ଅର୍ଥ ମନ୍ତ୍ରଣାଳୟ

ମାର୍ଚ୍ଚ 2021ରେ ଜିଏସ୍‌ଟି ରାଜସ୍ୱ ସଂଗ୍ରହରେ ରେକର୍ଡ

ସକଳ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ପରିମାଣ 1.23,902 କୋଟି ଟଙ୍କାରେ ପହଞ୍ଚିଲା

ଓଡ଼ିଶାରେ ଜିଏସଟି ସଂଗ୍ରହ 25% ବଢ଼ିଲା

Posted On: 01 APR 2021 2:01PM by PIB Bhubaneshwar

ମାର୍ଚ୍ଚ 2021ରେ ରେକର୍ଡ ପରିମାଣର ଜିଏସ୍ଟି ରାଜସ୍ୱ ଆଦାୟ ହୋଇଛି। ଚଳିତ ମାସ 1.23,902 କୋଟି ଟଙ୍କାର ସକଳ ଜିଏସ୍ଟି ରାଜସ୍ୱ ସଂଗ୍ରହ କରାଯାଇଛି ଏଥିରେ ସିଜିଏସଟି 22,973 କୋଟି ଟଙ୍କା, ଏସ୍ଜିଏସ୍ଟି 22,329 କୋଟି ଟଙ୍କା, ଆଇଜିଏସ୍ଟି 62,842 କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗ୍ରହ କରାଯାଇଥିବା 31,097 କୋଟି ଟଙ୍କାର ଅର୍ଥ ରାଶି ସମେତ), 8,757 କୋଟି ଟଙ୍କାର ଉପକର (ସେସ୍) ଅର୍ଥ (ସାମଗ୍ରୀ ଆମଦାନୀ ଉପରେ ସଂଗ୍ରହ କରାଯାଇଥିବା 935 କୋଟି ଟଙ୍କା ଅର୍ଥ ରାଶି ସମେତ) ସାମିଲ ରହିଛି

ଅନରୂପ ଭାବେ ମାର୍ଚ୍ଚ 2021ରେ ଓଡ଼ିଶାରେ ଜିଏସ୍ଟି ରାଜସ୍ୱ ସଂଗ୍ରହ ପରିମାଣ 25% ବୃଦ୍ଧି ପାଇ 3285.29 କୋଟି ଟଙ୍କାରେ ପହଞ୍ଚିଛି ମାର୍ଚ୍ଚ 2020ରେ ଏହା 2632.88 କୋଟି ଟଙ୍କା ଥିଲା।

ସରକାର ନିୟମିତ ପରିଶୋଧ (ସେଟଲମେଣ୍ଟ) ଆକାରରେ ସିଜିଏସ୍ଟିରୁ 21,879 କୋଟି ଟଙ୍କା ଏବଂ ଆଇଜିଏସ୍ଟିରୁ ଏସ୍ଜିଏସ୍ଟି ଆକାରରେ 17,230 କୋଟି ଟଙ୍କା ପରିଶୋଧ କରିଛନ୍ତି ଏହାବ୍ୟତୀତ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶଗୁଡିକ ମଧ୍ୟରେ 50:50 ହାରରେ ଆଇଜିଏସ୍ଟି ପରିଶୋଧ ଆକାରରେ କେନ୍ଦ୍ର ସରକାର 28,000 କୋଟି ଟଙ୍କା ପ୍ରଦାନ କରିଛନ୍ତି ମାର୍ଚ୍ଚ 2021ରେ ନିୟମିତ ପରିଶୋଧ ପରେ କେନ୍ଦ୍ର ରାଜ୍ୟ ସରକାରଙ୍କ ଦ୍ୱାରା ସଂଗୃହୀତ ମୋଟ ରାଜସ୍ୱ ପରିମାଣ- ସିଜିଏସ୍ଟି 58,852 କୋଟି ଟଙ୍କା ଏବଂ ଏସ୍ଜିଏସ୍ଟି  60,559 କୋଟି ଟଙ୍କା ରହିଛି କେନ୍ଦ୍ର ସରକାର ମାର୍ଚ୍ଚ 2021ରେ 30,000 କୋଟି ଟଙ୍କାର କ୍ଷତିପୂରଣ ଜାରି କରିଛନ୍ତି

ଜିଏସ୍ଟି ଲାଗୁ ହେବା ପରଠାରୁ ମାର୍ଚ୍ଚ 2021ରେ ସର୍ବାଧିକ ପରିମାଣର ଜିଏସ୍ଟି ରାଜସ୍ୱ ସଂଗୃହୀତ ହୋଇଛି ମାର୍ଚ୍ଚ 2021ରେ ଜିଏସ୍ଟି ରାଜସ୍ୱ ସଂଗ୍ରହ ପୂର୍ବ ବର୍ଷର ଏହି ମାସ ତୁଳନାରେ 27 ପ୍ରତିଶତ ଅଧିକ ରହିଛି ବିଗତ ବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ମାସ ସାମଗ୍ରୀ ଆମଦାନୀ ଉପରେ ମିଳୁଥିବା ରାଜସ୍ୱ ପରିମାଣ 70 ପ୍ରତିଣତ ଅଧିକ ରହିଛି ସେହିପରି ଘରୋଇ କାରବାର (ସେବା ଆମଦାନୀ ସମେତ)ରୁ ପ୍ରାପ୍ତ ରାଜସ୍ୱ 17 ପ୍ରତିଶତରୁ ଅଧିକ ରହିଛି ଚଳିତ ଆର୍ଥିକ ବର୍ଷର ପ୍ରଥମ, ଦ୍ୱିତୀୟ, ତୃତୀୟ ଚତୁର୍ଥ ତ୍ରୈମାସରେ ଜିଏସ୍ଟି ରାଜସ୍ୱ ସଂଗ୍ରହ ପୂର୍ବ ବର୍ଷର ଏହି ଅବଧି ତୁଳନାରେ ଯଥାକ୍ରମେ (-) 41%, (-)8%, 8% ଏବଂ 14 % ବୃଦ୍ଧି ପରିଲକ୍ଷିତ ହେଉଛି ଏହା ସ୍ପଷ୍ଟ ଭାବେ ଜିଏସ୍ଟି ରାଜସ୍ୱ ସଂଗ୍ରହ ଏବଂ ସାମଗ୍ରୀକ ଭାବେ ଅର୍ଥବ୍ୟବସ୍ଥାରେ ସୁଧାର ସଙ୍କେତ ଦେଉଛି

ବିଗତ 6 ମାସ ଧରି ଜିଏସ୍ଟି ରାଜସ୍ୱ ସଂଗ୍ରହ ପରିମାଣ 1 ଲକ୍ଷ କୋଟି ଟଙ୍କାକୁ ଟପି ଏବଂ ଏଥିରେ କ୍ରମାଗତ ଭାବେ ବୃଦ୍ଧି ପରିଲକ୍ଷିତ ହେବା ମହାମାରୀ ପରେ ଆର୍ଥିକ ସୁଧାର ସମ୍ପର୍କରେ ସ୍ପଷ୍ଟ ସଙ୍କେତ ଦେଉଛି ଏହାଛଡା ନକଲି ବିଲିଂ ଉପରେ ସତର୍କ ଦୃଷ୍ଟି ଦେବା, ଜିଏସ୍ଟି, ଆୟକର, ସୀମାଶୁଳ୍କ ଆଇଟି ବ୍ୟବସ୍ଥା ବିଭିନ୍ନ ଉତ୍ସରୁ ତଥ୍ୟର ବିଶ୍ଳେଷଣ ଏବଂ ପ୍ରଭାବୀ ଟିକସ ପ୍ରଶାସନ ଯୋଗୁଁ ଜିଏସ୍ଟି ରାଜସ୍ୱ ସଂଗ୍ରହ ନିୟମିତ ଭାବେ ବୃଦ୍ଧି ପାଉଛି

ନିମ୍ନରେ ଦିଆଯାଇଥିବା ସାରଣୀରେ ଚଳିତ ବର୍ଷର ମାସିକ ସକଳ ଜିଏସଟି ରାଜସ୍ୱ ସଂଗ୍ରହର ଧାରା ଦର୍ଶାଯାଇଛି। ନିମ୍ନରେ ଦିଆଯାଇଥିବା ଅନ୍ୟ ଏକ ସାରଣୀରେ ମାର୍ଚ୍ଚ 2021 ତୁଳନାରେ ମାର୍ଚ୍ଚ 2020ରେ ରାଜ୍ୟଓ୍ବାରୀ ଜିଏସଟି ରାଜସ୍ୱ ସଂଗ୍ରହର ତଥ୍ୟ ଦିଆଯାଇଛି।

 

https://static.pib.gov.in/WriteReadData/userfiles/image/image001VN9O.png

 

ମାର୍ଚ୍ଚ 2021ରେ ରାଜ୍ୟଓ୍ବାରୀ ଜିଏସଟି ରାଜସ୍ୱ ସଂଗ୍ରହ ପରିମାଣ

 

ରାଜ୍ୟ

ମାର୍ଚ୍ଚ-20

ମାର୍ଚ୍ଚ-21

ବୃଦ୍ଧି

1

ଜମ୍ମୁ ଓ କଶ୍ମୀର

276.17

351.61

27%

2

ହିମାଚଳ ପ୍ରଦେଶ

595.89

686.88

15%

3

ପଞ୍ଜାବ

1,180.81

1,361.85

15%

4

ଚଣ୍ଡିଗଡ଼

153.26

165.27

8%

5

ଉତ୍ତରାଖଣ୍ଡ

1,194.74

1,303.57

9%

6

ହରିୟାଣା

4,874.29

5,709.60

17%

7

ଦିଲ୍ଲୀ

3,272.99

3,925.97

20%

8

ରାଜସ୍ଥାନ

2,820.44

3,351.79

19%

9

ଉତ୍ତର ପ୍ରଦେଶ

5,293.72

6,265.01

18%

10

ବିହାର

1,055.94

1,195.75

13%

11

ସିକ୍କିମ

189.33

213.66

13%

12

ଅରୁଣାଚଳ ପ୍ରଦେଶ

66.71

92.03

38%

13

ନାଗାଲାଣ୍ଡ

38.75

45.48

17%

14

ମଣିପୁର

35.89

50.36

40%

15

ମିଜୋରାମ

33.19

34.93

5%

16

ତ୍ରିପୁରା

67.1

87.9

31%

17

ମେଘାଳୟ

132.72

151.97

15%

18

ଆସାମ

931.72

1,004.65

8%

19

ପଶ୍ଚିମବଙ୍ଗ

3,582.26

4,386.79

22%

20

ଝାଡ଼ଖଣ୍ଡ

2,049.43

2,416.13

18%

21

ଓଡ଼ିଶା

2,632.88

3,285.29

25%

22

ଛତିଶଗଡ଼

2,093.17

2,544.13

22%

23

ମଧ୍ୟପ୍ରଦେଶ

2,407.40

2,728.49

13%

24

ଗୁଜରାଟ

6,820.46

8,197.04

20%

25

ଡାମନ ଓ ଡିଉ

94.91

3.29

-97%

26

ଦାଦ୍ରା ଓ ନଗର ହାଭେଳୀ

168.89

288.49

71%

27

ମହାରାଷ୍ଟ୍ର

15,002.11

17,038.49

14%

29

କର୍ଣ୍ଣାଟକ

7,144.30

7,914.98

11%

30

ଗୋଆ

316.47

344.28

9%

31

ଲାକ୍ଷାଦୀପ

1.34

1.54

15%

32

କେରଳ

1,475.25

1,827.94

24%

33

ତାମିଲନାଡ଼ୁ

6,177.82

7,579.18

23%

34

ପୁଡୁଚେରୀ

149.32

161.04

8%

35

ଆଣ୍ଡାମାନ ଓ ନିକୋବାର

38.58

25.66

-33%

36

ତେଲଙ୍ଗାନା

3,562.56

4,166.42

17%

37

ଆନ୍ଧ୍ରପ୍ରଦେଶ

2,548.13

2,685.09

5%

38

ଲଦାଖ

0.84

13.67

1527%

97

ଅନ୍ୟାନ୍ୟ ଅଞ୍ଚଳ

132.49

122.39

-8%

99

କେନ୍ଦ୍ର ଅଧୀନ ଅଞ୍ଚଳ

81.48

141.12

73%

 

ସର୍ବମୋଟ୍

78693.75

91869.7

17%

 

 

********

P.S.



(Release ID: 1709114) Visitor Counter : 282