ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ଇଜ୍ ଅଫ ଲିଭିଂ ସୂଚକାଙ୍କ 2020 ଏବଂ ନଗରପାଳିକା ପ୍ରଦର୍ଶନ ସୂଚକାଙ୍କ ପ୍ରକାଶିତ

ଦଶ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଭୁବନେଶ୍ୱରକୁ ଦ୍ୱିତୀୟ ସ୍ଥାନ

ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ମଧ୍ୟରେ ବେଙ୍ଗାଲୁରୁ, ପୁଣେ, ଅହମ୍ମଦାବାଦ ଶ୍ରେଷ୍ଠ

ଏମପିଆଇ 2020ରେ ଇନ୍ଦୋର ଓ ଏନଡିଏମସି ଅଗ୍ରଣୀ

ସୂଚକାଙ୍କରେ ସହରଗୁଡ଼ିକର ସାମଗ୍ରୀକ ଆକଳନ ପ୍ରତିଫଳିତ

Posted On: 04 MAR 2021 1:18PM by PIB Bhubaneshwar

କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ହରଦୀପ ସିଂ ପୁରୀ ଆଜି ସହଜ ଜୀବନ ଧାରଣ ବା ଇଜ ଅଫ ଲିଭିଂ ସୂଚକାଙ୍କ (ଇଓଏଲଆଇ)ର ଚୂଡ଼ାନ୍ତ ରାଙ୍କିଙ୍ଗ ଘୋଷଣା କରିଛନ୍ତି। ଏଥିସହିତ ମନ୍ତ୍ରୀ ଶ୍ରୀ ପୁରୀ ନଗରପାଳିକା ସୂଚକାଙ୍କ (ଏମପିଆଇ) 2020ର ମଧ୍ୟ ଘୋଷଣା କରିଛନ୍ତି। ଏହି ଅବସରରେ ମନ୍ତ୍ରଣାଳୟର ସଚିବ ଦୁର୍ଗାଶଙ୍କର ମିଶ୍ର ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ ବିଷୟ ହେଉଛି, ଇଜ୍ ଅଫ ଲିଭିଂ ସୂଚକାଙ୍କ 2020ର ଶ୍ରେଷ୍ଠ ସହର ତାଲିକା ଅନ୍ତର୍ଗତ ଦଶଲକ୍ଷରୁ କମ ଜନସଂଖ୍ୟା ଥିବା ସହର ବର୍ଗରେ ସିମଲା ପଛକୁ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ହାସଲ କରିଛି। ଦଶଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ବଡ଼ ସହରଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଏହା ପଛରୁ ପୁଣେ, ଅହମ୍ମଦାବାଦ, ଚେନ୍ନାଇ, ସୁରତ, ନଭି ମୁମ୍ବାଇ, କୋଏମ୍ବାଟୁର, ଭଡ଼ୋଦରା, ଇନ୍ଦୋର ଏବଂ ଗ୍ରେଟର ମୁମ୍ବାଇ ରହିଛନ୍ତି। ସେହିପରି ଦଶଲକ୍ଷରୁ କମ ଜନସଂଖ୍ୟା ଥିବା ସହର ତାଲିକାରେ ଶିମଲା ଓ ଭୁବନେଶ୍ୱର ପରେ ଯଥାକ୍ରମେ ସିଲଭାସା, କାକିନାଡ଼ା, ସାଲେମ, ଭେଲୋର, ଗାନ୍ଧୀନଗର, ଗୁରୁଗ୍ରାମ, ଦାବଣଗେରେ ଏବଂ ତିରୁଚିରାପଲ୍ଲୀ ରହିଛନ୍ତି।

ଦୁଇଟି ବର୍ଗରେ କରାଯାଇଥିବା ଇଓଏଲଆଇ ସର୍ବେକ୍ଷଣରେ ମୋଟ 111ଟି ସହର ଅଂଶଗ୍ରହଣ କରିଥିଲେ। ଏସବୁ ସହରରେ 2020ରେ ଏକ ଆକଳନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା। ସ୍ମାର୍ଟ ସିଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଦଶ ଲକ୍ଷରୁ ଅଧିକ ଏବଂ ଦଶ ଲକ୍ଷରୁ କମ ଜନସଂଖ୍ୟା ଥିବା ସହରଗୁଡ଼ିକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା।

