ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ମୋଟ କୋଭିଡ ଟିକାକରଣ ୧୨.୭୧ କୋଟି ଅତିକ୍ରମ କଲା

• ଗତ ୨୪ ଘଣ୍ଟା ମଧ୍ୟରେ ୩୨ ଲକ୍ଷ ଟିକା ଡୋଜର ପରିଚାଳନା

• ୧୦ ରାଜ୍ୟରେ ୭୮% ନୂଆ ମାମଲା; ମାତ୍ର ୫ ରାଜ୍ୟରେ ୬୨% ସକ୍ରିୟ ମାମଲା

• ଜାତୀୟ କରୋନା ମୃତ୍ୟୁ ହାର ପୁଣି ଖସି ୧.୧୮% ହେଲା

Posted On: 20 APR 2021 11:50AM by PIB Bhubaneshwar

ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ସ୍ୱରୂପ ଭାରତରେ ମୋଟ କୋଭିଡ-୧୯ ଟିକା ଡୋଜ ପରିଚାଳନା ସଂଖ୍ୟା ଆଜି ୧୨.୭୧ କୋଟି ଅତିକ୍ରମ କରିଛି ।

ଆଜି ସକାଳ ୭ଟା ପର୍ଯ୍ୟନ୍ତ ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଦେଶରେ ୧୮,୮୩,୨୪୧ ସେସନ ଜରିଆରେ ମୋଟ ୧୨,୭୧,୨୯,୧୧୩ ଟିକା ଡୋଜ (୧୦,୯୬,୫୯,୧୮୧ ପ୍ରଥମ ଡୋଜ ଓ ୧,୭୪,୬୯,୯୩୨ ଦ୍ୱିତୀୟ ଡୋଜ) ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ୯୧,୭୦,୭୧୭ ସ୍ୱାସ୍ଥ୍ୟ କର୍ମୀ ଟିକାର ପ୍ରଥମ ଡୋଜ ନେଇଥିବା ବେଳେ ୫୭,୬୭,୬୫୭ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ ନେଇସାରିଛନ୍ତି । ସେହିଭଳି ୧,୧୪,୩୨,୭୩୨ ଫ୍ରଣ୍ଟଲାଇନ କର୍ମଚାରୀ ପ୍ରଥମ ଡୋଜ ଗ୍ରହଣ କରିଥିବା ବେଳେ ୫୬,୮୬,୬୦୮ ଫ୍ରଣ୍ଟଲାଇନ କର୍ମଚାରୀ ଦ୍ୱିତୀୟ ଡୋଜ ନେଇଛନ୍ତି । ୬୦ ବର୍ଷରୁ ଊର୍ଦ୍ଧ୍ୱ ୪,୬୬,୮୨,୯୬୩ ହିତାଧିକାରୀ ପ୍ରଥମ ଡୋଜ ଓ ୪୭,୦୪,୬୦୧ ହିତାଧିକାରୀ ଦ୍ୱିତୀୟ ଡୋଜ ନେଇଥିବା ବେଳେ ୪୫ରୁ ୬୦ ବର୍ଷ ବୟସର ୪,୨୩,୭୨,୭୬୯ ହିତାଧିକାରୀ ପ୍ରଥମ ଡୋଜ ଓ ୧୩,୧୧,୦୬୬ ହିତାଧିକାରୀ କରୋନା ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି ।

 

HCWs

FLWs

Age Group 45 to 60 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

91,70,717

57,67,657

1,14,32,732

56,86,608

4,23,72,769

13,11,066

4,66,82,963

47,04,601

12,71,29,113

 

ଦେଶରେ ଏ ପର୍ଯ୍ୟନ୍ତ ଦିଆଯାଇଥିବା ମୋଟ ଟିକା ଡୋଜ ମଧ୍ୟରୁ ୫୯.୩୩% ୮ଟି ରାଜ୍ୟରେ ପରିଚାଳିତ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୩୨ ଲକ୍ଷରୁ ଅଧିକ ଟିକା ଡୋଜ ପ୍ରଦାନ କରାଯାଇଛି ।

 

ଟିକାକରଣ ଅଭିଯାନର ୯୪ତମ ଦିନ (୨୦୨୧ ଏପ୍ରିଲ ୧୯)ରେ ୩୨,୭୬,୫୫୫ ଟିକା ଡୋଜ ପ୍ରଦାନ କରାଯାଇଛି । ୪୫,୮୫୬ଟି ସେସନରେ ୨୨,୮୭,୪୧୯ ହିତାଧିକାରୀଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୯,୮୯,୧୩୬ ହିତାଧିକାରୀ ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି ।

 

Date: 19th April,2021 (Day-94)

