ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏଡିନବର୍ଗର ଡ୍ୟୁକ ରାଜକୁମାର ଫିଲିପଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 09 APR 2021 5:26PM by PIB Bhubaneswar

ଏଡିନବର୍ଗର ଡ୍ୟୁକ ଏଚଆରଏଚ ରାଜକୁମାର ଫିଲିପଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ନାଗରିକ ତଥା ରାଜ ପରିବାର ପ୍ରତି ନିଜର ସମବେଦନା ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ଏଡିନବର୍ଗର ଡ୍ୟୁକ ଏଚଆରଏଚ ରାଜକୁମାର ଫିଲିପଙ୍କ ବିୟୋଗରେ ବ୍ରିଟେନ ନାଗରିକ ତଥା ରାଜ ପରିବାର ପ୍ରତି ମୋର ସମବେଦନା ରହିଛି । ସାମରିକ କ୍ଷେତ୍ରରେ ତାଙ୍କର ଏକ ବିଶିଷ୍ଟ କ୍ୟାରିୟର ଥିଲା ଏବଂ ଅନେକ ଗୋଷ୍ଠୀ ଭିତ୍ତିକ ସେବା କାର୍ଯ୍ୟରେ ସେ ଆଗରେ ଥିଲେ । ତାଙ୍କ ଆତ୍ମାର ସଦଗତି କାମନା କରୁଛି”

 

**********

TRP/


(रिलीज़ आईडी: 1710775) आगंतुक पटल : 206
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam