ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
                
                
                
                
                
                
                    
                    
                        ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ଛତିଶଗଡ଼ରେ ଦୈନିକ ନୂଆ ମାମଲା ବୃଦ୍ଧି
                    
                    
                        
ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ସକ୍ରିୟ ଭାବେ ସାମିଲ ରହି ସ୍ଥିତି ତଦାରଖ କରୁଛନ୍ତି
ପାଖାପାଖି ୪ କୋଟି କୋଭିଡ-୧୯ ଟିକା ଡୋଜ ପରିଚାଳନା ହୋଇସାରିଲାଣି
                    
                
                
                    Posted On:
                19 MAR 2021 11:11AM by PIB Bhubaneshwar
                
                
                
                
                
                
                ଭାରତର କେତେକ ରାଜ୍ୟରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ନୂଆ ମାମଲାରେ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ଛତିଶଗଡ଼ର ଅଂଶ ୮୦.୬୩% ରହିଛି ।
ଦେଶରେ ଗତ ୨୪ ଘଣ୍ଟାରେ ୩୯,୭୨୬ ନୂଆ କରୋନା ମାମଲା ଚିହ୍ନଟ କରାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ କରୋନା ମାମଲା ଚିହ୍ନଟ ଜାରି ରହିଛି । ଏଠାରେ ଦିନକରେ ୨୫,୮୩୩ ନୂଆ ମାମଲା ଦେଖିବାକୁ ମିଳିଛି, ଯାହା କି ମୋଟ ଦୈନିକ ମାମଲାର ୬୫% । ଏହା ପଛକୁ ପଞ୍ଜାବରେ ୨,୩୬୯ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ କେରଳରେ ୧,୮୯୯ ନୂଆ ମାମଲା ସାମ୍ନାକୁ ଆସିଛି ।

