ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏଡିନବର୍ଗର ଡ୍ୟୁକ ରାଜକୁମାର ଫିଲିପଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 09 APR 2021 5:26PM by PIB Bhubaneshwar

ଏଡିନବର୍ଗର ଡ୍ୟୁକ ଏଚଆରଏଚ ରାଜକୁମାର ଫିଲିପଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ନାଗରିକ ତଥା ରାଜ ପରିବାର ପ୍ରତି ନିଜର ସମବେଦନା ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ଏଡିନବର୍ଗର ଡ୍ୟୁକ ଏଚଆରଏଚ ରାଜକୁମାର ଫିଲିପଙ୍କ ବିୟୋଗରେ ବ୍ରିଟେନ ନାଗରିକ ତଥା ରାଜ ପରିବାର ପ୍ରତି ମୋର ସମବେଦନା ରହିଛି । ସାମରିକ କ୍ଷେତ୍ରରେ ତାଙ୍କର ଏକ ବିଶିଷ୍ଟ କ୍ୟାରିୟର ଥିଲା ଏବଂ ଅନେକ ଗୋଷ୍ଠୀ ଭିତ୍ତିକ ସେବା କାର୍ଯ୍ୟରେ ସେ ଆଗରେ ଥିଲେ । ତାଙ୍କ ଆତ୍ମାର ସଦଗତି କାମନା କରୁଛି”

 

**********

TRP/



(Release ID: 1710775) Visitor Counter : 148