ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦୈନିକ ନୂଆ କରୋନା ମାମଲା ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ ବୃଦ୍ଧି ପାଇଚାଲିଛି

ଭାରତର ମୋଟ ସକ୍ରିୟ ମାମଲାର ୭୧.୬୯% ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ରହିଛି

ଦେଶରେ ବୃଦ୍ଧି ପାଉଥିବା କୋଭିଡ-୧୯ ମାମଲା ଉପରେ କେନ୍ଦ୍ର ନଜର ରଖିବା ସହ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଆଲୋଚନା କରୁଛି

ଦେଶବ୍ୟାପୀ ୨.୬୧ କୋଟିରୁ ଅଧିକ ଟିକା ଦିଆଗଲାଣି

Posted On: 12 MAR 2021 11:20AM by PIB Bhubaneshwar

ଦେଶରେ କେତେକ ରାଜ୍ୟରେ ଦୈନିକ କରୋନା ମାମଲା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଛି। ନୂଆ ମାମଲା ମଧ୍ୟରୁ ୮୫.୬% କେବଳ ଗତ ୨୪ ଘଣ୍ଟା ମଧ୍ୟରେ ଆସିଛି।

 

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩,୨୮୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ଦୈନିକ ମାମଲା ଭାବେ ୧୪,୩୧୭ (ଦୈନିକ ନୂଆ ମାମଲାର ୬୧.୪୮%) ଆକ୍ରାନ୍ତ ହୋଇଛନ୍ତି ଏହା ପଛକୁ କେରଳରେ ୨୧୩୩ ଏବଂ ପଞ୍ଜାବରେ ୧୩୦୫ ମାମଲା ଆସିଛି।

https://static.pib.gov.in/WriteReadData/userfiles/image/image001FWJX.jpg

ଆଠଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଛି

https://static.pib.gov.in/WriteReadData/userfiles/image/image002A998.jpg

https://static.pib.gov.in/WriteReadData/userfiles/image/image003GYN1.jpg

ଆଜି ଭାରତରେ ମୋଟ କରୋନା ସକ୍ରିୟ ମାମଲା ୧,୯୭,୨୩୭ ରେ ପହଞ୍ଚିଛି। ଭାରତରେ ମୋଟ ପଜିଟିଭ୍ ମାମଲାର ୧.୭୪% ରହିଛି ସକ୍ରିୟ ମାମଲା।

ଦେଶର ମୋଟ ସକ୍ରିୟ ମାମଲାର ୮୨.୯୬% ରହିଛି ପାଞ୍ଚଟି ରାଜ୍ୟରେ। ମୋଟ ସକ୍ରିୟ ମାମଲାର ୭୧.୬୯% ରହିଛି ମହାରାଷ୍ଟ୍ର ଓ କେରଳରେ।

https://static.pib.gov.in/WriteReadData/userfiles/image/image004KX7T.jpg

ଯେଉଁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଛି ଏବଂ ସକ୍ରିୟ ମାମଲା ଅଧିକ ରହିଛି, ସେମାନଙ୍କ ସହ କେନ୍ଦ୍ର ନିୟମିତ ଆଲୋଚନା କରୁଛି । କୋଭିଡ-୧୯କୁ ନିୟନ୍ତ୍ରଣ ଏବଂ  ଜନସ୍ୱାସ୍ଥ୍ୟ ପାଇଁ ପଦକ୍ଷେପ ସଂକ୍ରାନ୍ତରେ କେନ୍ଦ୍ର ସରକାର ନିୟମିତ ଆଲୋଚନା କରୁଛନ୍ତି। ମହାରାଷ୍ଟ୍ର ଏବଂ ପଞ୍ଜାବରେ କରୋନା ମାମଲା ବୃଦ୍ଧି ପାଇବାରୁ ନିକଟରେ କୋଭିଡ-୧୯କୁ ନିୟନ୍ତ୍ରଣ କରିବା ଦିଗରେ ସହାୟତା କରିବାକୁ ସେସବୁ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଜନସ୍ୱାସ୍ଥ୍ୟ ଟିମ୍ ପଠାଇଥିଲେ। ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ଜମ୍ମୁ-କାଶ୍ମୀର ଏବଂ ପଶ୍ଚିମବଙ୍ଗକୁ କରୋନା ମୁକାବିଲାରେ ସହାୟତା କରିବାକୁ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପଠାଇଥିଲେ। କେନ୍ଦ୍ରୀୟ ଟିମ୍ ଦେଇଥିବା ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ସଂପୃକ୍ତ ରାଜ୍ୟମାନଙ୍କୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସବୁ ରାଜ୍ୟ ଗୁଡ଼ିକର ପଦକ୍ଷେପ ଉପରେ ନଜର ରଖିଛି।

 

 