୮ଟି ରାଜ୍ୟରେ ଦୈନିକ ନୂଆ ମାମଲା ସଂଖ୍ୟା ଉପରମୁହାଁ ହେବାରେ ଲାଗିଛି ।


ଦୈନିକ ନୂଆ ମାମଲା ବଢୁଥିବା ତଥା ଅତ୍ୟଧିକ ସକ୍ରିୟ ମାମଲା ରହିଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସହ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାର ନିୟମିତ ଭାବେ କୋଭିଡ ନିୟନ୍ତ୍ରଣ ସ୍ଥିତି ଏବଂ ସାଧାରଣ ସ୍ୱାସ୍ଥ୍ୟ ପଦକ୍ଷେପ ବାବଦରେ ସେମାନଙ୍କ ସହ ସମୀକ୍ଷା କରୁଛନ୍ତି ।
କରୋନା ଟେଷ୍ଟିଙ୍ଗ ସଂଖ୍ୟା କମ ରହିଥିବା ଜିଲ୍ଲାଗୁଡ଼ିକ ଯେମିତି ଏହାକୁ ବୃଦ୍ଧି କରିବେ ଏବଂ ଆରଟି-ପିସିଆର ଟେଷ୍ଟ ଅଂଶ ବଢ଼ାଇବେ (୭୦% ରୁ ଅଧିକ), ସେଥିପାଇଁ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଆଣ୍ଟିଜେନ ଟେଷ୍ଟ ଉପରେ ଅଧିକ ନିର୍ଭରଶୀଳ ଜିଲ୍ଲାରେ ଆରଟି-ପିସିଆର ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇଁ କୁହାଯାଇଛି ଏବଂ ସରକାରଙ୍କ ‘ଟେଷ୍ଟ, ଟ୍ରାକ ଓ ଟ୍ରିଟ ରଣନୀତି ଆପଣାଇବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଗୋଟିଏ ପଜିଟିଭ ମାମଲାରେ ଅତିକମରେ ହାରାହାରି ୨୦ ଜଣ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ କରାଇବା (ପ୍ରଥମ ୭୨ ଘଣ୍ଟାରେ) ସହ କ୍ଲିନିକାଲ ପ୍ରୋଟୋକଲ ଅନୁସାରେ ଗୁରୁତର ମାମଲାଗୁଡ଼ିକ କ୍ଷେତ୍ରରେ ସଙ୍ଗରୋଧ ଓ ଆଗୁଆ ଚିକିତ୍ସା ବ୍ୟବସ୍ଥା ଆପଣାଇବାକୁ କୁହାଯାଇଛି । ସେହିଭଳି ଭୂତାଣୁ ଭାରିଆଣ୍ଟ ଟ୍ରାକ କରିବା ନିମନ୍ତେ ଜିନୋମ ଟେଷ୍ଟିଙ୍ଗ ପାଇଁ ନମୁନା ପଠାଇବା ବାବଦରେ ମଧ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି । ଆଇଏନଏସଏସିଓଜି କନସୋର୍ଟିୟମ ଅଧୀନରେ ୧୦ଟି ଜାତୀୟ ପରୀକ୍ଷାଗାର ସହ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଟ୍ୟାଗ କରାଯାଇଛି ଏବଂ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ଏନସିଡିସି)କୁ ନୋଡାଲ ଅନୁଷ୍ଠାନ ଭାବେ ସାମିଲ କରାଯାଇଛି । ଏହାବ୍ୟତୀତ ସର୍ବସାଧାରଣ ସ୍ଥାନରେ ଲୋକଙ୍କ ଗହଳିକୁ ସୀମିତ କରିବା ସହ କୋଭିଡ ସଂକ୍ରାନ୍ତ ନିୟମ ପାଳନକୁ ପ୍ରୋତ୍ସାହନ ଦେବା ଏବଂ ଅଧିକ ନୂଆ ମାମଲା ବଢୁଥିବା ଜିଲ୍ଲାଗୁଡ଼ିକରେ ଅଗ୍ରାଧିକର ଲୋକଙ୍କର ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଛି । ଏଥିସହ ଟିକାକରଣ ଅଭିଯାନ ଅଧିକ ଗତିଶୀଳ କରାଇବା ଉପରେ ଜୋର ଦିଆଯାଇଛି ।
ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ନିକଟରେ କେନ୍ଦ୍ର ସରକାର ମହାରାଷ୍ଟ୍ର ଓ ପଞ୍ଜାବରେ ଉଚ୍ଚସ୍ତରୀୟ ଜନସ୍ୱାସ୍ଥ୍ୟ ଟିମ ମୁତୟନ କରିଥିଲେ । କୋଭିଡ-୧୯ ନିୟନ୍ତ୍ରଣ ଏବଂ କଣ୍ଟେନମେଣ୍ଟ ପଦକ୍ଷେପ ଆପଣାଇବାରେ ଏହି ଟିମ ସହାୟକ ହେଉଛି । ପୂର୍ବରୁ କୋଭିଡ ମହାମାରୀ ବିରୋଧରେ ଲଢ଼େଇରେ ସହଯୋଗ ପାଇଁ କେନ୍ଦ୍ର ସରକାର ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଜମ୍ମୁ-କାଶ୍ମୀରକୁ ଉଚ୍ଚସ୍ତରୀୟ ଟିମ ପଠାଇଥିଲେ । ଏଥିସହ କେନ୍ଦ୍ରୀୟ ଟିମଗୁଡ଼ିକ ଦ୍ୱାରା ପ୍ରସ୍ତୁତ ରିପୋର୍ଟକୁ ରାଜ୍ୟଗୁଡ଼ିକ ସହ ବିନିମୟ କରାଯାଇଥିଲା, ଯଦ୍ୱାରା ସେମାନେ କରୋନା ଲଢ଼େଇକୁ ଅଧିକ ସୁଦୃଢ଼ କରିପାରିବେ। ରାଜ୍ୟଗୁଡ଼ିକ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏବଂ ଅନୁପାଳନ ବାବଦରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଦାରଖ କରିଛି ।
ଭାରତରେ ଆଜି ସକ୍ରିୟ କରୋନା ମାମଲା ୨.୭୧ ଲକ୍ଷ (୨,୭୧,୨୮୨) ରହିଛି, ଯାହା ଦେଶର ମୋଟ ପଜିଟିଭ ମାମଲାର ୨.୮୨% । 
ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ମୋଟ ସକ୍ରିୟଙ୍କ ସଂଖ୍ୟା ୧୮,୯୧୮ ବୃଦ୍ଧି ପାଇଛି ।
ଭାରତର ମୋଟ ସକ୍ରିୟ ମାମଲାର ୭୬.୪୮% ୩ଟି ରାଜ୍ୟ ଯଥା ମହାରାଷ୍ଟ୍ର, କେରଳ ଓ ପଞ୍ଜାବରୁ ରହିଛି ।

