ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଆସନ୍ତା ମେ ୧ ତାରିଖ ଠାରୁ ଦେଶରେ ସରଳ ତଥା ତ୍ୱରାନ୍ୱିତ ଭାବେ କୋଭିଡ଼ ୧୯ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ କରାଯିବା ଲାଗି ଭାରତ ସରକାରଙ୍କ ରଣନୀତି ଘୋଷଣା

● ଭାରତ ସରକାର ଏକ ବର୍ଷରୁ ଅଧିକ ସମୟ ଧରି ଏ ଦିଗରେ କଠିନ ପରିଶ୍ରମ କରିଆସୁଥିଲେ, ଯେ ଭିଭଳି ସ୍ୱଳ୍ପ ସମୟ ମଧ୍ୟରେ ସର୍ବାଧିକ ସଂଖ୍ୟକ ଭାରତୀୟଙ୍କୁ ପ୍ରତିଷେଧକ ଟିକା ପ୍ରଦାନ କରାଯାଇପାରିବ: ପ୍ରଧାନମନ୍ତ୍ରୀ
● ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି
● ଟିକାର ମୂଲ୍ୟ ନିର୍ଦ୍ଧାରଣ, ଆହରଣ, ଯୋଗ୍ୟତା ତଥା ପ୍ରଶାସନକୁ ତୃତୀୟ ପର୍ଯ୍ୟାୟରେ ସରଳ କରାଯାଇ ଏହାକୁ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନରେ ପରିଣତ କରାଯିବ
● ସ୍ଥାନୀୟ ଆବଶ୍ୟକତାକୁ କଷ୍ଟୋମାଇଜ୍ କରିବା ନିମନ୍ତେ ସମସ୍ତ ହିତଧାରକଙ୍କ ନିମନ୍ତେ ସମଗ୍ର ବ୍ୟବସ୍ଥାକୁ ସରଳ କରାଯିବ
● କୋଭିଡ଼ ୧୯ ପ୍ରତିଷେଧକ ଟିକା ଭାବେ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତି ଯୋଗ୍ୟ ବିବେଚିତ ହେବେ
● ଟିକା ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ଟିକା ପ୍ରସ୍ତୁତକାରୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ତଥା ଅନ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଉତ୍ପାଦନକାରୀଙ୍କୁ ଆକୃଷ୍ଟ କରାଯିବ
● ଟିକା ଉତ୍ପାଦନକାରୀମାନେ ସେମାନଙ୍କର ମୋଟ ଉତ୍ପାଦିତ ଟିକାର ୫୦% ରାଜ୍ୟ ସରକାରଙ୍କୁ ଦେବାକୁ ତଥା ପୂର୍ବ ନିର୍ଦ୍ଧାରିତ ମୂଲ୍ୟ ହାରରେ ଖୋଲା ବଜାରରେ ବିକ୍ରି କରିବାକୁ କ୍ଷମତାପ୍ରାପ୍ତ
● ରାଜ୍ୟମାନେ ଅତିରିକ୍ତ ଡୋଜ୍ର ଟିକା ସିଧାସଳଖ ଭାବେ ଉତ୍ପାଦନକାରୀମାନଙ୍କ ଠାରୁ ସଂଗ୍ରହ କରିବା ନିମନ୍ତେ ସକ୍ଷମ ହେବେ ଏବଂ ୧

