ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ୫.୫ କୋଟି ଡୋଜ୍ ଟିକା ଦିଆସରିଛି

ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି

ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଗୁଜରାଟରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଛି

Posted On: 26 MAR 2021 11:35AM by PIB Bhubaneshwar

୨୬ ମାର୍ଚ୍ଚ ୨୦୨୧, ଦିଲ୍ଲୀ ଆଜି ସକାଳ ୭ଟା ମଧ୍ୟରେ ଦେଶବ୍ୟାପୀ ୯,୦୧,୮୮୭ ସେସନରେ ମୋଟ ୫.୫ କୋଟି (୫,୫୫,୦୪,୪୪୦)ରୁ ଅଧିକ ଡୋଜ୍ ଟିକା ଦିଆଯାଇଥିବା ବେଳେ ଟିକାକରଣ ଅଭିଯାନ ଅଧିକ ଗତିଶୀଳ ହୋଇଛି । ଏହା ମଧ୍ୟରେ ରହିଛି, ୮୦,୩୪,୫୪୭ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୫୧,୦୪,୩୯୮ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୮୫,୯୯,୯୮୧ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୩୩,୯୮,୫୭୦ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ପୀଡ଼ିତ ୫୫,୯୯,୭୭୨ ଜଣ ହିତାଧିକାରୀ ଏବଂ ୬୦ ବର୍ଷରୁ ଅଧିକ ବୟସର ୨,୪୭,୬୭,୧୭୨ ଜଣ ହିତାଧିକାରୀଙ୍କ ଟିକାକରଣ ।

 

HCWs

FLWs

45 to <60 years with Co-morbidities

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

1st Dose

80,34,547

51,04,398

85,99,981

33,98,570

55,99,772

2,47,67,172

5,55,04,440

ଟିକାକରଣ ଅଭିଯାନର ୬୯ତମ ଦିବସ (୨୫ ମାର୍ଚ୍ଚ ୨୦୨୧)ରେ ୨୩ ଲକ୍ଷ (୨୩,୫୮,୭୩୧)ରୁ ଅଧିକ ଟିକା ଦିଆଯାଇଛି । ଏହା ମଧ୍ୟରେ ଅଛି ୪୦,୫୯୫ ସେସନରେ ୨୧,୫୪,୯୩୪ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨,୦୩,୭୯୭ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ମୋଟ ଟିକାକରଣର ୭୦% ଦିଆଯାଇଛି ୧୦ଟି ରାଜ୍ୟରେ ।

ପାଞ୍ଚଟି ରାଜ୍ୟ; ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଗୁଜରାଟରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୯,୧୧୮ ନୂଆ କରୋନା ମାମଲା ଆସିଛି ।

ମହାରାଷ୍ଟ୍ରରେ କ୍ରମାଗତ ଭାବେ ସର୍ବାଧିକ ଦୈନିକ ନୂଆ ମାମଲା  ୩୫,୯୫୨ ଆସିଛି । ଏହା ପଛକୁ ପଞ୍ଜାବରେ ୨୬୬୧ ଏବଂ କର୍ଣ୍ଣାଟକରେ ୨୫୨୩ ନୂଆ ମାମଲା ଆସିଛି ।

ନିମ୍ନରେ ସୂଚିତ ହୋଇଥିବା ୧୦ଟି ରାଜ୍ୟରେ ଦୈନିକ ନୂଆ କରୋନା ମାମଲା ଉଦ୍ଧ୍ୱର୍ମୁଖୀ ରହିଛି ।

 ଫେବ୍ରୁଆରୀ ମଝାମଝି ବେଳକୁ ଦେଶରେ ମୋଟ କରୋନା ସକ୍ରିୟ ମାମଲା ସବୁଠାରୁ ତଳେ ରହିବା ପରେ ଏବେ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । ଏହା ଆଜି ଅଛି ୪.୨୧ ଲକ୍ଷ (୪,୨୧,୦୬୬) । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୨୫,୮୭୪ ବୃଦ୍ଧି ପାଇଛି ।

ତିନୋଟି ରାଜ୍ୟ, ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ ମିଳିତ ଭାବେ ଦେଶର ମୋଟ ସକ୍ରିୟ କରୋନା ମାମଲାର ୭୩.୬୪% ରହିଛି ।

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ଆଜି ରହିଛି ୧,୧୨,୬୪,୬୩୭ । ଜାତୀୟ ସୁସ୍ଥତା ହାର ଏବେ ୯୫.୦୯% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨,୯୮୭ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫୭ ଜଣଙ୍କର କରୋନାରେ ପ୍ରାଣହାନି ହୋଇଛି । ଏହା ମଧ୍ୟରୁ ୭୮.୬% ମୃତୁ୍ୟ ହୋଇଛି ଛଅଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୧୧ ଜଣଙ୍କ ମୃତୁ୍ୟ ହୋଇଛି । ଏହା ପଛକୁ ପଞ୍ଜାବରେ ୪୩ ଜଣଙ୍କ ମୃତୁ୍ୟ ହୋଇଛି ।

୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡରେ କେହି ପ୍ରାଣ ହରାଇନାହାନ୍ତି । ଏସବୁ ହେଲା; ରାଜସ୍ଥାନ, ଜମ୍ମୁ ଏବଂ କାଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ), ଝାଡ଼ଖଣ୍ଡ, ଓଡ଼ିଶା, ପୁଡୁଚେରୀ, ଲାକ୍ଷାଦ୍ୱୀପ, ସିକିମ, ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମଣିପୁର, ତ୍ରିପୁରା, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।

 

SR

 



(Release ID: 1707823) Visitor Counter : 172