ଆଜି ସକାଳ ୭ଟା ପର୍ଯ୍ୟନ୍ତ ଆସିଥିବା ଅନ୍ତରୀଣ ରିପୋର୍ଟ ଅନୁସାରେ ମୋଟ ୬,୪୭,୪୮୦ ସେସନ ଜରିଆରେ ପାଖାପାଖି ୪ କୋଟି (୩,୯୩,୩୯,୮୧୭) ଟିକା ଡୋଜ ପରିଚାଳନା କରାଯାଇଛି ।
 
ତନ୍ମଧ୍ୟରେ ୭୬,୩୫,୧୮୮ ସ୍ୱାସ୍ଥ୍ୟ କର୍ମୀ (ପ୍ରଥମ ଡୋଜ), ୪୭,୧୫,୧୭୩ ସ୍ୱାସ୍ଥ୍ୟ କର୍ମୀ (ଦ୍ୱିତୀୟ ଡୋଜ), ୭୮,୩୩,୨୭୮ ଆଗଧାଡି କର୍ମଚାରୀ (ପ୍ରଥମ ଡୋଜ) ଓ ୨୧,୯୮,୪୧୪ ଆଗଧାଡି କର୍ମଚାରୀ (ଦ୍ୱିତୀୟ ଡୋଜ), ନିର୍ଦ୍ଦିଷ୍ଟ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସର ୨୭,୭୯,୯୯୮ ହିତାଧିକାରୀ (ପ୍ରଥମ ଡୋଜ) ଏବଂ ୬୦ ବର୍ଷରୁ ଊଦ୍ଧ୍ୱ ୧,୪୧,୭୭,୭୬୬ ହିତାଧିକାରୀ ରହିଛନ୍ତି ।
	
		
			| HCWs | FLWs | 45 to <60 years with Co-morbidities | Over 60 years |   Total | 
		
			| 1st Dose | 2nd Dose | 1st Dose | 2nd Dose | 1st Dose | 1st Dose | 
		
			| 76,35,188 | 47,15,173 | 78,33,278 | 21,98,414 | 27,79,998 | 1,41,77,766 | 3,93,39,817 | 
	
ଟିକାକରଣ ଅଭିଯାନର ୬୨ତମ ଦିନ (୨୦୨୧ ମାର୍ଚ୍ଚ ୧୮)ରେ ୨୨ ଲକ୍ଷରୁ ଅଧିକ (୨୨,୦୨,୮୬୧) ଟିକା ପ୍ରଦାନ କରାଯାଇଛି।
ଏମାନଙ୍କ ମଧ୍ୟରୁ ୧୮,୩୨,୨୮୭ ହିତାଧିକାରୀ ୩୨,୧୨୮ ସେସନରେ ପ୍ରଥମ ଡୋଜ ଟିକା ଦିଆଯାଇଛି (ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡି କର୍ମଚାରୀ) ଏବଂ ୩,୭୦,୫୭୪ ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡି କର୍ମଚାରୀ ଟିକାର ଦ୍ୱିତୀୟ ଡୋଜ ନେଇଛନ୍ତି ।
	
		
			| Date: 18th March, 2021 | 
		
			| HCWs | FLWs | 45to<60 years with Co-morbidities | Over 60years | Total Achievement | 
		
			| 1stDose | 2ndDose | 1stDose | 2nd Dose | 1stDose | 1stDose | 1stDose | 2ndDose |   | 
		
			| 65,152 | 81,698 | 1,16,527 | 2,88,876 | 3,22,595 | 13,28,013 | 18,32,287 | 3,70,574 |   | 
	
	
		
			|  |  |  |  |  |  |  |  |  |  |  |  | 
	
ଆଜି ଭାରତର ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୧୦,୮୩,୬୭୯ ରହିଛି । ଜାତୀୟ ଆରୋଗ୍ୟ ହାର ୯୬.୫୬% ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୧୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ଦେଖିବାକୁ ମିଳିନାହିଁ । ଏଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଲାକ୍ଷାଦ୍ୱୀପ, ସିକ୍କିମ, ମେଘାଳୟ, ଡାମନ ଓ ଡିଉ, ଦାଦ୍ରା ଓ ନଗର ହାବେଳି, ନାଗାଲାଣ୍ଡ, ତ୍ରିପୁରା, ଲଦାଖ (ୟୁଟି), ମଣିପୁର, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ଏବଂ ଅରୁଣାଚଳ ପ୍ରଦେଶ ରହିଛି ।
***
SR
                
                
                
                
                
                (Release ID: 1706176)
                Visitor Counter : 254
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Malayalam