Posted On: 19 APR 2021 7:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଟିକାକରଣ ସଂପର୍କୀତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ଯାହା ଫଳରେ ଆସନ୍ତା ମେ ତାରିଖ ଠାରୁ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ସମସ୍ତ ନାଗରିକଙ୍କୁ କୋଭିଡ଼ ୧୯ ପ୍ରତିଷେଧକ ଟିକା ଦାନ ଆରମ୍ଭ କରାଯିବ ଏହି ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଦୀର୍ଘ ଏକ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଉପରେ ଅତି ଗୁରୁତ୍ୱର ସହ କାର୍ଯ୍ୟ କରିଆସୁଥିଲେ ଯଦ୍ୱାରା ସ୍ୱଳ୍ପ ସମୟ ଭିତରେ ଦେଶର ସର୍ବାଧିକ ନାଗରିକଙ୍କୁ ଯେଭଳି ସହଜରେ ଟିକାକରଣ କରାଯାଇପାରିବ ସେ କହିଲେ ଯେ ଭାରତରେ ଏବେ ରେକର୍ଡ଼ ସମୟ ମଧ୍ୟରେ ସର୍ବାଧିକ ଲୋକଙ୍କୁ ଟିକାକରଣ କରାଯାଉଛି ଯାହାକି ସାରା ବିଶ୍ୱରେ ଏକ ରେକର୍ଡ଼ ଏବଂ ଆମେ ଏହି ଧାରାକୁ ଅଧିକ ତ୍ୱରିତ ଭାବେ ଭବିଷ୍ୟତରେ ଜାରି ରଖିବୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ଭାରତର ଜାତୀୟ କୋଭିଡ଼ ୧୯ ଟିକାକରଣ ରଣନୀତିକୁ ଅତି ସୁଚିନ୍ତିତ ତଥା ରଣନୀତିକ ଭାବେ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ସର୍ବୋଚ୍ଚ ସ୍ତରରୁ ସର୍ବନିମ୍ନ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟପନ୍ଥା, ସକାରାତ୍ମକ ଭାବେ ଏହାର ଗବେଷଣା ବିକାଶ କ୍ଷମତା ନିର୍ମାଣ, ଉତ୍ପାଦନ ପ୍ରଶାସନ କାର୍ଯ୍ୟ ୨୦୨୦ ମସିହା ଏପ୍ରିଲ ମାସରୁ କରାଯାଇ ଆସୁଛି ଏହାର ମାତ୍ରା ଏବଂ ବେଗ ବୃଦ୍ଧି ନିମନ୍ତେ, ଏଥିରେ ଏକାସଙ୍ଗେ ଆବଶ୍ୟକ ସ୍ଥିରତା ତଥା ପୋଷଣୀୟତା ରକ୍ଷା କରାଯାଇଛି ବିଶ୍ୱର ଏହା ସର୍ବବୃହତ୍ଟିକାକରଣ ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ

ଭାରତର ଏହି ରଣନୀତି ସଂପୂର୍ଣ୍ଣ ରୂପେ ବୈଜ୍ଞାନିକ ଏବଂ ମହାମାରୀ ବିଜ୍ଞାନ ଆଧାରରେ ହିଁ ପ୍ରସ୍ତୁତ କରାଯାଇଛି ଯାହାକୁ ବିଶ୍ୱର ସର୍ବଶ୍ରେଷ୍ଠ କାର୍ଯ୍ୟାନ୍ୱୟନ ଆଧାରରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏସଓପି ତଥା ଭାରତର ବିଶିଷ୍ଟ ବିଶେଷଜ୍ଞ ଯଥା କୋଭିଡ଼ ୧୯ ଟିକାକରଣ ସଂପର୍କୀତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ (ଏନଇଜିଭିଏସି)ଙ୍କ ପରାମର୍ଶ ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ କରାଯାଇଛି

ଭାରତ ସଦାସର୍ବଦାଡାଇନାମିକ୍ମ୍ୟାପିଂ ମଡେଲକୁ ଅନୁସରଣ କରିଆସୁଛି ଯାହାକି ଉପଲବ୍ଧ ଟିକା ଉପରେ ଆଧାରିତ ଏବଂ ଏହି ଟିକାକୁ ସର୍ବାଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବା ଗୋଷ୍ଠୀଙ୍କୁ ହିଁ ପ୍ରଥମେ ପ୍ରଦାନ କରୁଛି ଏବଂ ଏହା ପରେ ଅନ୍ୟ ବୟସସୀମା ଗୋଷ୍ଠୀଙ୍କ ପାଇଁ ତାହା ଉପଲବ୍ଧ କରାଯାଉଛି ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଏଭଳି ସର୍ବାଧିକ ଆକ୍ରାନ୍ତ ଆଶଙ୍କା ଥିବା ଗୋଷ୍ଠୀର ସର୍ବାଧିକ ଲୋକଙ୍କୁ ଏହି ଟିକା ପ୍ରଦାନ କରାଯାଇ ସାରିଥିବ ବୋଲି ଆଶା କରାଯାଉଛି

