିକମ୍ପ ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସହ କଥା ହେଲି । କେନ୍ଦ୍ର ତରଫରୁ ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ନେଇ ସୁନିଶ୍ଚିତ କରାଇଲି । ଆସାମବାସୀଙ୍କ ମଙ୍ଗଳ ପାଇଁ ମୁଁ ପ୍ରାର୍ଥନା କରୁଛି” ।

 

 

**********

TRP/


(रिलीज़ आईडी: 1714681) आगंतुक पटल : 312
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam