ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ୱାମୀତ୍ୱ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇ-ପ୍ରପଟି କାର୍ଡ ବିତରଣ ଶୁଭାରମ୍ଭ

୪.୦୯ଲକ୍ଷ ଜମି ମାଲିକଙ୍କୁ ଇ-ପ୍ରପଟି କାର୍ଡ

କରୋନା ମୁକାବିଲାରେ ପଞ୍ଚାୟତର ଭୂମିକା ପ୍ରଶଂସିତ

ଏପରି ଦୁଃସମୟରେ ଯେପରି କୌଣସି ପରିବାର ଭୋକିଲା ନ ରହେ ତାହା ଆପଣମାନଙ୍କ ଦାୟିତ୍ୱ-ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୦କୋଟି ହିତାଧିକାରୀଙ୍କୁ ଦୁଇମାସ ପାଇଁ ମିଳିବ ମାଗଣା ରାସନ

କେନ୍ଦ୍ର ଏହି ଯୋଜନା ବାବଦ ଖର୍ଚ୍ଚ କରୁଛି ୨୬ହଜାର କୋଟିରୁ ଅଧିକ ଟଙ୍କା: ପ୍ରଧାନମନ୍ତ୍ରୀ

କେନ୍ଦ୍ର ଏହାର ନୀତି ଓ ଅଗ୍ରାଧିକାରରେ ସବୁଠାରୁ ଆଗରେ ରଖିଛି ଗ୍ରାମକୁ: ପ୍ରଧାନମନ୍ତ୍ରୀ

ସରକାର ପଞ୍ଚାୟତଗୁଡିକ ପାଇଁ ବ୍ୟୟବରାଦ କରିଛନ୍ତି ଅଭୂତପୂର୍ବ ୨.୨୫ଲକ୍ଷ କୋଟି ଟଙ୍କା : ପ୍ରଧାନମନ୍ତ୍ରୀ

Posted On: 24 APR 2021 1:54PM by PIB Bhubaneshwar

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀତ୍ୱ ଯୋଜନା ଅଧୀନରେ ଇ-ପ୍ରପର୍ଟି କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯାଇଥିବା ଏହି ସମାରୋହରେ ୪.୦୯ ଲକ୍ଷ ଜମି ମାଲିକଙ୍କୁ ଇ-ପ୍ରପର୍ଟି କାର୍ଡ ପ୍ରଦାନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

          ପଞ୍ଚାୟତିରାଜ ଦିବସ ଏହିପରି ଏକ ଦିନ ଯାହା ଗ୍ରାମୀଣ ଭାରତର ପୁନଃବିକାଶର ସଂକଳ୍ପ ପାଇଁ ଅବସରରେ ପ୍ରଦାନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଦିନରେ ଆମ ଗ୍ରାମ ପଞ୍ଚାୟତଗୁଡିକର ଅସାଧାରଣ କାର୍ଯ୍ୟକୁ ସ୍ୱୀକୃତି ଦେବା ସହ ଏହାର ପ୍ରଶଂସା କରିବାର ଅବସର ଉପନୀତ । ପଞ୍ଚାୟତଗୁଡିକ ସ୍ଥାନୀୟ ନେତୃତ୍ୱ ସାହାଯ୍ୟରେ କରୋନାକୁ ଗାଁରେ ପ୍ରବେଶ ନ କରିବା ନେଇ ଯେପରି ସଚେତନତା ସୃଷ୍ଟି କରିଛନ୍ତି  ପ୍ରଧାନମନ୍ତ୍ରୀ ତାହାର ପ୍ରଶଂସା କରିଥିଲେ । ଗ୍ରାମୀଣ ଭାରତରେ ମହାମାରୀକୁ ଦୂରରେ ରଖିବା ନେଇ ସେ ନିଜର ସଂକଳ୍ପ ଦେହରାଇଥିଲେ । ସମୟକ୍ରମେ ଜାରି ହେଉଥିବା କରୋନା ମାର୍ଗଦର୍ଶିକାକୁ କଡାକଡି ପାଳନ କରିବା ଉପରେ ଶ୍ରୀ ମୋଦୀ ପଞ୍ଚାୟତଗୁଡିକୁ ପରାମର୍ଶ ଦେଇଥିଲେ । ଏଥର କରୋନା ପାଇଁ ଆମର କବଚ ଟିକା ଅଛି ବୋଲି ସେ ଲୋକମାନଙ୍କୁ ସ୍ମରଣ କରାଇଦେଇଥିଲେ । ଗ୍ରାମରେ ପ୍ରତ୍ୟେକ ବ୍ୟକ୍ତି ଟିକା ନେବା ସହ ସମସ୍ତ ପ୍ରତିଷେଧକ ଯେପରି ନିଅନ୍ତି ଆମକୁ ତାହା ସୁନିଶ୍ଚିତ କରିବାକୁ ହେବ ବୋଲି ସେ କହିଛନ୍ତି