ପ୍ରଥମ ପର୍ଯ୍ୟାୟରେ ୨୦୨୧ ମସିହା ଜାନୁଆରୀ ୧୬ ତାରିଖ ଦିନ ଜାତୀୟ କୋଭିଡ଼ ୧୯ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା ଯେଉଁଥିରେ ଜନସାଧାରଣଙ୍କ ଜୀବନରକ୍ଷାକାରୀ, ସ୍ୱାସ୍ଥ୍ୟ କର୍ମୀ ତଥା ଛାମୁଆ ଯୋଦ୍ଧାମାନଙ୍କ ସୁରକ୍ଷା ଉପରେ ହିଁ ଗୁରୁତ୍ୱ ଆରୋପ କରାଯାଥିଲା ଯେତେବେଳେ ବ୍ୟବସ୍ଥା ତଥା ଏହି ପ୍ରକ୍ରିୟା ସଂପୂର୍ଣ୍ଣ ରୂପେ ବ୍ୟବସ୍ଥିତ ହୋଇଥିଲା, ସେତେବେଳେ ୨୦୨୧ ମସିହା ମାର୍ଚ୍ଚ ତାରିଖ ଠାରୁ ଏହାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରାଯାଇଥିଲା ଏହି ପର୍ଯ୍ୟାୟରେ ଆମର ସବୁଠାରୁ ଆପଦାଗ୍ରସ୍ତ ବର୍ଗ ଯଥା ୪୫ ବର୍ଷରୁ ଉର୍ଦ୍ଧ୍ୱ ଆୟୁ ବର୍ଗର ସମସ୍ତ ଜନସାଧାରଣଙ୍କ ପାଇଁ ଏହା ଉପଲବ୍ ହୋଇଥିଲା ଏବଂ ସେମାନଙ୍କ ସଂଖ୍ୟା ଦେଶର ମୋଟ କୋଭିଡ଼ ଜନିତ ମରଣଶୀଳତା ୮୦% ବୋଲି ଆକଳନ କରାଯାଇଥିଲା ଟିକାକରଣ କ୍ଷମତାକୁ ବଢ଼ାଇବା ସକାଶେ ଘରୋଇ କ୍ଷେତ୍ରକୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ, ଭାରତ ସରକାର ସକାରାତ୍ମକ ଭାବେ ସମସ୍ତ ବର୍ଗର   ହିତଧାରକମାନଙ୍କ ସହିତ ସଂପର୍କ ଯୋଗସୂତ୍ର ରକ୍ଷା କରି କାର୍ଯ୍ୟ କରିଆସୁଛନ୍ତି ଜାତୀୟ ଗବେଷଣା ଅନୁଷ୍ଠାନ ଠାରୁ ଆରମ୍ଭ କରି ଅନ୍ତରାଷ୍ଟ୍ରୀୟ ଔଷଧ ଟିକା ଉତ୍ପାଦନକାରୀ ତଥା ବୈଶ୍ୱିକ ନିୟନ୍ତ୍ରକମାନଙ୍କ ସହିତ ସମାନ ତାଳରେ ସମନ୍ୱୟ ରକ୍ଷା କରାଯାଇଆସୁଛି ଭାରତର ଘରୋଇ କ୍ଷେତ୍ରର ଟିକା ଉତ୍ପାଦନକାରୀମାନଙ୍କ ସାମର୍ଥ୍ୟ କ୍ଷମତାକୁ ରଣନୀତିଭ ଭାବେ ସଶକ୍ତ ବୃଦ୍ଧି କରାଯାଉଛି ଏଥିପାଇଁ ଅଭୂତପୂର୍ବ ତଥା ନିର୍ଣ୍ଣାୟକ ପଦକ୍ଷେପମାନ ଗ୍ରହଣ କରାଯାଇଛି ଏହି ପରିପ୍ରେକ୍ଷୀରେ ସରକାରୀ- ଘରୋଇ ସହଭାଗୀ ଗବେଷଣା, ପରୀକ୍ଷଣ ଏବଂ ଉତ୍ପାଦ ବିକାଶ ଠାରୁ ନେଇ ଟାର୍ଗେଟେଡ୍ସରକାରୀ ଗ୍ରାଣ୍ଟ୍‍  ତଥା ଭାରତ ନିୟାମକ ବ୍ୟବସ୍ଥାରେ ସୁଦୂରପ୍ରସାରୀ ପ୍ରଶାସନିକ ସଂସ୍କାରମାନ ଘଟାଯାଉଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନିର୍ଦ୍ଦେଶାନୁସାରେ ଭାରତ ସରକାର ପ୍ରତ୍ୟେକ ଟିକା ଉତ୍ପାଦନକାରୀଙ୍କ ସହ ନିରବଚ୍ଛିନ୍ନ ଭାବେ ସଂପର୍କରେ ଅଛନ୍ତି ଏବଂ ସେମାନଙ୍କ ନିକଟକୁ ଆନ୍ତଃ- ମନ୍ତ୍ରିସ୍ତରୀୟ ଟିମ୍ସମୟାନ୍ତରେ ଗସ୍ତ କରୁଛନ୍ତି ଏବଂ ପ୍ରତ୍ୟେକ ଉତ୍ପାଦନକାରୀଙ୍କ ଆବଶ୍ୟକତାକୁ ବୁଝିବା ସହ ସକାରାତ୍ମକ ଭାବେ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି ସେହିଭଳି କଷ୍ଟୋମାଇଜଡ୍ସମର୍ଥନ ଭାବେ ଅନୁଦାନ, ଅଗ୍ରୀମ ଅର୍ଥ ଯୋଗାଣ, ଉତ୍ପାଦନ ନିମନ୍ତେ ଅଧିକ ସ୍ଥାନ ଯୋଗାଣ ଆଦି ଦ୍ୱାରା ଟିକା ଉତ୍ପାଦନ ବୃଦ୍ଧି ସମ୍ଭବପର ହୋଇପାରିଛି

