ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଏପ୍ରିଲ୍‍ ୧ରୁ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ନାମଲେଖା ପାଇଁ ଅନ୍‍ଲାଇନ୍‍ ପଞ୍ଜିକରଣ ଆରମ୍ଭ

ପଞ୍ଜିକରଣ ପୋର୍ଟାଲ ଏପ୍ରିଲ୍‍ ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ

ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ପାଇଁ ଅନ୍‍ଲାଇନ୍‍ ପଞ୍ଜିକରଣ ହେବ

ପୋଷ୍ଟ କରାଯିବା ଦିନାଙ୍କ: 27 MAR 2021 4:01PM by PIB Bhubaneswar

୨୦୨୧-୨୦୨୨ ଶିକ୍ଷାବର୍ଷ ଲାଗି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାପାଇଁ ଏପ୍ରିଲ, ୨୦୨୧ରୁ ଅନ୍ଲାଇନ୍ପଞ୍ଜିକରଣ ଆରମ୍ଭ ହେବ ଏବଂ ଦ୍ୱିତୀୟ ଶ୍ରେଣୀ ଏବଂ ତଦୁର୍ଦ୍ଧ ପାଇଁ ୮ଏପ୍ରିଲ୍୨୦୨୧ରୁ ଅଫ୍ଲାଇନ୍ରେ ପଞ୍ଜିକରଣ ହେବ

ପ୍ରଥମ ଶ୍ରେଣୀ ପାଇଁ ଅନ୍ଲାଇନ୍ପଞ୍ଜିକରଣ ୧ଏପ୍ରିଲ୍୨୦୨୧ ସକାଳ ୧୦ଟାରୁ ଆରମ୍ଭ ହେବ ଏବଂ ୧୯ ଏପ୍ରିଲ ୨୦୨୧ ସଂଧ୍ୟା ୭ଟାରେ ବନ୍ଦ ହେବ ନାମଲେଖା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ୱେବସାଇଟ୍https://kvsonlineadmission.kvs.gov.in ଏବଂ ଆଣ୍ଡ୍ରଏଡ୍ମୋବାଇଲ୍ଆପ୍ରେ ମିଳିପାରିବ

୨୦୨୧-୨୨ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରେ ଅନ୍ଲାଇନ୍ରେ ନାମ ଲେଖାପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ଅଫିସିଆଲ ଆଣ୍ଡ୍ରଏଡ୍ମୋବାଇଲ୍ଆପ୍ରହିଛି ଏବଂ ଏହି ଆପ୍ଗୁଗୁଲ ପ୍ଲେ ଷ୍ଟୋର ସହିତ https://kvsonlineadmission.kvs.gov.in/apps   ରେ ଉପଲବ୍ଧ

୦୮.୦୪.୨୦୨୧ ସକାଳ ୮ଟାରୁ ୧୫.୦୪.୨୧ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅଫ୍ଲାଇନ୍ମୋଡ୍ରେ ଆସନ ଉପଲବ୍ଧତା ଆଧାରରେ ଦ୍ୱିତୀୟ ଶ୍ରେଣୀ ଏବଂ ତଦୁର୍ଦ୍ଧ ପାଇଁ  ପଞ୍ଜିକରଣ ଆମନ୍ତ୍ରିତ ହେବ

ଏକାଦଶ ଶ୍ରେଣୀ ପାଇଁ ପଞ୍ଜିକରଣ ସକାଶେ ୨୦୨୧-୨୦୨୨ ନାମଲେଖା ସୂଚୀ ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ ୱେବସାଇଟ୍ରୁ ଡାଉନଲୋଡ କରିପାରିବେ ଯାହା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (HQ) ୱେବସାଇଟ୍(https://kvsangathan.nic.in) ରେ ଉପଲବ୍ଧ

ସମସ୍ତ ଶ୍ରେଣୀ ପାଇଁ ବୟସ ହିସାବ ୩୧.୦୩.୨୦୨୧ ରେ ହେବ https://kvsangathan.nic.in ୱେବସାଇଟ୍ରେ ଉପଲବ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମାଗଁଦର୍ଶିକା ଅନୁଯାୟୀ ଆସନ ସଂରକ୍ଷଣ ହେବ

ବର୍ତ୍ତମାନ କୋଭିଡ-୧୯ ସ୍ଥିତିରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ସମସ୍ତ ଅଭିଭାବକଙ୍କୁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ (କେନ୍ଦ୍ର/ରାଜ୍ୟ/ସ୍ଥାନୀୟ) ଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁସରଣ ପାଇଁ ନିବେଦନ କରାଯାଇଛି

ସମ୍ପ୍ରତି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ୧୨୪୭ଟି କେନ୍ଦ୍ରୀୟ ବିଦ୍ୟାଳୟ ସମୂହକୁ ନେଇ କାର୍ଯ୍ୟ କରୁଛି

*****


HS

 

 


(ରିଲିଜ ଆଡି: 1708117) ପରିଦର୍ଶକ କାଉଣ୍ଟର : 315
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Bengali , Punjabi , Tamil , Telugu