ରେଳ ମନ୍ତ୍ରଣାଳୟ

ଯାତ୍ରା ସମୟରେ ସମସ୍ତ ପ୍ରକାର ପ୍ରଶ୍ନ / ଅଭିଯୋଗ / ସହାୟତା ପାଇଁ ଭାରତୀୟ ରେଳ ପକ୍ଷରୁ ଏକୀକୃତ ରେଳ ମଦଦ ହେଲ୍ପଲାଇନ ନମ୍ବର “139” ଘୋଷଣା


ରେଳ ମଦଦ ହେଲ୍ପଲାଇନ 139କୁ ପ୍ରତିଦିନ ଅନୁସନ୍ଧାନ ଲାଗି ହାରାହାରି 3,44,513 କଲ୍ ଏବଂ ଏସ୍ଏମ୍ଏସ୍ ଆସୁଛି

ଯାତ୍ରୀମାନଙ୍କୁ ଅବଗତ କରାଇବା ଏବଂ ସଚେତନ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡିଆ ଅଭିଯାନ #OneRailOneHelpline139 ଆରମ୍ଭ

12ଟି ଭାଷାରେ ଉପଲବ୍ଧ ହେବ ହେଲ୍ପଲାଇନ ନମ୍ବର 139

Posted On: 08 MAR 2021 4:25PM by PIB Bhubaneshwar

ରେଳ ଯାତ୍ରା ସମୟରେ କୌଣସି ପ୍ରକାର ଅଭିଯୋଗ ଏବଂ ଅନୁସନ୍ଧାନ ପାଇଁ ଏକାଧିକ ହେଲ୍ପଲାଇନ ନମ୍ବର ଥିବା ଯୋଗୁ ହେଉଥିବା ଅସୁବିଧାକୁ ଦୂର କରିବା ପାଇଁ ଭାରତୀୟ ରେଳ ସମସ୍ତ ରେଳ ହେଲ୍ପଲାଇନକୁ ଏକୀକୃତ କରି ଗୋଟିଏ ନମ୍ବର 139 (ରେଳ ମଦଦ ହେଲ୍ପଲାଇନ) ରେ ପରିଣତ କରିଛି ଯାହା ଯାତ୍ରା ସମୟରେ ଅଭିଯୋଗ ଏବଂ ଅନୁସନ୍ଧାନର ତ୍ଵରିତ ସମାଧାନ ଦେଇପାରି ନୂତନ ହେଲ୍ପଲାଇନ ନମ୍ବର 139 ସମସ୍ତ ପ୍ରଚଳିତ ହେଲ୍ପଲାଇନ ନମ୍ବରକୁ ସାମିଲ କରିବ, ଯଦ୍ୱାରା ଯାତ୍ରୀମାନଙ୍କ ପାଇଁ ଏହି ନମ୍ବରକୁ ମନେ ରଖିବା ଏବଂ ଯାତ୍ରା ସମୟରେ ସେମାନଙ୍କର ସମସ୍ତ ଆବଶ୍ୟକତା ପାଇଁ ରେଳବାଇ ସହିତ ଯୋଗାଯୋଗ କରିବା ଲାଗି ସୁବିଧା ହେବ

ଗତ ବର୍ଷ ବିଭିନ୍ନ ରେଳ ଅଭିଯୋଗ ହେଲ୍ପଲାଇନ ବନ୍ଦ ହୋଇଥିଲା ବର୍ତ୍ତମାନ, ହେଲ୍ପଲାଇନ ନଂ 182 ମଧ୍ୟ 2021 ଏପ୍ରିଲ ପହିଲାରୁ ବନ୍ଦ ହୋଇ 139ରେ ମିଶ୍ରଣ ହେବ

ବାରଟି ଭାଷାରେ ହେଲ୍ପଲାଇନ ନମ୍ବର 139 ଉପଲବ୍ଧ ହେବ ଯାତ୍ରୀମାନେ ଆଇଭିଆରଏସ (ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ ସିଷ୍ଟମ୍) ପାଇଁ ଚୟନ କରିପାରିବେ, କିମ୍ବା (ଷ୍ଟାର) * (ଆଷ୍ଟେରିସ୍କ) ଦବାଇ କଲ୍ ସେଣ୍ଟର କାର୍ଯ୍ୟନିର୍ବାହୀଙ୍କ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ 139କୁ କଲ କରିବା ପାଇଁ ସ୍ମାର୍ଟ ଫୋନର କୌଣସି ଆବଶ୍ୟକତା ନାହିଁ, ଯଦ୍ୱାରା ସମସ୍ତ ମୋବାଇଲ୍ ବ୍ୟବହାରକାରୀ ସହଜରେ ଯୋଗାଯୋଗ ସୁବିଧା ପାରିପାରିବେ