ଏହା ଫଳରେ ଦୁଇଟି ସ୍ୱଦେଶୀ ଟିକା (ସେରମ୍ଇନଷ୍ଟିଚୁଟ୍ଅଫ୍ଇଣ୍ଡିଆ ଏବଂ ଭାରତ ବାୟୋଟେକ୍‍)କୁ ଆପାତକାଳୀନ ବ୍ୟବହାର ସ୍ୱୀକୃତି ପ୍ରଦାନ କରାଯାଇଛି ଏବଂ ତୃତୀୟ ଟିକା (ସ୍ପୁଟନିକ) ଯାହାକି ଦେଶ ବାହାରେ ଉତ୍ପାଦିତ ହେଉଛି ତାହା ସମୟ କ୍ରମେ ଭାରତରେ ଉତ୍ପାଦନ କରାଯିବାର ଯୋଜନା କରାଯାଉଛି

କାରତ ସରକାର ପ୍ରଥମରୁ ହିଁ ଟିକାକରଣ କାର୍ଯ୍ୟକ୍ରମରେ ଘରୋଇ କ୍ଷେତ୍ରକୁ ଏଥିରେ ସାମିଲ କରିଛନ୍ତି ବର୍ତ୍ତମାନ, ଯେତେବେଳେ କ୍ଷମତା ଏବଂ ପ୍ରକ୍ରିୟା ଆଦି ବ୍ୟବସ୍ଥିତ ହୋଇସାରିଛି, ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ର ଏହାର ମାତ୍ରା ବୃଦ୍ଧି ନିମନ୍ତେ ସେମାନଙ୍କର ମନୋବଳ ବୃଦ୍ଧି ପାଇଁ ସକ୍ଷମ ହୋଇପାରିଛନ୍ତି

ତୃତୀୟ ପର୍ଯ୍ୟାୟରେ, ଜାତୀୟ ଟିକାକରଣ ରଣନୀତିକୁ ଅଧିକ ସରଳ କରାଯାଇଛି ଯଦ୍ୱାରା ଟିକାର ମୂଲ୍ୟ ଏବଂ ଟିକାଦାନ କ୍ଷେତ୍ର ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଏହା ଫଳରେ ପ୍ରତିଷେଧକ ଟିକା ଉତ୍ପାଦନ ବୃଦ୍ଧି ପାଇବ ତଥା ଏହାର ଉପଲବ୍ଧତା ସହଜସାଧ୍ୟ ହେବ ଏଥିପାଇଁ ଟିକା ଉତ୍ପାଦନକାରୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ସେମାନେ ସେମାନଙ୍କର ଉତ୍ପାଦନକୁ ସହଜରେ ବଢ଼ାଇ ପାରିବେ ସେହିଭଳି ନୂତନ ଜାତୀୟ ଅନ୍ତରାଷ୍ଟ୍ରୀୟ ଟିକା ଉତ୍ପାଦନକାରୀଙ୍କୁ ଏଥିପାଇଁ ଆକୃଷ୍ଟ କରାଯିବ ଏଥି ସହିତ ଟିକାର ମୂଲ୍ୟ ନିର୍ଦ୍ଧାରଣ, ଆହରଣ, ଯୋଗ୍ୟତା ନିଦ୍ଧାରଣ ଏବଂ ଟିକା ଦାନ ବ୍ୟବସ୍ଥାକୁ ମୁକ୍ତ ସରଳ କରାଯିବ ଏବଂ ଏଥିରେ ସମସ୍ତ ହିତଧାରକମାନଙ୍କୁ ସ୍ଥାନୀୟ ଆବଶ୍ୟକତା ସ୍ଥିତି ଅନୁସାରେ କାର୍ଯ୍ୟ କରିବା ସକାଶେ ଅନୁମତି ପ୍ରଦାନ କରାଯିବ

ସରଳୀକୃତ ତଥା ତ୍ୱରାନ୍ୱିତ ଜାତୀୟ କୋଭିଡ଼ ୧୯ ଟିକାକରଣ କାର୍ଯ୍ୟକ୍ରମ ରଣନୀତିର ତୃତୀୟ ପର୍ଯ୍ୟାୟର ଯେଉଁ ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ୨୦୨୧ ମସିହା ମେ ତାରିଖ ଠାରୁ କାର୍ଯ୍ୟକାରୀ କରାଯିବ ତାହା ନିମ୍ନରେ ପ୍ରଦାନ କରାଗଲା:

