କ୍ୟାବିନେଟ

ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଫ୍ରାନ୍ସ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

Posted On: 03 MAR 2021 12:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅକ୍ଷୟଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଫ୍ରାନ୍ସ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି । ଏହି ବୁଝାମଣାପତ୍ର ଚଳିତବର୍ଷ ଜାନୁୟାରୀରେ ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣାପତ୍ରର ମୁଖ୍ୟ ଲକ୍ଷ୍ୟ ହେଲା ନୂଆ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବା । ଏ କ୍ଷେତ୍ରରେ ଉଭୟ ଦେଶ ମିଳିତଭାବେ କାମ କରିବା ସହ ଏହାର ଲାଭରେ ସମଭାଗୀ ହେବେ । ସୌର, ପବନ, ଉଦ୍‍ଜାନ ଓ  ଜୈବିକ ଗ୍ୟାସ୍‍ କ୍ଷେତ୍ରରେ ଟେକ୍‍ନୋଲଜିର ଉପଯୋଗ କରି ଉର୍ଜ୍ଜା ସଂଗ୍ରହ ପାଇଁ ଦୁଇଦେଶ ମୁଖ୍ୟତଃ କାମ କରିବେ । ଆବଶ୍ୟକ ନୂଆ ଟେକ୍‍ନୋଲଜି ତିଆରି ପାଇଁ ପରସ୍ପର ପରସ୍ପରକୁ ସାହାଯ୍ୟ ସହଯୋଗ ଯୋଗାଇବେ । ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ ଅକ୍ଷୟ ଶକ୍ତି ସୃଷ୍ଟି କରିବା ପାଇଁ ଯେଉଁ ଭିତ୍ତିଭୂମିର ଆବଶ୍ୟକତା ରହିଛି ତାହାକୁ ସଂପୂର୍ଣ୍ଣ କରିବା ପାଇଁ ଏହି ବୁଝାମଣାପତ୍ର ସହାୟକ ହେବ`

****

TKM/SLP



(Release ID: 1702352) Visitor Counter : 203