ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ ସରକାର ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ମାଗଣାରେ ଯୋଗାଇଛନ୍ତି ୧୬ କୋଟି ଟିକା

ଏବେ ବି ଏକ କୋଟିରୁ ଊର୍ଦ୍ଧ୍ୱ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିକଟରେ ମହଜୁଦ ଅଛି

ଆସନ୍ତା ତିନିଦିନ ମଧ୍ୟରେ ସେମାନେ ପାଇବେ ଆଉ ୫୭ଲକ୍ଷରୁ ଅଧିକ ଟିକା

କୋଭିଡ-୧୯ ମୁକାବିଲା ଦିଗରେ ସକ୍ରିୟ ଅଛନ୍ତି ଭାରତ ସରକାର

ମହାମାରୀର ମୁକାବିଲା ପାଇଁ ନମୁନା ପରୀକ୍ଷା, ଚିହ୍ନଟ, ଉପଚାର ଓ କୋଭିଡ ନିୟମାବଳୀ ଭଳି ପାଞ୍ଚୋଟି ପ୍ରମୁଖ ପଦକ୍ଷେପ ମଧ୍ୟରୁ ଟିକାକରଣ ଅନ୍ୟତମ

Posted On: 28 APR 2021 11:49AM by PIB Bhubaneshwar

କୋଭିଡ-୧୯ ଟିକାକରଣର ବ୍ୟାପକ ତଥା ଦ୍ରୁତତମ ଅଭିଯାନ ଦେଶରେ ମେ ପହିଲାଠାରୁ ଆରମ୍ଭ ହେବ । ଆଜି ଅପରାହ୍ନ ଚାରିଟାଠାରୁ ଟିକା ଦେବାକୁ ଯୋଗ୍ୟ 18 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ । ହିତାଧିକାରୀ ହେବାକୁ ଯୋଗ୍ୟ ବ୍ୟକ୍ତିମାନେ ସିଧାସଳଖ କୋୱିନ ପୋର୍ଟାଲ (cowin.gov.in)) ବା ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜୀକରଣ କରିପାରିବେ ।

ଭାରତ ସରକାର ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପ୍ରାୟ ୧୬କୋଟି ଟିକା (୧୫,୯୫,୯୬,୧୪୦) ମାଗଣାରେ ଯୋଗାଇ ଦେଇଛନ୍ତି । ନଷ୍ଟ ହେବା ସହ ମୋଟ ୧୪, ୮୯, ୭୬, ୨୪୮ ଟିକା ବ୍ୟବହୃତ ହୋଇଛି । କୋଟିଏରୁ ଅଧିକ ଟିକା ଏବେ ମଧ୍ୟ ବ୍ୟବହାର ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ନିକଟରେ ମହଜୁଦ ରହିଛି । ଆଗାମୀ ତିନିଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ଆଉ ୫୭ ଲକ୍ଷକୁ ଅଧିକ (୫୭, ୭୦,୦୦୦) ଟିକା ପାଇବେ ।

କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ମହାରାଷ୍ଟ୍ରରେ ଟିକା ଶେଷ ହୋଇଯାଇଛି ଓ ଟିକାକରଣ ଅଭିଯାନ ବାଧାପ୍ରାପ୍ତ ହୋଇଛି ।

ଏଠାରେ ସ୍ପଷ୍ଟ କରାଇ ଦିଆଯାଉଛି ଯେ ମହାରାଷ୍ଟ୍ର ଆଜି ଦିନ ଆଠଟା ସୁଦ୍ଧା ୧, ୫୮, ୬୨, ୪୭୦ ମାତ୍ରା ଟିକା ପାଇଛି । ନଷ୍ଟ ପ୍ରାୟ(୦.୨୨%)କୁ ମିଶାଇ ମୋଟ ୧, ୫୩, ୫୬, ୧୫୧ମାତ୍ରା ଟିକା ବ୍ୟବହୃତ ହୋଇଛି । ସେ ଦୃଷ୍ଟିରୁ ୫, ୦୬, ୩୧୯ ବଳକା ଟିକା ମାତ୍ରା ରାଜ୍ୟ ନିକଟରେ ଯୋଗ୍ୟ ହିତାଧିକାରୀ ପାଇଁ ଟିକାକରଣ ନିମନ୍ତେ ମହଜୁଦ ରହିଛି । 

ଏହା ବ୍ୟତୀତ ୫,୦୦,୦୦୦ ମାତ୍ରା କୋଭିଡ ଟିକା ପଠାଯିବାକୁ ବ୍ୟବସ୍ଥା ହେଉଛି ଓ ଏହା ତିନିଦିନରେ ପହଞ୍ଚିବ। 

​​​​​

****

SM



(Release ID: 1714618) Visitor Counter : 208