  1. ପ୍ରତିଷେଧକ ଟିକା ଉତ୍ପାଦନକାରୀମାନେ ସେମାନଙ୍କର ମୋଟ ଉତ୍ପାଦନର ୫୦% ଟିକା ଭାରତ ସରକାରଙ୍କ କେନ୍ଦ୍ରୀୟ ଡ୍ରଗ୍ପରୀକ୍ଷାଗାର (ସିଡିଏଲ)କୁ ଯୋଗାଇବେ ଅବଶିଷ୍ଟ ୫୦% ଟିକାକୁ ସେମାନେ ରାଜ୍ୟ ସରକାରମାନଙ୍କୁ କିମ୍ବା ଖୋଲା ବଜାର (ଏବେଠାରୁ ତାହା ଭାରତ ସରକାରଙ୍କ ବ୍ୟତୀତ ଅନ୍ୟ ଚାନେଲକୁ ବୋଲି ବିବେଚନା କରାଯିବ)ରେ ବିକ୍ରୟ କରିବା ନିମନ୍ତେ ସ୍ୱାଧୀନ
  2. ଟିକା ଉତ୍ପାଦନକାରୀମାନେ ସ୍ୱଚ୍ଛତାର ରକ୍ଷା ପୂର୍ବକ ସେମାନେ ଯେଉଁ ୫୦% ଟିକା ରାଜ୍ୟ ସରକାରଙ୍କୁ  କିମ୍ବା ଖୋଲା ବଜାରରେ ବିକ୍ରୟ କରିବେ ସେଥିପାଇଁ ଆଗୁଆ ମୂଲ୍ୟ ଘୋଷଣା କରିବେ ଏବଂ ତାହା ୨୦୨୧ ମସିହା ମେ ତାରିଖ ପୂର୍ବରୁ କରିବେ ଏହି ମୂଲ୍ୟ ଆଧାରରେ, ରାଜ୍ୟ ସରକାରମାନେ, ଘରୋଇ ହସପିଟାଲଗୁଡ଼ିକ, ଶିଳ୍ପସଂସ୍ଥା ଆଦି ଟିକା ଉତ୍ପାଦନକାରୀ ସଂସ୍ଥାମାନଙ୍କ ଠାରୁ ଏହି ଟିକା କ୍ରୟ କରିବେ ଘରୋଇ ହସପିଟାଲମାନେ ସେମାନଙ୍କର କୋଭିଡ଼ ୧୯ ଟିକା ନିର୍ଦ୍ଦିଷ୍ଟ ଭାବେ ଭାରତ ସରକାରଙ୍କ ପାଇଁ ଉଦ୍ଦିଷ୍ଟ ୫୦% ବ୍ୟତୀତ ଅନ୍ୟ ସୂତ୍ରରୁ ହିଁ ଆହରଣ କରିବେ ଘରୋଇ ଟିକା ପ୍ରଦାନକାରୀମାନେ ସ୍ୱଚ୍ଛତାର ସହିତ ସେମାନଙ୍କ ନିଜସ୍ୱ ନିର୍ଦ୍ଧାରିତ ଟିକାକରଣ ମୂଲ୍ୟ ଘୋଷଣା କରିବେ ଏହି ଚାନେଲ ମାଧ୍ୟମରେ ଯୋଗ୍ୟତା ସମସ୍ତ ସାଁବାଳକଙ୍କ ପାଇଁ ଖୋଲା ରହିବ ଅର୍ଥାତ୍‍, କେବଳ ୧୮ ବୟସରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କ ପାଇଁ
  3. ଭାରତ ସରକାରଙ୍କ ଟିକାକରଣ କେନ୍ଦ୍ରମାନଙ୍କରେ ଯଥାରୀତି ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ ଯେଉଁଠାରେ ମାଗଣାରେ ସମସ୍ତ ଯୋଗ୍ୟ ହିତାଧିକାରୀ ଯାହାକି ସ୍ୱାସ୍ଥ୍ୟ ସେବା କର୍ମୀ, ଛାମୁଆ ଯୋଦ୍ଧା ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ସମସ୍ତ ନାଗରିକଙ୍କୁ ପ୍ରଦାନ କରାଯିବ
  4. ସମସ୍ତ ଟିକାକରଣ (ଭାରତ ସରକାର ଭାରତ ସରକାରଙ୍କ ବ୍ୟତୀତ ଅନ୍ୟ ଚାନେଲ ମାଧ୍ୟମରେ) ଜାତୀୟ ଟିକାକରଣ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ବିବେଚନା କରାଯିବ ଏବଂ ସେମାନେ ଏଥି ସକାଶେ ପ୍ରବର୍ତ୍ତିତ ସମସ୍ତ ପ୍ରକାର ପ୍ରୋଟୋକଲ  ଯଥା କୋୱିନ୍ପ୍ଲାଟଫର୍ମ, ଏଇଏଫଆଇସହ ଲିଙ୍କ୍ଯୋଗେ ସଂଯୁକ୍ତ ରହି ରିପୋର୍ଟିଂ କରିବା ଅନ୍ୟାନ୍ୟ ଅନୁସୃତ ନିୟମାବଳୀ ଆଦି ଅନୁସରଣ କରିବାକୁ ବାଧ୍ୟ ସେହିଭଳି ରିଅଲ୍ଟାଇମ୍ଆଧାରରେ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ କେତେ ଟିକା ଗଚ୍ଛିତ ରହିଛି ଏବଂ ତାହାର ମୂଲ୍ୟ ସଂପର୍କରେ ସରକାରଙ୍କୁ ସୂଚୀତ କରାଯିବ
