ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କ୍ୱାଡ୍ରିଲାଟରାଲ୍ ନେତାମାନଙ୍କର ପ୍ରଥମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ
प्रविष्टि तिथि:
12 MAR 2021 8:39PM by PIB Bhubaneswar
ମହାମହିମଗଣ,
ରାଷ୍ଟ୍ରପତି ବାଇଡେନ୍
ପ୍ରଧାନମନ୍ତ୍ରୀ ମୋରିସନ ଏବଂ
ପ୍ରଧାନମନ୍ତ୍ରୀ ସୁଗା,
ବନ୍ଧୁମାନଙ୍କ ଗହଣରେ ରହିବା ଆନନ୍ଦଦାୟକ!
ଏହି ପ୍ରୟାସ ପାଇଁ ମୁଁ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଉଛି।
ମହାମହିମଗଣ,
ଆମେ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଏକ ମୁକ୍ତ, ଖୋଲା ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଆମର ପ୍ରତିବଦ୍ଧତା ଦ୍ୱାରା ଏକତ୍ରିତ ହୋଇଛୁ।
ଆଜି ଆମର ଏଜେଣ୍ଡା ହେଉଛି- ଟୀକା, ଜଳବାୟୁ ପରିବର୍ତ୍ତନ ଏବଂ ଉଦୀୟମାନ ପ୍ରଯୁକ୍ତି ଭଳି କ୍ଷେତ୍ରକୁ ଛୁଇଁବା- ବିଶ୍ୱର କଲ୍ୟାଣ ପାଇଁ କ୍ୱାଡକୁ ଏକ ଶକ୍ତିରେ ପରିଣତ କରିବା।
ମୁଁ ଏହି ସକାରାତ୍ମକ ଲକ୍ଷ୍ୟକୁ ଭାରତର ପ୍ରାଚୀନ ଦର୍ଶନ ବସୁଧୈବ କୁଟୁମ୍ବକମର ଏକ ପରିବର୍ଦ୍ଧିତ ପ୍ରୟାସ ଭାବେ ଦେଖୁଛି, ଯାହାକି ସାରା ବିଶ୍ୱକୁ ଗୋଟିଏ ପରିବାର ଭାବେ ଗ୍ରହଣ କରିଥାଏ।
ଆମର ସହଭାଗୀ ମୂଲ୍ୟବୋଧକୁ ଆଗେଇ ନେବା ଏବଂ ଏକ ସୁରକ୍ଷିତ, ସ୍ଥିର ଓ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଆମେ ପୂର୍ବାପେକ୍ଷା ଆହୁରି ମିଳିତ, ନିବିଡ଼ ଭାବେ କାର୍ଯ୍ୟ କରିବା।
ଆଜିର ଶିଖର ସମ୍ମିଳନୀର ବୈଠକ ପ୍ରମାଣିତ କରିଛି ଯେ କ୍ୱାଡ୍ ଠିକ୍ ସମୟରେ ଆସିଛି।
ଏହା ଏବେ କ୍ଷେତ୍ରୀୟ ସ୍ଥିରତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇ ରହିବ।
ଧନ୍ୟବାଦ।
********
P.S
(रिलीज़ आईडी: 1704496)
आगंतुक पटल : 246
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam