ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କୁ କବରସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 27 MAR 2021 12:58PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିନରେ ତୁଙ୍ଗିପାରାସ୍ଥିତ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ କବରସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବଙ୍ଗବନ୍ଧୁଙ୍କ କବରସ୍ଥଳ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା କୌଣସି ବିଦେଶୀ ସରକାରୀ ମୁଖ୍ୟ ଅବା ରାଷ୍ଟ୍ର ମୁଖ୍ୟଙ୍କ ପ୍ରଥମ ଯାତ୍ରା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନଦ୍ର ମୋଦୀ ଏହି ଐତିହାସିକ ଅବସରକୁ ସ୍ମରଣ କରିବା ସହ ସେଠାରେ ଏକ ବକୁଳ ଚାରା ରୋପଣ କରିଥିଲେ । ଏହି ଅବସରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ତଥା ତାଙ୍କ ଭଉଣୀ ଶେଖ୍‍ ରେହାନା ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କବରସ୍ଥଳ ପରିସରରେ ଥିବା ପରିଦର୍ଶକ ପୁସ୍ତିକରେ ସ୍ୱାକ୍ଷର କରିଥିଲେ । ସେ ସେହି ପୁସ୍ତକରେ ଲେଖିଛନ୍ତି – “ ବଙ୍ଗବନ୍ଧୁଙ୍କ ଜୀବନ, ବାଂଲାଦେଶର ଲୋକମାନଙ୍କ ସ୍ୱତନ୍ତ୍ରତା ସଂଘର୍ଷ ତଥା ସେମାନଙ୍କର ଅଧିକାର, ସମାବେଶୀ ସଂସ୍କୃତି ଏବଂ ସେମାନଙ୍କର ପରିଚୟକୁ ସୁରକ୍ଷିତ ରଖିବାର ପ୍ରତୀକ ଅଟେ।”

 

****

SS

 


(ରିଲିଜ ଆଡି: 1708145) ପରିଦର୍ଶକ କାଉଣ୍ଟର : 371