ଏହା ଜଣାପଡ଼ିଛି ଯେ, 139 ହେଲ୍ପଲାଇନ ନମ୍ବର ଅନୁସନ୍ଧାନ ବାବଦରେ ପ୍ରତିଦିନ ହାରାହାରି  3,44,513 କଲ୍ / ଏସ୍ଏମ୍ଏସ୍ ଗ୍ରହଣ କରିଥାଏ

139 ହେଲ୍ପଲାଇନ (ଆଇଭିଆରଏସ)ର ମେନୁ ନିମ୍ନରେ ଦିଆଯାଇଛି:

  • ସୁରକ୍ଷା ଏବଂ ଚିକିତ୍ସା ସହାୟତା ପାଇଁ ଯାତ୍ରୀଙ୍କୁ 1 (ଏକ) ଦବାଇବାକୁ ପଡିବ, ଯାହା ତୁରନ୍ତ ଏକ କଲ ସେଣ୍ଟର କାର୍ଯ୍ୟନିର୍ବାହୀଙ୍କ ସହିତ ସଂଯୋଗ ହେବ  
  • ଅନୁସନ୍ଧାନ ପାଇଁ ଯାତ୍ରୀଙ୍କୁ 2 (ଦୁଇ) ଦବାଇବାକୁ ପଡିବ ଏବଂ ସବ୍ ମେନୁରେ, ପିଏନଆର ସ୍ଥିତି, ଟ୍ରେନର ଆଗମନ / ପ୍ରସ୍ଥାନ, ରହଣି, ଭଡା ଅନୁସନ୍ଧାନ, ଟିକେଟ୍ ବୁକିଂ, ସିଷ୍ଟମ୍ ଟିକେଟ୍ ବାତିଲ୍, ଉଠିବା ପାଇଁ ଆଲାର୍ମ ଘଣ୍ଟିର ସୁବିଧା / ଗନ୍ତବ୍ୟସ୍ଥଳ ପାଇଁ ସଜାଗ, ହ୍ୟୁଇଲ ଚେୟାର ବୁକିଂ ଏବଂ ଭୋଜନ ବୁକିଂ ସମ୍ବନ୍ଧୀୟ ସୂଚନା ମିଳିପାରିବ
  • ସାଧାରଣ ଅଭିଯୋଗ ପାଇଁ ଯାତ୍ରୀଙ୍କୁ 4 (ଚାରି) ଦବାଇବାକୁ ପଡିବ
  • ଦୁର୍ନୀତି ସମ୍ବନ୍ଧୀୟ ଅଭିଯୋଗ ପାଇଁ ଯାତ୍ରୀଙ୍କୁ 5 (ପାଞ୍ଚ) ଦବାଇବାକୁ ପଡିବ
  • ପାର୍ସଲ ଏବଂ ମାଲ ସମ୍ବନ୍ଧରେ ଜାଣିବା ପାଇଁ ଯାତ୍ରୀଙ୍କୁ 6 (ଛଅ) ଦବାଇବାକୁ ପଡିବ
  • ଆଇଆରସିଟିସି ଚାଳିତ ରେଳ ବିଷୟରେ ଜାଣିବା ପାଇଁ ଯାତ୍ରୀଙ୍କୁ 7 (ସାତ) ଦବାଇବାକୁ ପଡିବ
  • ଅଭିଯୋଗର ସ୍ଥିତି ଜାଣିବା ପାଇଁ ଯାତ୍ରୀଙ୍କୁ 9 (ନଅ) ଦବାଇବାକୁ ପଡିବ
  • କଲ ସେଣ୍ଟର କାର୍ଯ୍ୟନିର୍ବାହୀଙ୍କ ସହ କଥା ହେବା ପାଇଁ ଯାତ୍ରୀଙ୍କୁ (ଷ୍ଟାର) * (ଆଷ୍ଟେରିସ୍କ) ଦବାଇବାକୁ ପଡିବ

ଯାତ୍ରୀମାନଙ୍କୁ ସଚେତନ ଏବଂ ଶିକ୍ଷା ପ୍ରଦାନ କରିବା ଲାଗି ରେଳ ମନ୍ତ୍ରଣାଳୟ ସୋସିଆଲ ମିଡିଆ ଅଭିଯାନ #OneRailOneHelpline139 ମଧ୍ୟ ଆରମ୍ଭ କରିଛି

 

**********

TRP/

 



(Release ID: 1703352) Visitor Counter : 152