HCWs

FLWs

45 to 60 years

Over 60 years

Total Achievement

1stDose

2ndDose

1stDose

2nd Dose

1stDose

2nd Dose

1stDose

2nd Dose

1stDose

2ndDose

34,586

47,609

1,68,828

1,54,212

13,06,307

1,73,102

7,77,698

6,14,213

22,87,419

9,89,136

 

ଭାରତର ଦୈନିକ ନୂଆ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨,୫୯,୧୭୦ ନୂଆ ମାମଲା ରେକର୍ଡ କରାଯାଇଛି ।

 

ଦେଶରେ ଦେଖାଦେଇଥିବା ନୂଆ ମାମଲା ମଧ୍ୟରୁ ୭୭.୬୭% ମାମଲା ୧୦ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, ଗୁଜରାଟ ଏବଂ ରାଜସ୍ଥାନରୁ ରହିଛି ।

ମହାରାଷ୍ଟ୍ରରେ ସର୍ବାଧିକ ୫୮,୯୨୪ ଦୈନିକ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ପଛକୁ ଉତ୍ତରପ୍ରଦେଶରେ ୨୮,୨୧୧ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଦିଲ୍ଲୀରେ ୨୩,୬୮୬ ନୂଆ ମାମଲା ରେକର୍ଡ କରାଯାଇଛି ।

ନିମ୍ନରେ ଦିଆଯାଇଥିବା ୨୦ ରାଜ୍ୟରେ ଦୈନିକ ନୂଆ ମାମଲା ବୃଦ୍ଧି ପାଇବାରେ ଲାଗିଛି ।

ଭାରତର ମୋଟ ସକ୍ରିୟ ମାମଲା ୨୦,୩୧,୯୭୭ରେ ପହଞ୍ଚିଛି । ଯାହା ଦେଶର ମୋଟ ପଜିଟିଭ ମାମଲାର ୧୩.୨୬% ହୋଇଛି । ଗତ ୨୪ ଘଣ୍ଟାରେ ନିଟ ସକ୍ରିୟ ମାମଲା ୧,୦୨,୬୪୮ ବୃଦ୍ଧି ପାଇଛି ।

ଭାରତର ମୋଟ ସକ୍ରିୟ ମାମଲା ମଧ୍ୟରୁ ୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଓ କେରଳର ଅଂଶ ୬୨.୦୭% ରହିଛି ।

ଦୈନିକ ପଜିଟିଭିଟି ହାର (କ୍ରମାଗତ ୭ ଦିନ ହାରାହାରି) ବୃଦ୍ଧି ପାଇବାରେ ଲାଗିଛି, ଯାହା ବର୍ତ୍ତମାନ ୧୫.୯୯% ରହିଛି ।

ଭାରତର ମୋଟ କରୋନା ଆରୋଗ୍ୟ ମାମଲା ଆଜି ୧,୩୧,୦୮,୫୮୨ରେ ପହଞ୍ଚିଛି । ଜାତୀୟ ଆରୋଗ୍ୟ ହାର ଏବେ ୮୫.୫୬% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪,୭୬୧ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ଜାତୀୟ କରୋନା ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି ଏବଂ ଏହା ବର୍ତ୍ତମାନ ୧.୧୮% ରହିଛି ।

ଗତ ୨୪ ଘଣ୍ଟାରେ ୧,୭୬୧ ଜଣଙ୍କ ମୃତ୍ୟୁ ଘଟିଛି ।

ନୂଆ କରୋନା ମୃତ୍ୟୁରେ ୧୦ ରାଜ୍ୟର ଅଂଶ ୮୨.୭୪% ରହିଛି । ମହାରାଷ୍ଟ୍ରରେ ଦୈନିକ ନୂଆ ମୃତ୍ୟୁ ସର୍ବାଧିକ (୩୫୧) ରହିଥିବା ବେଳେ ଏହା ପଛକୁ ଦିଲ୍ଲୀରେ ୨୪୦ ଜଣ ପ୍ରାଣ ହରାଇଛନ୍ତି ।

ଗତ ୨୪ ଘଣ୍ଟାରେ ୯ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ସାମ୍ନାକୁ ଆସିନାହିଁ । ଏଗୁଡ଼ିକ ମଧ୍ୟରେ ଲଦାଖ (ୟୁଟି), ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳି, ତ୍ରିପୁରା, ସିକ୍କିମ, ମିଜୋରାମ, ଲାକ୍ଷାଦ୍ୱୀପ, ନାଗାଲାଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ଏବଂ ଅରୁଣାଚଳ ପ୍ରଦେଶ ରହିଛି ।

 

*****

SR



(Release ID: 1713065) Visitor Counter : 221