ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ମୋଟ କୋଭିଡ ଟିକାକରଣ ୧୧.୪୪ କୋଟିକୁ ଅତିକ୍ରମ କରିଛି

ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି

ନୂଆ କରେନା ମାମଲାରୁ ୮୧% ଆସିଛି ୧୦ ରାଜ୍ୟରୁ

ଭାରତର ମୋଟ ସକ୍ରିୟ କରୋନା ମାମଲାର ୬୭.୧୬% ଅଛି ପାଞ୍ଚ ରାଜ୍ୟରେ

Posted On: 15 APR 2021 12:33PM by PIB Bhubaneshwar

ଦେଶରେ କୋଭିଡ-୧୯ ଟିକାକରଣ ଆଜି ୧୧.୪୪ କୋଟିକୁ ଅତିକ୍ରମ କରିଯାଇଛି । ୨୦୨୧ ଏପ୍ରିଲ ୧୧ରୁ ୧୪ ତାରିଖ ଚାରି ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ଟିକା ଉତ୍ସବରେ ଦେଶବ୍ୟାପୀ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଟିକାକରଣକୁ ପ୍ରୋତ୍ସାହିତ କରିଛି । ଟିକା ଉତ୍ସବ ଅବସରରେ ବିଭିନ୍ନ ବର୍ଗର ଯୋଗ୍ୟ ହିତାଧିକାରୀଙ୍କ ଟିକାକରଣ ହୋଇଥିବା ବେଳେ ମୋଟ ଟିକାକରଣରେ ୧,୨୮,୯୮,୩୧୪ ବୃଦ୍ଧି ହୋଇଥିଲା ।

ଆଜି ସକାଳ ୭ଟା ସୁଦ୍ଧା ମୋଟ ୧୬,୯୮,୧୩୮ ସେସନରେ ୧୧,୪୪,୯୩,୨୩୮ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି; ୯୦,୬୪,୫୨୭ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୬,୦୪,୧୯୭ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୦୨,୧୩,୫୬୩ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୦,୬୪,୮୬୨ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୩୪,୭୧,୦୩୧ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨୭,୪୭,୦୧୯ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୩,୭୪,୩୦,୦୭୮ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୮,୯୭,୯୬୧ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

HCWs

FLWs

Age Group 45-60 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

90,64,527

56,04,197

1,02,13,563

50,64,862

3,74,30,078

8,97,961

4,34,71,031

27,47,019

11,44,93,238


ଦେଶରେ ହୋଇଥିବା ମୋଟ ଟିକାକରଣରୁ ୫୯.୭୬% ଡୋଜ୍ ଟିକା ଆଠଟି ରାଜ୍ୟରେ ଦିଆଯାଇଛି ।

https://static.pib.gov.in/WriteReadData/userfiles/image/image001GN9S.jpg

ଆଠଟି ରାଜ୍ୟରେ ଦିଆଯାଇଥିବା ଟିକାର ବିବରଣୀ ନିମ୍ନରେ ଗ୍ରାଫରେ ଦିଆଯାଇଛି ।

https://static.pib.gov.in/WriteReadData/userfiles/image/image002P7GO.jpg

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୮୯ତମ ଦିବସ (୧୪ ଏପ୍ରିଲ ୨୦୨୧)ରେ ୩୩,୧୩,୮୪୮ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୪୪,୮୬୪ ସେସନରେ ୨୮,୭୭,୪୭୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୪,୩୬,୩୭୫ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

Date: 14th April,2021 (Day-89)

HCWs

FLWs

45 to <60 years

Over 60 years

Total Achievement

1stDose

2ndDose

1stDose

2nd Dose

1stDose

2nd Dose

1stDose

2nd Dose

1stDose

2ndDose

15,841

23,125

77,321

54,089

17,79,634

79,626

10,04,677

2,79,535

28,77,473

4,36,375

ଭାରତରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଇଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୦୦,୭୩୯ ନୂଆ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ, କେରଳ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ୧୦ ରାଜ୍ୟରେ ନୂଆ କୋଭିଡ ନୂଆ ମାମଲା ବୃଦ୍ଧି ପାଇବାରେ ଲାଗିଛି । ନୂଆ ମାମଲା ମଧ୍ୟରୁ ୮୦.୭୬% ଚିହ୍ନଟ ହୋଇଛି ୧୦ ରାଜ୍ୟରେ ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୮,୯୫୨ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୨୦,୪୩୯ ଏବଂ ଦିଲ୍ଲୀରେ ୧୭,୨୮୨ ନୂଆ ମାମଲା ଚିହ୍ନଟ ହୋଇଛି ।

https://static.pib.gov.in/WriteReadData/userfiles/image/image003F3BI.jpg

ଦୈନିକ ନୂଆ ମାମଲା ୧୬ଟି ନୂଆ ରାଜ୍ୟରେ ଉପରମୁହାଁ ଥିବା ନିମ୍ନ ଗ୍ରାଫରେ ସୂଚିତ ହୋଇଛି ।

https://static.pib.gov.in/WriteReadData/userfiles/image/image0041S1X.jpg

https://static.pib.gov.in/WriteReadData/userfiles/image/image0055TW8.jpg

https://static.pib.gov.in/WriteReadData/userfiles/image/image006KUDC.jpg

https://static.pib.gov.in/WriteReadData/userfiles/image/image007DNRE.jpg

ଭାରତରେ ମୋଟ ସକ୍ରିୟ କରୋନା ମାମଲା ଏବେ ୧୪,୭୧,୮୭୭ ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୦.୪୬% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସକ୍ରିୟ ମାମଲାରେ ସିଧାସଳଖ ୧,୦୬,୧୭୩ ବୃଦ୍ଧି ଘଟିଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଞ୍ଚ ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୬୭.୧୬% ମାମଲା ରହିଛି । କେବଳ ମହାରାଷ୍ଟ୍ରରେ ଦେଶର ମୋଟ ସକ୍ରିୟ ମାମଲାର ୪୩.୫୪% ମାମଲା ରହିଛି ।

https://static.pib.gov.in/WriteReadData/userfiles/image/image008O51I.jpg

ଭାରତରେ ଏ ପର୍ଯ୍ୟନ୍ତ କରୋନାରୁ ମୋଟ ୧,୨୪,୨୯,୫୬୪ ଜଣ ସୁସ୍ଥ ହୋଇଛି । ଜାତୀୟ ସୁସ୍ଥତା ହାର ରହିଛି ୮୮.୩୧% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସୁସ୍ଥ ହୋଇଛନ୍ତି ୯୩,୫୨୮ ଜଣ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୦୩୮ ଜଣଙ୍କ ମୃତୁ୍ୟ ହୋଇଛି । ନୂଆ ମୃତୁ୍ୟ ମଧ୍ୟରୁ ୮୨.୨୭% ମୃତୁ୍ୟ ହୋଇଛି ୧୦ ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୨୭୮ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଛତିଶଗଡ଼ରେ ୧୨୦ ଜଣଙ୍କ ମୃତୁ୍ୟ ହୋଇଛି ।

https://static.pib.gov.in/WriteReadData/userfiles/image/image009XBH7.jpg

ନଅଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ କୌଣସି ମୃତୁ୍ୟ ହୋଇନାହିଁ । ଏସବୁ ହେଲା, ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ମେଘାଳୟ, ସିକିମ, ନାଗାଲାଣ୍ଡ, ମିଜୋରାମ, ମଣିପୁର, ଲାକ୍ଷାଦ୍ୱୀପ ଏବଂ ଅରୁଣାଚଳ ପ୍ରଦେଶ ।

 

SR



(Release ID: 1712004) Visitor Counter : 210