            ବର୍ତ୍ତମାନର କଠିନ ସମୟରେ କୌଣସି ପରିବାର ଅନାହାରରେ ରହିବା ଅନୁଚିତ ଓ ତାହା ଦେଖିବା ଆମର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅଧୀନରେ ପ୍ରତ୍ୟେକ ଗରିବ ବ୍ୟକ୍ତି ମେ ଓ ଜୁନ୍ ମାସ ପାଇଁ ମାଗଣା ପଦାର୍ଥ ପାଇବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏଥିରେ ୮୦କୋଟି ହିତାଧିକାରୀ ଉପକୃତ ହେବେ ଏବଂ ଏ ବାବଦ କେନ୍ଦ୍ର ସରକାର ୨୬ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

            ଗତବର୍ଷ ମଧ୍ୟରେ ଛଅଟି ରାଜ୍ୟରେ ସ୍ୱାମୀତ୍ୱ ଯୋଜନା ଆରମ୍ଭ କରାଯିବା ପରେ ଏହାର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହି ଯୋଜନା ଅଧୀନରେ ସମଗ୍ର ଗ୍ରାମର ସମ୍ପତ୍ତି ର ସର୍ଭେ ଡ୍ରୋନ ଦ୍ୱାରା କରାଯାଇ ଜମି ମାଲିକମାନଙ୍କୁ ଇ-ପ୍ରପଟି କାର୍ଡ ଦିଆଯାଇଥାଏ । ଆଜି ୫ହଜାରରୁ ଅଧିକ ଗ୍ରାମର ୪.୦୯ ଲକ୍ଷ ଜମି ମାଲିକଙ୍କୁ ଇ-ପ୍ରପଟି କାର୍ଡ ପ୍ରଦାନ କରାଯାଇଛି । ଏହି ଯୋଜନା ଗାଁରେ ଲୋକମାନଙ୍କୁ ସେମାନଙ୍କ ଜମିଜମା ନଥିପତ୍ର ଉପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇବା ସହ ସେମାନଙ୍କ  ସମ୍ପତ୍ତିବାଡି ବିବାଦ ସମ୍ଭାବନା ମଧ୍ୟ ହ୍ରାସ କରିଛି । ଏହାଛଡା ଲୋକମାନଙ୍କୁ ଶୋଷଣ ଓ ଦୁର୍ନୀତରୁ ମଧ୍ୟ ରକ୍ଷା କରିଛି । ଏହା ଦ୍ୱାରା କରଜ ଭାରର ମଧ୍ୟ ପରିସମାପ୍ତି ଘଟିଛି । ଗୋଟିଏ ଦୃଷ୍ଟିରୁ କହିଲେ “ ଏହି ଯୋଜନା ଗରୀବ ଲୋକମାନଙ୍କୁ ସୁରକ୍ଷା ଦେବା ସହ ଗ୍ରାମର ଯୋଜନାବଦ୍ଧ ବିକାଶ ଓ ସେମାନଙ୍କ ଆର୍ଥିକ ନିରାପତା ସୁରକ୍ଷିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

            ଆବଶ୍ୟକସ୍ଥଳେ ସର୍ଭେ ଅଫ ଇର୍ଡିଆ ସହ ବୁଝାମଣାର ସ୍ୱାକ୍ଷର କରି ରାଜ୍ୟ ଆଇନରେ ପରିବର୍ତ୍ତନ ପାଇଁ ସେ ରାଜ୍ୟଗୁଡିକୁ ଅନୁରୋଧ କରିଥିଲେ । ଋଣ ପାଇଁ ଆନୁଷ୍ଠାନିକ କାଗଜପତ୍ର ପାଇଁ ଗ୍ରହଣଯୋଗ୍ୟ ପ୍ରପଟି କାର୍ଡ ବଳରେ ଜନସାଧାରଣଙ୍କୁ ସହଜରେ ଋଣ ଉପଲବ୍ଧ କରାଇବା ପାଇଁ ସେ ବ୍ୟାଙ୍କଗୁଡିକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

            ପ୍ରଗତି ଓ ସାଂସ୍କୃତିକ ନେତୃତ୍ୱ ସବୁବେଳେ ଆମର ଗ୍ରାମ ସହିତ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରାଇଥିଲେ । ସେ ଦୃଷ୍ଟି କେନ୍ଦ୍ର ସରକାର ସବୁବେଳେ ଗ୍ରାମାଞ୍ଚଳ ବିକାଶକୁ ପ୍ରାଥମିକତା ଦେଉଛନ୍ତି । ଆଧୁନିକ ଭାରତର ଗ୍ରାମାଞ୍ଚଳ ସମର୍ଥ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଆମେ ଉଦ୍ୟମ କରୁଛୁ ବୋଲି ପ୍ରଧାନମନ୍ତ୍ରୀ କରିଛନ୍ତି ।

          ପଞ୍ଚାୟତଗୁଡିକର ଭୂମିକା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ପଞ୍ଚାୟତଗୁଡିକ ନୂତନ ଅଧିକାର ପାଇବା ସହ ସେମାନଙ୍କୁ ଫାଇବର ନେଟ ଜରିଆରେ ଯୋଡା ଯାଇଛି । ଜଳଜୀବନ ମିଶନ ଜରିଆରେ ପ୍ରତ୍ୟେକ ଘରକୁ ପାଇପ ପାଣି ଯୋଗାଣ ଦିଗରେ ସେମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ପକ୍କା ଘର ଯୋଗାଇବା ସହ ଗ୍ରାମୀଣ ନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ପଞ୍ଚାୟତ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି । ପ୍ରଧାନମନ୍ତ୍ରୀ ପଞ୍ଚାୟତଗୁଡିକର ଆର୍ଥିକ ସ୍ୱତନ୍ତ୍ର‌୍ୟତା ବୃଦ୍ଧି ପାଉଥିବା ବିଷୟରେ ମଧ୍ୟ କହିଥିଲେ । ସରକାର ପଞ୍ଚାୟତଗୁଡିକ ନିମନ୍ତେ ୨.୨୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଥିବା ଶ୍ରୀ ମୋଦୀ କହିଛନ୍ତି । ଏହା ଦ୍ୱାରା ଆର୍ଥିକ ସ୍ୱଚ୍ଛତା ଅଧିକ ରହିବ । ଇ-ଗ୍ରାମ୍ୟ ସ୍ୱରାଜ ମାଧ୍ୟମରେ ଅଲଲାଇନ ଦେୟ ପୈଠ ପାଇଁ ମଧ୍ୟ ପଞ୍ଚାୟତିରାଜ ମନ୍ତ୍ରଣାଳୟ ବ୍ୟବସ୍ଥା କରିଛନ୍ତି । ବର୍ତ୍ତମାନ ସମସ୍ତ ପଞ୍ଚାୟତ ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ ବା ପିଏଫଏମ୍‌ଏସ ଦ୍ୱାର ପରିଚାଳିତ ହେବ । ସେହିପରି ଅନଲାଇନ ଅଡିଟ ବଳରେ ସ୍ଵଚ୍ଛତା ମଧ୍ୟ ରକ୍ଷା ହୋଇପାରିବ । ଅନେକ ପଞ୍ଚାୟତ ପିଏଫଏମଏସ ଦ୍ୱାରା ଯୋଡି ହୋଇସାରିଲାଣି ଓ ଅନ୍ୟମାନେ ଅନୁରୂପ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

            ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପଦାର୍ପଣ କରିବା ପାଖେଇ ଆସୁଥିବାରୁ ପ୍ରଧାନମନ୍ତ୍ରୀ ପଂଚାୟତଗୁଡିକୁ ବିକାଶର ଗତି ସମସ୍ତ ଆହ୍ୱାନସତ୍ୱେ ଅବ୍ୟାହତ ରଖିବାକୁ କହିଛନ୍ତି । ନିଜ ଗ୍ରାମର ଉନ୍ନୟନର ଲକ୍ଷ୍ୟ ଧାର୍ଯ୍ୟ କରି ନିଧାର୍ଯ୍ୟ ସମୟ ମଧ୍ୟରେ ତାହାକୁ ହାସଲ କରିବାକୁ ସେ ପରାମର୍ଶ  ଦେଇଛନ୍ତି ।

ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ

            ସ୍ୱାମୀତ୍ୱ(ସର୍ଭେ ଅଫ ଭିଲେଜ ଆଣ୍ଡ ମ୍ୟାପିଂ ୱିଥ ଇମ୍ପ୍ରୁଭାଇଜ୍‌ଡ ଟେକ୍ନୋଲୋଜି ଇନ ଭିଜେଲ ଏରିଆ) ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏପ୍ରିଲ ୨୪, ୨୦୨୦ରେ ଆରମ୍ଭ କରାଯାଇଥିଲା । ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ସହ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଏହି କେନ୍ଦ୍ରୀୟ ଯୋଜନା ପ୍ରବର୍ତ୍ତନ କରାଯାଇଛି । ମ୍ୟାପିଂ ଓ ସର୍ଭେ ଜରିଆରେ ଗ୍ରାମାଞ୍ଚଳ ଭାରତକୁ ପରିବର୍ତ୍ତନ କରିବାର ସାମର୍ଥ୍ୟ ଏହି ଯୋଜନାରେ ରହିଛି । ଋଣ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ହାସଲ ପାଇଁ ଗ୍ରାମବାସୀଙ୍କୁ ଏହା ସେମାନଙ୍କ ସମ୍ପତ୍ତିକାର୍ଡ ଜରିଆରେ ସହାୟକ ହେବ । ୨୦୨୧-୨୦୨୫ ମଧ୍ୟରେ ଦେଶର ୬.୬୨ ଲକ୍ଷ ଗ୍ରାମରେ ଏହି ଯୋଜନା କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରହିଛି ।

            ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ୨୦୨୦-୨୧ ଆର୍ଥିକ ବର୍ଷରେ ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ତଥା ପଞ୍ଜାବ ଓ ରାଜସ୍ଥାନର କେତେକ ବଛା ବଛା ଗ୍ରାମରେ ତ୍ୱରାନ୍ୱିତ ହୋଇଛି ।

*****

 

SM

 



(Release ID: 1713864) Visitor Counter : 263