ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ଵ ସ୍ୱାସ୍ଥ୍ୟ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

Posted On: 07 APR 2021 9:51AM by PIB Bhubaneshwar

ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା :

ସୁଲଭ ମୂଲ୍ୟରେ ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଆୟୁଷ୍ମାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ଜନଔଷଧୀ ଯୋଜନା ଭଳି ଅନେକ ପଦକ୍ଷେପ ନେଉଛନ୍ତି କୋଭିଡ-19 ବିରୋଧରେ ଲଢେଇକୁ ସୁଦୃଢ କରିବା ପାଇଁ ଭାରତ ବିଶ୍ଵର ସର୍ବ ବୃହତ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛି

ବିଶ୍ଵ ସ୍ୱାସ୍ଥ୍ୟ ଦିବସରେ, ଆସନ୍ତୁ ଆମେ ମାସ୍କ ପିନ୍ଧିବା, ନିୟମିତ ଭାବେ ହାତ ଧୋଇବା ଏବଂ ଅନ୍ୟ ନିୟମଗୁଡିକ ଅନୁସରଣ କରିବା ସହିତ ସମସ୍ତ ସମ୍ଭାବ୍ୟ ସତର୍କତା ଅବଲମ୍ବନ କରି କୋଭିଡ-19 ବିରୋଧୀ ଲଢେଇ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା

ଏହା ସହିତ, ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ ନିଜକୁ ଫିଟ୍ ରଖିବା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ  ନେବା ଲାଗି କାର୍ଯ୍ୟ କରିବା

ଯେଉଁମାନେ ଆମ ପୃଥିବୀକୁ ସୁସ୍ଥ ରଖିବା ପାଇଁ ଦିନରାତି କାମ କରନ୍ତି ସେମାନଙ୍କ ପ୍ରତି ଆମର କୃତଜ୍ଞତାକୁ ସୁନିଶ୍ଚିତ କରିବାର ଦିନ ହେଉଛି ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଏହା ମଧ୍ୟ ସ୍ୱାସ୍ଥ୍ୟ ସେବାରେ ଗବେଷଣା ଏବଂ ନବୋନ୍ମେଷକୁ ପ୍ରୋତ୍ସାହନ ପ୍ରଦାନ କରିବା ଲାଗି ଆମ ପ୍ରତିବଦ୍ଧତାକୁ ଦୋହରାଇବାର ଦିନ

 


**********

TRP/

 



(Release ID: 1710022) Visitor Counter : 225