ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜରାଟ, କେରଳ, ତାମିଲନାଡ଼ୁ ଏବଂ ଛତିଶଗଡ଼ରେ ଦୈନିକ କରୋନା ମାମଲା ବୃଦ୍ଧି ଘଟୁଛି

ଦେଶବ୍ୟାପୀ ଟିକାକରଣ ୬ କୋଟିକୁ ଅତିକ୍ରମ କରିଛି

Posted On: 29 MAR 2021 11:17AM by PIB Bhubaneshwar

ଆଠଟି ରାଜ୍ୟ; ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜରାଟ, କେରଳ, ତାମିଲନାଡ଼ୁ ଏବଂ ଛତିଶଗଡ଼ରେ ଦୈନିକ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ମୋଟ ଦୈନିକ କରୋନା ମାମଲାରୁ ୮୪.୫% ଆସିଛି ଏସବୁ ଆଠ ରାଜ୍ୟରୁ ।

ଗତ ୨୪ ଘଣ୍ଟା ମଧ୍ୟରେ ୬୮,୦୨୦ ନୂଆ କରୋନା ମାମଲା ଦେଶରେ ଆସିଛି ।

ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ୪୦,୪୧୪ଟି କରୋନା ମାମଲା ଆସିଛି । ଏହା ପଛକୁ କର୍ଣ୍ଣାଟକରେ ୩୦୮୨ ଏବଂ ପଞ୍ଜାବରେ ୨୮୭୦ ମାମଲା ଆସିଛି ।

ଦଶଟି ରାଜ୍ୟରେ ଦୈନିକ କରୋନା ମାମଲା ଉପରମୁହାଁ ରହିଥିବା ଗ୍ରାଫରେ ସୂଚନା ଦିଆଯାଇଛି ।

ଭାରତରେ ମୋଟ ସକ୍ରିୟ କରୋନା ମାମଲା ଆଜି ରହିଛି ୫,୨୧,୮୦୮ । ଭାରତର ମୋଟ ପଜିଟିଭ୍ ମାମଲାର ୪.୩୩% ରହିଛି ସକ୍ରିୟ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୩୫,୪୯୮ ବୃଦ୍ଧି ହୋଇଛି ।

ପାଞ୍ଚଟି ରାଜ୍ୟ; ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ ଏବଂ ଛତିଶଗଡ଼ରେ ଦେଶର ମୋଟ ସକ୍ରିୟ କରୋନା ମାମଲାର ୮୦.୧୭% ମାମଲା ରହିଛି ।

୧୭ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ଥିବା କରୋନା ମାମଲା ଜାତୀୟ ହାରାହାରି (୮,୭୨୪) ଠାରୁ କମ୍ ।

୧୯ଟି ରାଜ୍ୟରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ଥିବା କରୋନା ମାମଲା ଜାତୀୟ ହାରାହାରିଠାରୁ ଅଧିକ ରହିଛି

ଅପରପକ୍ଷରେ ଭାରତରେ ମୋଟ ଟିକାକରଣ ୬ କୋଟିକୁ ଅତିକ୍ରମ କରିଛି ।

ଆଜି ସକାଳ ୭ଟା ସୁଦ୍ଧା ୯,୯୨,୪୮୩ ସେସନରେ ୬.୦୫ କୋଟିରୁ ଅଧିକ (୬,୦୫,୩୦,୪୩୫) ଡୋଜ୍ ଟିକା ଦିଆସରିଛି । ଏହା ମଧ୍ୟରେ ରହିଛି୮୧,୫୬,୯୯୭ ଏଚସିଡବ୍ଲୁ (ପ୍ରଥମ ଡୋଜ୍‌), ୫୧,୭୮,୦୬୫ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍‌),୮୯,୧୨,୧୧୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍‌) ଏବଂ ୩୬,୯୨,୧୩୬ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍‌), ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଦୁରାରୋଗ୍ୟରେ ପୀଡ଼ିତ ୬୭,୩୧,୨୨୩ ଜଣ ହିତାଧିକାରୀ (ପ୍ରଥମ ଡୋଜ୍‌) ଏବଂ ୬୦ ବର୍ଷରୁ ଅଧିକ ବୟସର ୨,୭୮,୫୯,୯୦୧ ଜଣ ହିତାଧିକାରୀଙ୍କ ଟିକାକରଣ ।

ଦେଶରେ ହୋଇଥିବା ମୋଟ ଟିକାକରଣର ୬୦% ଦିଆଯାଇଛି ଆଠଟି ରାଜ୍ୟରେ ।

ଟିକାକରଣ ଅଭିଯାନର ୭୨ ତମ ଦିବସ (୧୮ ମାର୍ଚ୍ଚ ୨୦୨୧)ରେ ମୋଟ ୨,୬୦,୬୫୩ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୭୪୬୫ ସେସନରେ ୨,୧୮,୭୯୮ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୪୧,୮୫୫ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

ଆଜି ସୁଦ୍ଧା ଭାରତରେ ମୋଟ ୧,୧୩,୫୫,୯୯୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ରହିଛି ୯୪.୩୨% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨,୨୩୧ ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୭,୮୭୪ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୨୯୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

ଏହି ମୃତ୍ୟୁ ମଧ୍ୟରୁ ୮୧.୭୯% ହୋଇଛି ସାତଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୧୦୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପଞ୍ଜାବରେ ୬୯ ଜଣଙ୍କ ମୃତ୍ୟୁ ହୋଇଛି ।

୧୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ଜାତୀୟ ମୃତ୍ୟୁହାର (୧୧୭) ଠାରୁ କମ୍ ମୃତ୍ୟୁ ହୋଇଛି ।

ସେହିପରି ୧୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ଥିବା ଜାତୀୟ ମୃତ୍ୟୁହାର ଠାରୁ ଅଧିକ ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୫ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏସବୁ ରାଜ୍ୟ ହେଲା ଆସାମ, ଉତ୍ତରାଖଣ୍ଡ, ଓଡ଼ିଶା, ପୁଡୁଚେରୀ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ଲାକ୍ଷାଦ୍ୱୀପ, ମଣିପୁର, ତ୍ରିପୁରା, ସିକିମ, ମେଘାଳୟ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ।

 

*****

 

SR

 



(Release ID: 1708409) Visitor Counter : 228