ଅନୁରୂପ ଭାବେ ଇଓଏଲଆଇ ସୂଚକାଙ୍କ ଭଳି ନଗର ପାଳିକା ସୂଚକାଙ୍କରେ ଜନସଂଖ୍ୟା ଆଧାରରେ ବିଭିନ୍ନ ନଗରପାଳିକାଗୁଡ଼ିକର ଆକଳନ କରାଯାଇଥିଲା। ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ନଗରପାଳିକାଗୁଡ଼ିକ ମଧ୍ୟରେ ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଥିଲା ବେଳେ ଏହାପଛକୁ ସୁରତ ଏବଂ ଭୋପାଳ ରହିଛନ୍ତି। ଦଶଲକ୍ଷରୁ କମ ଜନସଂଖ୍ୟା ଥିବା ନଗରପାଳିକା ମଧ୍ୟରେ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ (ଏନଡିଏମସି) ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହାପଛକୁ ତିରୁପତି ଓ ଗାନ୍ଧୀନଗର ରହିଛନ୍ତି। 111ଟି ନଗର ପାଳିକାକୁ ନେଇ କରାଯାଇଥିବା ସର୍ବେକ୍ଷଣରେ 20ଟି କ୍ଷେତ୍ର ଏବଂ 100ଟି ସଙ୍କେତକକୁ ନେଇ ପ୍ରଦର୍ଶନ ଆକଳନ କରାଯାଇଥିଲା। ଏହା ଅଧୀନରେ ସେବା, ଅର୍ଥ, ନୀତି, ପ୍ରଯୁକ୍ତି ଓ ପ୍ରଶାସନ ପାଞ୍ଚଟି ଭର୍ଟିକାଲ ପ୍ରତି ଧ୍ୟାନ ଦିଆଯାଇଥିଲା।

ଇଜ ଅଫ ଲିଭିଂ ଇଣ୍ଡେକ୍ସରେ ଜୀବନର ଗୁଣବତ୍ତା, ସହରାଞ୍ଚଳ ବିକାଶ ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ପ୍ରଭାବ ଆକଳନ କରାଯାଇଥିଲା।  ଜୀବନର ଗୁଣବତ୍ତା, ସହରର ଆର୍ଥିକ କ୍ଷମତା, ସ୍ଥିରତା ଓ ନମନୀୟତା ଆଧାରରେ ଅଂଶଗ୍ରହଣକାରୀ ସହରଗୁଡ଼ିକ ସମ୍ପର୍କରେ ଜାଣିବା ଲାଗି ଏଥିରେ ପ୍ରୟାସ କରାଯାଇଥିଲା। ଏହି ମୂଲ୍ୟାଙ୍କନରେ ନାଗରିକ ଧାରଣା ସର୍ବେକ୍ଷଣ (ସିଟିଜେନ ପର୍ସେପ୍ସନ ସର୍ଭେ-ସିପିଏମ) ମାଧ୍ୟମରେ ସହରାଞ୍ଚଳ ପ୍ରଶାସନ ପକ୍ଷରୁ ଉପଲବ୍ଧ କରାଯାଇଥିବା ସେବା ସମ୍ପର୍କରେ ନାଗରିକମାନଙ୍କ ଦୃଷ୍ଟିକୋଣ ସମ୍ପର୍କରେ ସର୍ଭେ କରାଯାଇଥିଲା।  ଏହାକୁ 30% ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଆବାସ ଓ ଆଶ୍ରୟ, ପରିବହନ, ୱାଶ୍ ଏବଂ ଏସଡବ୍ଲୁଏମ, ନିରାପତ୍ତା ଓ ସୁରକ୍ଷା, ଅବସର ବିନୋଦନ, ଆର୍ଥିକ ବିକାଶର ସ୍ତର, ଆର୍ଥିକ ସୁଯୋଗ, ପରିବେଶ, ସବୁଜ ପରିସର ଏବଂ ଅଟ୍ଟାଳିକା, ଇନ୍ଧନ ଉପଯୋଗ ଏବଂ ସହରର ସହନଶୀଳତା ଆଦିକୁ ନେଇ 70% ପରିଣାମ ଆକଳନ କରାଯାଇଥିଲା।