  5. ଭାରତ ସରକାରଙ୍କୁ ୫୦% ଟିକା ଯୋଗାଣ ଏବଂ ଅନ୍ୟ ୫୦% ଟିକା ଭାରତ ସରକାରଙ୍କ ବ୍ୟତୀତ ଅନ୍ୟ ଚାନେଲକୁ ଯୋଗାଣ ବିଭାଜନ ସମାନ ଭାବେ ଦେଶରେ ଉତ୍ପାଦିତ ହେଉଥିବା ସମସ୍ତ ଟିକା ପାଇଁ ପ୍ରଯୁଜ୍ୟ ହେବ ତେବେ ଭାରତ ସରକାର ବିଦେଶରେ ପ୍ରସ୍ତୁତ ଏବଂ ବ୍ୟବହାରଯୋଗ୍ୟ ଟିକା ଆମଦାନୀ ପାଇଁ ଦେଉଥିବା ଅନୁମତି କ୍ଷେତ୍ରରେ ସେଭଳି ସମସ୍ତ ଟିକା ଭାରତ ସରକାରଙ୍କ ବ୍ୟତୀତ ଅନ୍ୟ ଚାନେଲରେ ହିଁ ଉପଯୋଗ କରାଯିବ
  6. ଭାରତ ସରକାର ତାଙ୍କ ଭାଗରୁ ଟିକାକୁ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସେମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ସ୍ଥିତିକୁ (କେତେ ସଂଖ୍ୟକ ସକ୍ରିୟ ସଂକ୍ରମିତ ଅଛନ୍ତି) ଏବଂ ସେମାନଙ୍କର କାର୍ଯ୍ୟଦକ୍ଷତା (ଟିକାକରଣର କ୍ଷିପ୍ରତା) ଆଧାରରେ ତାହା ଆବଣ୍ଟନ କରିବେ ଏହି ବର୍ଗରେ ଟିକା ନଷ୍ଟକୁ ଗୁରୁତ୍ୱର ସହ ବିଚାର କରାଯିବ ଏବଂ ତାହା ଆବଣ୍ଟନ ପ୍ରକ୍ରିୟାକୁ ନକାରାତ୍ମକ ଭାବେ ପ୍ରଭାବିତ କରିବ ଉପର ବର୍ଣ୍ଣିତ ନୀତି ଆଧାରରେ, ରାଜ୍ୟୱାରୀ କୋଟା ନିର୍ଦ୍ଧାରଣ କରାଯିବ ଏବଂ ରାଜ୍ୟମାନଙ୍କୁ ସଂପର୍କରେ ଆଗୁଆ ସୂଚନା ପ୍ରଦାନ କରାଯିବ
  7. ବର୍ତ୍ତମାନର ସମସ୍ତ ଅଗ୍ରାଧିକାର ଗୋଷ୍ଠୀ ଯଥା, ସ୍ୱାସ୍ଥ୍ୟ କର୍ମୀ, ଛାମୁଆ ଯୋଦ୍ଧା ୪୫ ବର୍ଷରୁ ଅଧିକ ବୟସର ବର୍ଗଙ୍କ ପାଇଁ ଦ୍ୱିତୀୟ ଡୋଜ୍‍ , ଯେଉଁଠାରେ ତାହା ସେମାନଙ୍କୁ ପ୍ରଦାନ କରାଯିବା ଆବଶ୍ୟକ ହେଉଥିବ, ତାହା ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଯିବ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ତଥା ନିର୍ଦ୍ଧାରିତ ରଣନୀତି ସମସ୍ତ ହିତଧାରକମାନଙ୍କୁ ସୂଚୀତ କରାଯିବ
  8. ଏହି ନୀତି ୨୦୨୧ ମସିହା ମେ ତାରିଖ ଠାରୁ କାର୍ଯ୍ୟକାରୀ କରାଯିବ ଏବଂ ସମୟାନ୍ତରେ ଏହାର ସମୀକ୍ଷା କରାଯିବ

*****

ss

 



(Release ID: 1712811) Visitor Counter : 328