ଅର୍ଥ ମନ୍ତ୍ରଣାଳୟ

୨୦୨୦-୨୧ ଆର୍ଥିକ ବର୍ଷର ପ୍ରତ୍ୟକ୍ଷ କର ସଂଗ୍ରହରେ ପ୍ରାୟ ୫ଶତାଂଶ ବୃଦ୍ଧି

ନିଟ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ସଂଶୋଧିତ ଆକଳନର ୧୦୪.୪୬ଶତାଂଶ:

୨୦୨୦-୨୧ଆର୍ଥିକ ବର୍ଷର ୯.୦୫ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ କରିବାକୁ ସଂଶୋଧିତ ଆକଳନରେ ଲକ୍ଷ୍ୟ ରଖାଯାଇଥିଲା

୨୦୨୦-୨୧ ଆର୍ଥିକ ବର୍ଷରେ ହୋଇଥିବା ଅଗ୍ରୀମ ଟିକସ ସଂଗ୍ରହ ପରିମାଣ ୪.୯୫ଲକ୍ଷ କୋଟି ଟଙ୍କା: ଏ କ୍ଷେତ୍ରରେ ୬.୭ଶତାଂଶ ଅଭିବୃଦ୍ଧି ହାର ହାସଲ

କରୋନା ମହାମାରୀ ଗୁରୁତର ପ୍ରଭାବ ସତ୍ୱେ ୨୦୨୦-୨୧ ଆର୍ଥିକ ବର୍ଷରେ ନିଟ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ଉନ୍ନତି ପରିଲକ୍ଷିତ

୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ କରଦାତାଙ୍କୁ ୨.୬୧ଲକ୍ଷ କୋଟି ଟଙ୍କାର ଅର୍ଥ ରିଫଣ୍ଡ କରାଯାଇଛି

Posted On: 09 APR 2021 12:22PM by PIB Bhubaneshwar

୨୦୨୦-୨୧ ଆର୍ଥିକ ବର୍ଷର ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ଯେଉଁ ଅସ୍ଥାୟୀ ବା ପ୍ରୋଭିଜିନାଲ ତଥ୍ୟ ମିଳିଛି ତଦନୁସାରେ ଏହି ବର୍ଷ ମୋଟ  ୯.୪୫ଲକ୍ଷ କୋଟି ଟଙ୍କାର ନିରୋଳା ବା ନିଟ୍ ଟିକସ ଆଦାୟ ହୋଇଛି । ଏଥିରେ ୪.୫୭ ଲକ୍ଷ କୋଟି ଟଙ୍କାର କମ୍ପାନୀ ଟିକସ ଏବଂ ବ୍ୟକ୍ତିଗତ ଆୟକର ତଥା ସିକ୍ୟୁରିଟି ଟ୍ରାନ୍‌ଜାକସନ ବାବଦରେ ୪.୮୮ଲକ୍ଷ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଯେଉଁ ନିଟ୍ ପ୍ରତ୍ୟକ୍ଷ ଟିକସ ସଂଗୃହୀତ ହୋଇଛି ତାହା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ହୋଇଥିବା ୯.୫ଲକ୍ଷ କୋଟି ଟଙ୍କାର ସଂଶୋଧିତ ଟିକସ ଆଦାୟ ଲକ୍ଷ୍ୟର ୧୦୪.୪୬ଶତାଂଶ । ପ୍ରତ୍ୟକ୍ଷ ଟିକସର ମୋଟ ସଂଗ୍ରହ ପରିମାଣ  ରିଫଣ୍ଡ ପ୍ରଦାନ ପୂର୍ବରୁ ୨୦୨୦-୨୧ରେ ହୋଇଛି ୧୨.୦୬ଲକ୍ଷ କୋଟି ଟଙ୍କା । ଏଥିରେ କର୍ପୋରେଟ ଟିକସ ପରିମାଣ ୬.୩୮ଲକ୍ଷ କୋଟି ଟଙ୍କା ବ୍ୟକ୍ତିଗତ ଆୟକର ଓ ସିକ୍ୟୁରିଟି ଟ୍ରାନ୍‌ଜାକସନ ଟିକସ ପରିମାଣ ୫.୭୫ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଅଗ୍ରୀମ ଟିକସ ବାବଦରେ ୪.୯୫ଲକ୍ଷ କୋଟି ଟଙ୍କା ରହିଛି ।

          ଟିଡିଏସ୍‌(କେନ୍ଦ୍ରୀୟ ଟିକସ ସହିତ)ବାବଦରେ ୫.୪୫କୋଟି ଟଙ୍କା ସଂଗୃହୀତ ହୋଇଥିଲାବେଳେ ସେଲ୍‌ଫ ଆସୋସମେଣ୍ଟ ଟିକସ ପରିମାଣ ୧.୦୭କୋଟି ଟଙ୍କା ରହିଛି । ଏହାଛଡା ନିୟମିତ ଆସୋସମେଣ୍ଟ ଟିକଟ ପରମାଣ ୪୨,୩୭୨କୋଟି ଓ ଲାଭାଂଶ ବଣ୍ଟନ ଟିକସ ତଥା ଅନ୍ୟାନ୍ୟ ଛୋଟମୋଟ ଟିକସ ବାବଦରେ ୧୩,୨୩୭କୋଟି ଟଙ୍କା ଆଦାୟ କରାଯାଇଛି ।

          ଏକ ଅତ୍ୟନ୍ତ ପ୍ରତିକୂଳବର୍ଷ ସତ୍ତ୍ଵେ ୨୦୨୦-୨୧ରେ ଅଗ୍ରୀମ ଟିକସ ଆଦାୟ ପରିମାଣ ୪.୯୫ଲକ୍ଷ କୋଟି ଟଙ୍କା ହୋଇଛି । ଏ କ୍ଷେତ୍ରରେ ଟିକସ ଆଦାୟର ଅଭିବୃଦ୍ଧି ତାପୂର୍ବବର୍ଷ ତୁଳନାରେ ୬.୭ଶତାଂଶ ହୋଇଛି । ପୂର୍ବ ବର୍ଷ ଏହି ଆଦାୟ ପରିମାଣ ଥିଲା ୪.୬୪ଲକ୍ଷ କୋଟି ଟଙ୍କା  ।

          ୨୦୨୦-୨୧ ଆର୍ଥିକ ବର୍ଷରେ ୨.୬୧ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଅର୍ଥ କରଦାତାଙ୍କୁ ଫେରସ୍ତ କରାଯାଇଛି । ୨୦୧୯-୨୦ରେ ଏହି ରିଫଣ୍ଡ ପରିମାଣ ଥିଲା ୧.୮୩ଲକ୍ଷ କୋଟି ଟଙ୍କା । ଏ କ୍ଷେତ୍ରରେ ରିଫଣ୍ଡ ପ୍ରଦାନ ପରିମାଣ ୪୨.୧ଶତାଂଶ ବଢୁଛି ।

          ଏହି ତଥ୍ୟାବଳୀ ଅସ୍ଥାୟୀ: କାରଣ ଟିକସ ସଂଗ୍ରହ ସଂକ୍ରାନ୍ତ ଚୂଡାନ୍ତ ହିସାବ ପ୍ରସ୍ତୁତି କାର୍ଯ୍ୟ ଚାଲିଛି ।

 

******

TKM



(Release ID: 1710801) Visitor Counter : 231