ନଗରପାଳିକା ପ୍ରଦର୍ଶନ ସୂଚକାଙ୍କ (ଏମପିଆଇ)କୁ ଇଜ ଅଫ ଲିଭିଂ ଇଣ୍ଡେକ୍ସର ସହାୟକ ଭାବେ ଶୁଭାରମ୍ଭ କରାଯାଇଥିଲା। ଏଥିରେ ସେବା, ଅର୍ଥ, ପ୍ରଯୁକ୍ତି ଏବଂ ଶାସନ ଆଦି ସମସ୍ତ କ୍ଷେତ୍ରରେ ନଗରପାଳିକାର ସ୍ଥାନୀୟ ପ୍ରଶାସନ ପ୍ରଣାଳୀର ଯାଞ୍ଚ କରିଥାଏ। ଏହା ସ୍ଥାନୀୟ ଶାସନ ପ୍ରଣାଳୀରେ ଜଟିଳତାଗୁଡ଼ିକର ସରଳୀକରଣ ଓ ମୂଲ୍ୟାଙ୍କନ ସହିତ ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱ ପ୍ରଚଳନକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ।

ଉଭୟ ସୂଚକାଙ୍କରେ ସାରା ଦେଶରେ ସହରୀ ଜୀବନ ଧାରଣର ବିଭିନ୍ନ ମାନଦଣ୍ଡ ସମ୍ପର୍କରେ ସହରଗୁଡ଼ିକର ପ୍ରଦର୍ଶନକୁ ଜାଣିବା ଉପରେ ଗୁରୁ ଗୁରୁତ୍ୱାରୋପ କରାଯାଇଛି।

 

ଶ୍ରେଷ୍ଠ ଦଶ ରେଙ୍କିଙ୍ଗ

ରେଙ୍କ

ଇଜ୍ ଅଫ ଲିଭିଂ ସୂଚକାଙ୍କ

ଦଶଲକ୍ଷରୁ ଅଧିକ ଜନସଂଖ୍ୟା

 

ଦଶଲକ୍ଷରୁ କମ ଜନସଂଖ୍ୟା

ସହର

ସ୍କୋର

 

ସହର

ସ୍କୋର

1

Bengaluru

66.70

 

Shimla

60.90

2

Pune

66.27

 

Bhubaneshwar

59.85

3

Ahmedabad

64.87

 

Silvassa

58.43

4

Chennai

62.61

 

Kakinada

56.84

5

Surat

61.73

 

Salem

56.40

6

Navi Mumbai

61.60

 

Vellore

56.38

7

Coimbatore

59.72

 

Gandhinagar

56.25

8

Vadodara

59.24

 

Gurugram

56.00

9

Indore

58.58

 

Davangere

55.25

10

Greater Mumbai

58.23

 

Tiruchirapalli

55.24

 

 

 

ରେଙ୍କ

ନଗରପାଳିକା ପ୍ରଦର୍ଶନ ସୂଚକାଙ୍କ

ଦଶଲକ୍ଷରୁ ଅଧିକ ଜନସଂଖ୍ୟା

 

ଦଶଲକ୍ଷରୁ କମ ଜନସଂଖ୍ୟା

ନଗରପାଳିକା

ସ୍କୋର

 

ନଗରପାଳିକା

ସ୍କୋର

1

Indore

66.08

 

New Delhi MC

52.92

2

Surat

60.82

 

Tirupati

51.69

3

Bhopal

59.04

 

Gandhinagar

51.59

4

Pimpri Chinchwad

59.00

 

Karnal

51.39

5

Pune

58.79

 

Salem

49.04

6

Ahmedabad

57.60

 

Tiruppur

48.92

7

Raipur

54.98

 

Bilaspur

47.99

8

Greater Mumbai

54.36

 

Udaipur

47.77

9

Visakhapatnam

52.77

 

Jhansi

47.04

10

Vadodara

52.68

 

Tirunelveli

47.02

 

ଅଧିକ ବିବରଣୀ ପାଇଁ ଦେଖନ୍ତୁ : https://eol.smartcities.gov.in

 

*************

P.S

 



(Release ID: 1702550) Visitor Counter : 348