କ୍ୟାବିନେଟ

ବାଣିଜ୍ୟ ସୁଧାର ଉପାୟ କ୍ଷେତ୍ରରେ ସହଯୋଗ ଢାଞ୍ଚା ସ୍ଥାପନ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷର

Posted On: 20 APR 2021 3:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ, ବାଣିଜ୍ୟ ଉପଚାର ମହାନିର୍ଦ୍ଦେଶାଳୟ, ଭାରତ ଓ ବାଲାଂଦେଶ ବାଣିଜ୍ୟ ଶୁଳ୍କ ଆୟୋଗ, ବାଂଲାଦେଶ ଗଣରାଜ୍ୟ ମଧ୍ୟରେ ମାର୍ଚ୍ଚ ୨୭, ୨୦୨୧ରେ ଢାକା ଠାରେ ବାଣିଜ୍ୟ ସୁଧାର ଉପାୟ କ୍ଷେତ୍ରରେ ସହଯୋଗ ଢାଞ୍ଚା ସ୍ଥାପନ ପାଇଁ ହୋଇଥିବା ରାଜିନାମା (ଏମଓୟୁ)କୁ ଅନୁମୋଦନ ଦେଇଛନ୍ତି ।

ଉଦ୍ଦେଶ୍ୟ

ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସହଯୋଗକୁ ପ୍ରୋତ୍ସାହନ ଦେବା, ସୂଚନା ଆଦାନପ୍ରଦାନ ସମ୍ପର୍କିତ ବ୍ୟାପକ ଗତିବିଧିକୁ ସାମିଲ କରିବା, ଆଣ୍ଟି ଡମ୍ପିଂ, ସମାନ ଉତ୍ପାଦ ପ୍ରସ୍ତୁତି ଓ ଦ୍ୱିପାକ୍ଷିକ ବାଣିଜ୍ୟରେ ସୁରକ୍ଷା ପଦକ୍ଷେପ ପାଇଁ ବିଶ୍ୱ ବାଣିଜ୍ୟ ସଂଗଠନର ବିଭିନ୍ନ ସର୍ତ୍ତ ମୁତାବକ ଦକ୍ଷତା ନିର୍ମାଣ ରାଜିନାମାର ପ୍ରାଥମିକ ଉଦ୍ଦେଶ୍ୟ ।

ଏମଓୟୁ ମାଧ୍ୟମରେ ଦୁଇ ଦେଶର ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଦ୍ୱାରା ଅସଙ୍ଗତ ବାଣିଜ୍ୟିକ ପ୍ରକ୍ରିୟା ବନ୍ଦ ହେବ ଓ ଉଭୟ ଦେଶ ମଧ୍ୟରେ ନିୟମ ଆଧାରିତ ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରୋତ୍ସାହନ ମିଳିବ ।

 

SR



(Release ID: 1713056) Visitor Counter : 189