ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ
Posted On:
16 MAR 2021 8:54PM by PIB Bhubaneshwar
ପ୍ରଧାନମନ୍ତ୍ରୀ ମହାମହିମା ଶେଖ ହସିନାଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 26 ଏବଂ 27, 2021ରେ ବାଂଲାଦେଶ ଗସ୍ତ କରିବେ ।
ଏହି ଗସ୍ତ ତିନୋଟି ପ୍ରସିଦ୍ଧ ଘଟଣାକୁ ସ୍ମରଣୀୟ କରିବା ସହିତ ଜଡିତ ଯାହା ମୁଜିବ ବୋରଶୋ - ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ; ଭାରତ ଏବଂ ବାଂଲାଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର 50 ବର୍ଷ ପୂର୍ତ୍ତି ଏବଂ ବାଂଲାଦେଶ ମୁକ୍ତି ଯୁଦ୍ଧର 50 ବର୍ଷ ପୂର୍ତ୍ତି । ପ୍ରଧାନମନ୍ତ୍ରୀ ଶେଷ ଥର ପାଇଁ 2015ରେ ବାଂଲାଦେଶ ଗସ୍ତ କରିଥିଲେ ।
ଗସ୍ତ କାଳରେ, ପ୍ରଧାନମନ୍ତ୍ରୀ ମାର୍ଚ୍ଚ 26ରେ ବାଂଲାଦେଶର ଜାତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଦ୍ୱିପାକ୍ଷିକ ପରାମର୍ଶ ବ୍ୟତୀତ ବାଂଲାଦେଶର ରାଷ୍ଟ୍ରପତି ମହାମହିମ ମହମ୍ମଦ ଅବଦୁଲ ହମିଦଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହିତ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡଃ ଏ କେ ଅବଦୁଲ ମୋମେନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ।
କୋଭିଡ ମହାମାରୀ ଆରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ ପ୍ରଥମ ବିଦେଶ ଗସ୍ତ ହେବ । ଭାରତ ବାଂଲାଦେଶକୁ ପ୍ରାଥମିକତା ଦେଉଥିବା ଏହା ଦର୍ଶାଉଛି ।
**********
TRP/
(Release ID: 1705307)
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam