ଅର୍ଥ ମନ୍ତ୍ରଣାଳୟ

ଅର୍ଥବିଲ୍‌-୨୦୨୧ର ସଂଶୋଧନକୁ କ୍ୟାବିନେଟର ଅନୁମୋଦନ

Posted On: 20 APR 2021 3:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅର୍ଥବିଲ୍‌-୨୦୨୧ ସଂଶୋଧନକୁ ପିଛିଲାଭାବେ ଅନୁମୋଦନ କରାଯାଇଛି । ୨୦୨୧ ଅର୍ଥ ଆଇନ ଭାବେ ଏହି ଅର୍ଥ ବିଲ୍ ୨୦୨୧ମାର୍ଚ୍ଚ ୨୨ରେ ପ୍ରଣୀତ ହୋଇଥିଲା ।

 ଅର୍ଥବିଲ୍‌ରେ ଯେଉଁସବୁ ନୂଆ ବ୍ୟବସ୍ଥା ରହିଥିଲା ତାହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ପକ୍ଷ ଏବଂ କର୍ତ୍ତୃପକ୍ଷଙ୍କ ସୁବିଧା ନିମନ୍ତେ  ଏଥିରେ କେତେକ ଆଇନଗତ ସଂଶୋଧନ ଅପରିହାର୍ଯ୍ୟ ଥିଲା । ଏଥିପାଇଁ ଅର୍ଥବିଲ୍‌-୨୦୨୧ରେ ସଂଶୋଧନ କରାଯାଇଥିଲା ।

ଉଦ୍ଦେଶ୍ୟ

ଏହି ସଂଶୋଧନର ଉଦ୍ଦେଶ୍ୟ ହେଲା ଯେ, ଅର୍ଥବିଲ୍‌ରେ ସଂଶୋଧନ ଫଳରେ ସମ୍ପୃକ୍ତ ସମସ୍ତ ପକ୍ଷ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ, ସେଥିରୁ ସେମାନଙ୍କୁ ସୁରକ୍ଷିତ କରିବା ଏବଂ ସବୁ ଟିକସଦାତାଙ୍କୁ ସମାବେଶୀ ତଥା ସମାନ ସୁବିଧା ସୁଯୋଗ ଯୋଗାଇ ଦେବା ।

          ଅର୍ଥବିଲ୍‌ରେ ସଂଶୋଧନର ଅର୍ଥ ନୂଆ ଟିକସ ଲାଗୁ କରିବା ବା ଟିକସ ହାରରେ ପରିବର୍ତ୍ତନ ଆଣିବା । ଠିକ୍ ସମୟରେ ରାଜସ୍ୱର ବ୍ୟବସ୍ଥା କରି ତାହାକୁ ଆଦାୟ କରିବା ସରକାରୀ ଟିକସ ବ୍ୟବସ୍ଥାର ଉଦ୍ଦେଶ୍ୟ । ତେବେ ନୂଆ ଟିକସ ଲାଗୁ କିମ୍ବା ଟିକସ  ହାର ଆଦି ପରିବର୍ତ୍ତନ କରିବା ସମୟରେ ସରକାର ଟିକସଦାତାମାନଙ୍କ ସ୍ୱାର୍ଥପ୍ରତି ଧ୍ୟାନ ଦେଇଥାନ୍ତି ଓ ସେମାନଙ୍କର ଆପତି ଅଭିଯୋଗ ଶୁଣିଥାନ୍ତି ।

 

******

 

TKM



(Release ID: 1713064) Visitor Counter : 192