ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ମୁକାବିଲାରେ ଭାରତ ଅନେକ କ୍ଷେତ୍ରରେ ଶୀର୍ଷରେ ରହିଛି
ଦେଶବ୍ୟାପୀ ୩.୨୯ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି
ଗତକାଲି ଗୋଟିଏ ଦିନରେ ସର୍ବାଧିକ ୩୦ ଲକ୍ଷରୁ ଅଧିକ ଟିକା ଦିଆଯାଇଛି
ମାତ୍ର ୧୫ ଦିନରେ ୬୦ ବର୍ଷରୁ ଅଧିକ ବୟସର ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ଟିକା ଦିଆଗଲାଣି
Posted On:
16 MAR 2021 11:23AM by PIB Bhubaneshwar
କୋଭିଡ-୧୯ ବିରୋଧରେ ଚାଲିଥିବା ମିଳିତ ଲଢ଼େଇରେ ଭାରତ ଆଜି ଅନେକ କ୍ଷେତ୍ରରେ ଶୀର୍ଷରେ ପହଞ୍ଚି ପାରିଛି। ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ଭାରତରେ ମୋଟ ଟିକାକରଣ ୩.୨୯ କୋଟିକୁ ଅତିକ୍ରମ କରିପାରିଛି।
ଗତକାଲି ମଧ୍ୟ ଭାରତରେ ଗୋଟିଏ ଦିନରେ ସର୍ବାଧିକ ୩୦ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।
ମାତ୍ର ୧୫ ଦିନ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସର ୧ କୋଟିରୁ ଅଧିକ ହିତାଧିକାରୀଙ୍କ ଟିକାକରଣ କରାଯାଇପାରିଛି ।
ଆଜି ସକାଳ ୭ଟା ସୁଦ୍ଧା ମୋଟ ୫,୫୫,୯୮୪ ସେସନରେ ୩,୨୯,୪୭,୪୩୨ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୭୪,୪୬,୯୮୩ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୪୪,୫୮,୬୧୬ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୪,୭୪,୪୦୬ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍), ୧୪,୦୯,୩୩୨ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ୧୮,୮୮,୭୨୭ ହିତାଧିକାରୀ (ପ୍ରଥମ ଡୋଜ୍) ଏବଂ ୬୦ ବର୍ଷରୁ ଅଧିକ ବୟସର ୧,୦୨,୬୯,୩୬୮ ଜଣ ହିତାଧିକାରୀଙ୍କ ଟିକାକରଣ ।
HCWs
|
FLWs
|
45 to <60 years with Co-morbidities
|
Over 60 years
|
Total
|
1st Dose
|
2nd Dose
|
1st Dose
|
2nd Dose
|
1st Dose
|
1st Dose
|
74,46,983
|
44,58,616
|
74,74,406
|
14,09,332
|
18,88,727
|
1,02,69,368
|
3,29,47,432
|
ଟିକାକରଣ ଅଭିଯାନର ୫୯ତମ ଦିବସ (୧୫ ମାର୍ଚ୍ଚ ୨୦୨୧)ରେ ମୋଟ ୩୦,୩୯,୩୯୪ ଜଣଙ୍କ ଟିକାକରଣ ହୋଇଛି । ଏହା ମଧ୍ୟରେ ୪୨,୯୧୯ ସେସନରେ ୨୬,୨୭,୦୯୯ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ (ଏଚସିଡବ୍ଲୁ ଏବଂ ଏଫଏଲଡବ୍ଲୁ) ଏବଂ ୪,୧୨,୨୯୫ ଜଣ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକାକରଣ ରହିଛି ।
Date:15th March,2021
|
HCWs
|
FLWs
|
45to<60yearswithCo-morbidities
|
Over60years
|
Total Achievement
|
1stDose
|
2ndDose
|
1stDose
|
2nd Dose
|
1stDose
|
1stDose
|
1stDose
|
2ndDose
|
91,228
|
1,53,498
|
1,33,983
|
2,58,797
|
4,24,713
|
19,77,175
|
26,27,099
|
4,12,295
|
ପାଞ୍ଚଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆସିଥିବା ନୂଆ ମାମଲା ମଧ୍ୟରୁ ୭୯.୭୩% ଏସବୁ ରାଜ୍ୟରୁ ଚିହ୍ନଟ ହୋଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୨୪,୪୯୨ ନୂଆ ମାମଲା ଚିହ୍ନଟ ହୋଇଛି।
ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୫,୦୫୧ ନୂଆ ମାମଲା ଆସିଛି । ଏହା ପଛକୁ ପଞ୍ଜାବରେ ୧୮୧୮ ଏବଂ କେରଳରେ ୧୦୫୪ ମାମଲା ଆସିଛି ।

ଦୈନିକ ନୂଆ କରୋନା ମାମଲା ଚିହ୍ନଟରେ ଆଠଟି ରାଜ୍ୟ ଉପରମୁହାଁ ରହିଛନ୍ତି । ଏସବୁ ରାଜ୍ୟ ହେଲେ ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆନା ।
ବିଗତ ଏକ ମାସ ହେଲା କେରଳରେ କ୍ରମାଗତ ଭାବେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି ।


ଭାରତରେ ମୋଟ ସକ୍ରିୟ କରୋନା ମାମଲା ଆଜି ରହିଛି ୨,୨୩,୪୩୨ । ଭାରତରେ ବର୍ତ୍ତମାନର ସକ୍ରିୟ କରୋନା ମାମଲା ମୋଟ ଚିହ୍ନଟ କରୋନା ମାମଲାର ୧.୯୬% ରହିଛି ।
ଭାରତର ମୋଟ ସକ୍ରିୟ ମାମଲାର ୭୬.୫୭% ଅଛନ୍ତି ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ ।

ଦେଶବ୍ୟାପୀ ମୋଟ କୋଭିଡ ଟେଷ୍ଟ ୨୨.୮ କୋଟି (୨୨,୮୨,୮୦,୭୬୩)କୁ ଅତିକ୍ରମ କରିଯାଇଛି । ଜାତୀୟ ପଜିଟିଭିଟି ହାର ଏବେ ରହିଛି ୫% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୩୧ ଜଣଙ୍କର କରୋନାରେ ପ୍ରାଣ ଯାଇଛି ।
ଏଥିରୁ ୮୨.୪୪% ମୃତ୍ୟୁ ହୋଇଛି ସାତଟି ରାଜ୍ୟରେ । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୪୮ ଜଣଙ୍କ ପ୍ରାଣ ଯାଇଛି । ଏହା ପଛକୁ ପଞ୍ଜାବରେ ୨୭ ଜଣ ଏବଂ କେରଳରେ ୧୧ ଜଣଙ୍କ ପ୍ରାଣ ଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ମୃତ୍ୟୁ ହୋଇନାହିଁ । ଏସବୁ ହେଲା ରାଜସ୍ଥାନ, ଚଣ୍ଡିଗଡ଼, ଜମ୍ମୁ ଏବଂ କାଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ), ଓଡ଼ିଶା, ଝାଡ଼ଖଣ୍ଡ, ଲାକ୍ଷାଦ୍ୱୀପ, ସିକିମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ମେଘାଳୟ, ମଣିପୁର, ତ୍ରିପୁରା, ନାଗାଲାଣ୍ଡ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।
(Release ID: 1705091)
Visitor Counter : 239