ଆଜି ସକାଳ ୭ଟା ସୁଦ୍ଧା ୪,୮୭,୯୧୯ ସେସନରେ ୨.୬୧ କୋଟି (୨,୬୧,୬୪,୯୨୦) ରୁ ଅଧିକ ଟିକା ଦିଆଯାଇଛି। ଏହା ମଧ୍ୟରେ ଅଛନ୍ତି ୭୨,୨୩,୦୭୧ ଏଚସିଡବ୍ଲୁ (ପ୍ରଥମ ଡୋଜ୍ ), ୪୦,୫୬,୨୮୫ (ଦ୍ୱିତୀୟ ଡୋଜ୍), ୭୧,୨୧,୧୨୪ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୬,୭୨,୭୯୪ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ରୋଗାକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବୟସର ୧୦,୩୦,୬୧୨ ହିତାଧିକାରୀ (ପ୍ରଥମ ଡୋଜ୍) ଏବଂ ୬୦ ବର୍ଷ ବୟସରୁ ଅଧିକ ୬୦,୬୧,୦୩୪ ଜଣ ହିତାଧିକାରୀ ।

        

 

ଟିକାକରଣର ୫୫ତମ ଦିବସ (୧୧ ମାର୍ଚ୍ଚ ୨୦୨୧)ରେ ୪,୮୦,୭୪୦ ଡୋଜ୍ ଟିକା ପ୍ରଦାନ କରାଯାଇଛି । ୯୭୫୧ ସେସନରେ ୪,୦୨,୧୩୮ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ (ଏଚସିଡବ୍ଲୁ ଏବଂ ଏଫଏଲଡବ୍ଲୁ) ଏବଂ ୭୮,୬୦୨ ଜଣ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଛି ।

 

ଅନେକ ରାଜ୍ୟରେ ଗତକାଲି ଲୋକମାନେ ମହାଶିବରାତ୍ରୀ ପାଳନ କରିଛନ୍ତି। ଏହା ସରକାରୀ ଛୁଟି ଥିବା ବେଳେ ଅନେକ ଲୋକ, ବିଶେଷ କରି ଏଏନଏମ, ଆଶା ଏବଂ ମହିଳା ଟିକାପ୍ରଦାନକାରୀ କର୍ମୀ ମାନେ ଉପବାସ ମଧ୍ୟ କରିଥିଲେ । ତେଣୁ କୋଭିଡ ଟିକାକରଣ ଗତକାଲି ହ୍ରାସ ପାଇଛି ।

 

 

 

ଦେଶରେ ଏ ପର୍ଯ୍ୟନ୍ତ ମୋଟ ୧.୦୯ କୋଟି (୧,୦୯,୫୩,୩୦୩)ରୁ ଅଧିକ ଲୋକ ସୁସ୍ଥ ହେଲେଣି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୫,୧୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି।

 

୧୦ ଫେବ୍ରୁଆରୀ ୨୦୨୧ରୁ ୧୨ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଭାରତରେ କୋଭିଡ-୧୯ର ସକ୍ରିୟ ଓ ସୁସ୍ଥ ହେବା ମାମଲାର ଧାରାକୁ ନିମ୍ନରେ ଦିଆଯାଇଥିବା ଗ୍ରାଫ ସୂଚାଉଛି । ସୁସ୍ଥ ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ଏବେ ୧.୦୭,୫୬,୦୬୬ ରେ ପହଞ୍ଚିଛି।

https://static.pib.gov.in/WriteReadData/userfiles/image/image005GVSV.jpg

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୭ ଜଣଙ୍କ ମୃତ୍ୟୁ ହୋଇଛି।

 

ନୂଆ ମୃତ୍ୟୁ ମଧ୍ୟରୁ ୮୨.୯୧% ହୋଇଛି ଛଅଟି ରାଜ୍ୟରେ। ମହାରାଷ୍ଟ୍ରରେ ସର୍ବାଧିକ ୫୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବିଗତ ୨୪ ଘଣ୍ଟାରେ ପଞ୍ଜାବରେ ୧୮ ଜଣ ଏବଂ କେରଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି।

https://static.pib.gov.in/WriteReadData/userfiles/image/image006WAG5.jpg

ବିଗତ ୨୪ ଘଣ୍ଟାରେ ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ ମୃତ୍ୟୁ ହୋଇନାହିଁ । ଏସବୁ ରାଜ୍ୟ ହେଲା ଗୁଜରାଟ, ରାଜସ୍ଥାନ, ଚଣ୍ଡିଗଡ଼, ଓଡ଼ିଶା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପୁଡୁଚେରୀ, ଲାକ୍ଷାଦ୍ୱୀପ, ମଣିପୁର, ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗରହାବେଳି, ମିଜୋରାମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ମେଘାଳୟ, ସିକିମ, ତ୍ରିପୁରା, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ।

***

SR

 

 



(Release ID: 1704431) Visitor Counter : 205